Browsing category

ଅପରାଧ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ୭୫ତମ ସ୍ୱାଧୀନତା ଦିବସକୁନେଇ ସବୁଆଡେ ଉତ୍ସବର ମାହୋଲ ରହିଥିବାବେଳେ ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଘଟିଛି ଅଘଟଣ ।ଆଜି ସକାଳ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବାବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧନେଶ୍ଵର ଦାସ ନାମକ ଗ୍ରାମରକ୍ଷୀ ମୃତ୍ୟୁବରଣ କରିଥିବାବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି।ତେବେ ଗୁରୁତର ଥିବା କନେଷ୍ଟବଳଙ୍କୁ ଖୋର୍ଦ୍ଧା ମେଡିକାଲରୁ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି।

ମହାରାଷ୍ଟ୍ରରେ ହଇଚଇ

➡️୧-ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ । ସେପଟେ ଆଜି ଲାଲକିଲ୍ଲା ରେ ଦେଶବାସୀଙ୍କୁ ସୋମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର,ଏଥିପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ➡️୩-ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ […]

ଜବତ୍ ହେଲା ୯୯୦ କେଜି ଗଞ୍ଜେଇ

ବାଲେଶ୍ୱର, ୧୪/୮(ଏସଏସନିୟୁଜ)ଆଜି ଏସଟିଏଫ୍ ଟିମତ ଚଡାଉ କରି ମଥାନୀ ଛକ ନିକଟରୁ ଗଞେଇଭର୍ତୀଟ୍ରକକୁ ଜବତ କରିବାସହ ଜଣଙ୍କୁ ଗିରଫ କରିଛି । ରାଜ୍ୟ ବାହାର ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବାର ବିଶେଷସୁତ୍ରରୁ ଏସଟିଏଫ୍ ପାଖରେ ଖବର ପହଁଚିଥିଲା । ଏସଟିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଖବର ପାଇ ଚଡାଉ କରି ଟ୍ରକ୍ ସମେତ ୯୯୦ କେଜି ଗଞ୍ଜେଇ ଜବତ୍ କରିବାରେ ସଫଳ ହୋଇଛି ।

ଅଧାରହିଗଲା ଘର ବାହୁଡା ,୪ ମୃତ,୨ ଗୁରୁତର

ରାୟଗଡା,୧୩/୮(ଏସଏସନିୟୁଜ) ଡାକ୍ରଖାନାରୁ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିବା ସମୟରେ ହେଲା ଦୁର୍ଘଟଣା ।ଚାଲିଗଲା ୪ଜଣଙ୍କର ଜୀବନ ।ଏହିଭଳି ଏକ ଦୁଃଖଦ ଘଟଣା ଅମ୍ବାଦଳା ଥାନା ମଞ୍ଜଜୁରକୁପା ନିକଟରେ ଘଟିଛି । ବିଷମକଟକରୁ ଚିକିତ୍ସା ସାରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ମୁହାଁମୁହିଁ ଟ୍ୟାଙ୍କର ସହ ଆମ୍ବୁଲାନ୍ସର ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନିଗୁଡା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି ଓ […]

ଥାନା ସାମ୍ନାରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ନରସିଂହପୁର, ୧୩/୮(ଏସଏସନିୟୁଜ) ଗତ ୮ ତାରିଖ ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣିବା ଘଟଣାରେ ବିନୋଦିନୀ ମହାଳିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଗୁରୁତର ହୋଇଥିବା ବିନୋଦିନୀଙ୍କ ପୁଅ ଆଲୋକଙ୍କର ମୃତ୍ୟୁ ଘଟିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାହାକୁ ନେଇ ଆଲୋକଙ୍କ ମୃତଦେହ ଧରି ପତ୍ନୀ ଟିକିନା ନାୟକଙ୍କ ସହ ଗ୍ରାମବାସୀମାନେ ନରସିଂହପୁର ଥାନା ସମ୍ମୁଖରେ ଧାରଣା ଦେବାସହ ମୁଖ୍ୟ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ […]

କଟକରେ ଆରମ୍ଭ ହେଲା ‘୧୧୨’ ପୁଲିସ ସେବା

କଟକ,୧୩/୮(ଏସଏସନିୟୁଜ) କଟକ କମିସନରେଟରେ ପୁଲିସର ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୦୦ ବଦଳରେ ୧୧୨ କାର୍ଯ୍ୟକାରୀ  ହୋଇଛି।ଏବେ ପୁଲିସ ସେବା ପାଇଁ ଜରୁରିକାଳୀନ ନମ୍ବର ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ୧୦୮ ନମ୍ବରକୁ ଏଣିକି ଜନସାଧାରଣ ଫୋନ୍ ନକରି କରିବେ ୧୧୨କୁ ଫୋନକଲେ ପୁଲିସ ସେବା ମିଳିପାରିବ ।ତେବେ ଖୁବଶିଘ୍ର ୧୧୨ ସହିତ ଅଗ୍ନିଶମ ଓ ସ୍ବାସ୍ଥ୍ୟ ସେବାକୁ ଯୋଡ଼ାଯିବ। ୧୧୨ ନମ୍ବର ଜନସାଧାରଣଙ୍କ ମଧ୍ୟରେ ବହୁଳ ବ୍ୟବହାର ହେଲେ […]

ମହାପାପ କରୁଛନ୍ତି ରାଜ୍ୟ ସରକାର

୧. ‘ଓବିସିଙ୍କୁ ଅଧିକାର ନଦେଇ ରାଜ୍ୟ ସରକାର ମହାପାପ କରୁଛନ୍ତି’ । ୨. ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଗପହଣ୍ଡି ଠାରେ ଏକ କଟନ ଗିନିଂ ଆଣ୍ଡ ପ୍ରେସିଂ ମିଲ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ୩. ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ […]

ଜେଲରେ ହେଲା ବାହାଘର

ଚୌଦ୍ୱାର,୧୨/୮(ଏସ ଏସ ନିୟୁଜ)ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବିବାହ  ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିଲା l ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର […]

ଜଳ ପ୍ରକଳ୍ପକୁ ବିରୋଧକରି ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା,୧୨/୮(ଏସଏସନିୟୁଜ) ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବାସହ କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା । ଆଜି ପୁଣିଥରେ କାମ ଆରମ୍ଭ ହେବାରୁ ଏହାକୁ ବିରୋଧକରି ରାସ୍ତାକୁ ଅବରୋଧ କରିବା ସହ ପ୍ରତିବାଦ […]

ଯୁବତୀଙ୍କ ଉପରକୁ ଯୁବକଙ୍କ ଏସିଡ୍ ମାଡ଼

ଧଉଳି,୧୨/୮(ଏସଏସନିୟୁଜ) ଧଉଳି ଥାନା ବାଲିଆପଡା ଗାଁରେ ଏସିଡ ମାଡ଼ରେ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।ଘଟଣାପରେ ଯୁବକ ଫେରାର ହୋଇଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କୁ ନ ଜଣାଇ ପ୍ରାୟ ବର୍ଷକ ତଳେ ଉକ୍ତ ଯୁବକ ଓ ଯୁବତୀ କୋର୍ଟ ମ୍ୟାରେଜ୍ କରି ନିଜ ନିଜ ଘରେ ରହୁଥିଲେ।ଯୁବତୀଜଣକ ଶାଶୁଘରକୁ ଯିବା ଲାଗି ଯୁବକଙ୍କ ଉପରେ ସବୁବେଳେ ଚାପ ପକାଉଥିବାରୁ ଯୁବତୀଙ୍କୁ […]