ନକଲି ସିମେଣ୍ଟ ପେଣ୍ଟ୍ କାରଖାନା ଠାବ

ଭୁବନେଶ୍ବର, ୧୭/୮(ଏସଏସନିୟୁଜ) ପାତ୍ରପଡ଼ା ଭଗବାନପୁରରେଏକ ନକଲି ସିମେଣ୍ଟ ପେଣ୍ଟ କାରଖାନା ଠାବ କରିଛି ତମାଣ୍ଡୋ ଥାନା ପୋଲିସ । ବିର୍ଲା ହ୍ବାଇଟ୍ ନାଁ ଓ ଲୋଗୋ ବ୍ୟବହାର କରି ସିମେଣ୍ଟ ପେଣ୍ଟ୍ ତିଆରି ଏବଂ ବିକ୍ରି କରାଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି।ପୋଲିସ ତଦନ୍ତ କରିବା ସହ କାରଖାନାକୁ ସିଲ୍ କରି କାରଖାନା ମାଲିକକୁ ଅଟକ ରଖି ପଚରାଉଚରା କରୁଛି ।ତଦନ୍ତବେଳେ ସିମେଣ୍ଟ ପେଣ୍ଟ ତିଆରି କରିବାର ଟ୍ରେଡ୍ ଲାଇସେନ୍ସ ଥିଲେ ମଧ୍ୟ ସେ ଅନ୍ୟ ଏକ କମ୍ପାନିର ଲୋଗୋ ଏବଂ ନାଁ ବ୍ୟବହାର କରିବା ବେଆଇନ ବୋଲି ପୋଲିସ ଜାଣିବାକୁ ପାଇଛି ।

Comments (0)
Add Comment