Browsing category

ଅପରାଧ

ମୁକ୍ତାକାଶକୁ ଆସିଲେ ନୁଆ କଏଦୀ

ମେଣ୍ଢାଶାଳ,୨୧/୮(ଏସଏସନିୟୁଜ)ପୁଣି ବଢିଲା ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ କଏଦୀଙ୍କ ସଂଖ୍ୟା ।ଆଜି ଦୁଇଜଣ ଆସି ପହଁଚିବାପରେ କଏଦୀ ସଂଖ୍ୟା ବୃ୍‌ଦ୍ଧିପାଇଛି । ବଣାଇଗଡ ସ୍ପେଶାଲ ସବ୍‌ଜେଲରୁ ୧୨ବର୍ଷ ସଜା ଭୋଗିସାରିବାପରେ ନରସିଂହମୁଣ୍ଡା ଓ ସୁରେନ୍ଦ୍ରମୁଣ୍ଡାନାମକ ଦୁଇଜଣ କଏଦୀ ଏଠାକୁ ଆସିଛନ୍ତି ।ଏହି ଦୁଇଜଣ କଏଦୀ ଆସିବାପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ୨୯ରେ ପହଁଚିଛି । କୋଭିଡ କଟକଣା ପାଇଁ କାରାଶ୍ରମର ୨୨ଜଣ କଏଦୀ ୩ମାସିଆ ଛୁଟିରେ ଘରକୁ ଯାଇଛନ୍ତି ।ଫଳରେ କାରାଶ୍ରମରେ ସର୍ବମୋଟ କଏଦୀ ସଂଖ୍ୟା […]

ଭାଙ୍ଗିଲେ ୫ ମଦଭାଟି

ଚନ୍ଦ୍ରଶେଖରପୁର, ୨୧/୮(ଏସଏସନିୟୁଜ) ସାଲିଆସାହି ଓ ଶିଖରଚଣ୍ଡୀନଗରରେ ଏକକାଳୀନ ଚଢ଼ଉ କରି ଅବକାରୀ ବିଭାଗ ଆଜି ୫ଟି ମଦଭାଟି ଭାଙ୍ଗିଛି ।ଏହାସହ ୮ହଜାର ଲିଟର ଚାଉଳି ନଷ୍ଟ କରିବା ସହ ହଜାରେ ଲିଟର ଦେଶୀ ମଦ, ବହୁ ହାଣ୍ଡି, ଜାରକିନ୍, ଡ୍ରମ୍ ସମେତ ଏକ ବାଇକ୍ ଜବତ କରିଛି। ଚଢଉ ସମୟରେ ୨ ମହିଳାଙ୍କ ସମେତ ମୋଟ ୮ ବେପାରୀ ମଦଭାଟି ଚଳାଇବା ଅଭିଯୋଗରେ ଶିଖରଚଣ୍ଡୀ ନଗରର ଟି.ଶୋଭା ଓ ଅଜୁ ସିଂହ, ସାଲିଆସାହିର ଶାନ୍ତି ହାଁସଦା, ପ୍ରଦୀପ […]

ରାଜଧାନୀରୁ ଜବତ ହେଲା ଗୋମାଂସ

ଭୁବନେଶ୍ୱର,୨୧/୮(ଏସଏସନିୟୁଜ)ହଂସପାଳ ରାସ୍ତା ବେତେଣ୍ଡା ଛକ ନିକଟରେ ଗୋମାଂସ ନେଇ ଯାଉଥିବାଏକ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିଛି । ପିକଅପ ଭ୍ୟାନରେ ଗୋମାଂସ ଚାଲାଣ ହେଉଥିବାବେଳେ ସ୍ଥାନୀୟଲୋକମାନଙ୍କଦ୍ୱାରା ଧରାପଡିଥିଲା ।ଏହାକୁ ନେଇ ପ୍ରବଳ ଉତେଜନା ଦେଖାଯିବାସହ ଲୋକମାନେ ଡ୍ରାଇଭରକୁ ମାଡ ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସ ଜବତ କରିଛି ।ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏକଜୁଟ ହେଲେ ବିରୋଧୀ

➡️୧-ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା : ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ➡️୨-ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ରପ୍ତାନି କଲା ୪୫୦୦ ଟନର ଓଜନିଆ ଖଣି ଉପକରଣ । ଏସବୁ ଉପକରଣ ଇଣ୍ଡୋନେସିଆର ଟବନିଓ ବନ୍ଦରକୁ ପଠାଗଲା । ➡️୩-ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସିଆଇଇ ଆଇସିଟି ପୁରସ୍କାରରେ ରନର୍ସ ଅପ୍ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ । ➡️୪-ଦେଶରେ ଏବେ […]

ଆମେରିକା ରାଷ୍ଟ୍ରପତି ନେବେ ଥାର୍ଡ ଡୋଜ

➡️୧-ପୁରୀବାସୀଙ୍କୁ ରେଳମନ୍ତ୍ରୀଙ୍କ ଭେଟି । କହିଲେ ପୁରୀକୁ ଗଡିବ ବନ୍ଦେ ଭାରତ ଟ୍ରେନ୍, ତ୍ୱରାନିତ୍ୱ ହେବ ପୁରୀ-କୋଣାର୍କ ରେଳପଥ କାର୍ଯ୍ୟ । ➡️୨-ସେନା ଡାକ୍ତରଖାନାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସଫଳ ହେଲା ମୋତିଆବିନ୍ଦୁ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଲା ସୂଚନା । ➡️୩-ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର । ସେମାନେ ହେଲେ ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଅଶୋକ କୁମାର ଶତପଥୀ ଓ […]

ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ବଡ ଅଭିଯୋଗ

କଟକ,୧୯/୮(ଏସଏସନିୟୁଜ) ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ବୋହୁ ସାକ୍ଷୀ ମହାତାବ । ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବ ଓ ସ୍ୱାମୀଙ୍କ ଲୋକରଞ୍ଜନ ମହତାବଙ୍କ ନାଁ ରେ ଅଭିଯୋଗ ହୋଇଛିା ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ୪ ବର୍ଷ ଧରି ବୋହୂ ଭୋପାଳରେ ରହୁଥିବାବେଳେ ୨ବର୍ଷ ହେଲା ପୁଅ-ବୋହୂଙ୍କ ମାମଲା କୋର୍ଟରେ ଶୁଣାଣି ଚାଲିଛି । ଯୌତୁକନିର୍ଯାତନା […]

ମୃତ ପୁତ୍ରର ଆଖିଦାନ କଲେ ପିତାମାତା

ବାରଙ୍ଗ,୧୮/୮(ଏସଏସନିୟୁଜ)ମୃତ୍ୟୁପରେ ବି ଲୋକଙ୍କ କାମ ରେ ଲାଗିଲେ ।ଇଛା ଥିଲା ପାଠପଢି ବଡମଣିଷ ହୋଇ ପରିବାର ସହ ଗାଁର ନାଁ ଟେକ ରଖିଥାନ୍ତେ ।କିନ୍ତୁ ଭଗବାନଙ୍କର ବୋଧେ ଚାହିଁଲେନାହିଁ ।ଯେଉଁଥିପାଇଁ ଚାଲିଗଲା ଜୀବନ ।ଜୀବନସିନା ଚାଲିଗଲା ହେଲେ ପରିବାର ଲୋକ ମୃତକଙ୍କ ଚକ୍ଷୁଦାନ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଥିଲେ ।ଏହିଭଳି ଘଟଣା ରାଜଧାନୀ ଉପକଣ୍ଠ ମେଣ୍ଢାଶାଳଗ୍ରାମରେ ବୁଧବାରଦିନ ଘଟିଛି ।ମେଣ୍ଢାଶାଳଗ୍ରାମର ପ୍ରଶାନ୍ତକୁମାରବେହେରା ଓ ମାତା ସୁବାଶିନିବେହେରାଙ୍କର ବଡପୁଅ ହିମାଂଶୁ । ବୟସ୧୪, ମେଣ୍ଢାଶାଳ […]

ଆଉ ନାହାନ୍ତି ସିଲୁ

ବାରଙ୍ଗ,୧୯/୮(ଏସଏସନିୟୁଜ)ଆଉ ନାହାନ୍ତି ସିଲୁ ସାହୁ ।ଦେଖିବାକୁ ମିଳିବନି ତାଙ୍କର ଅଭିନୟ ।କଳାକ୍ଷେତ୍ରରେ ବେଶ ପରିଚିତ ଥିଲେ ।ମଧୁପୁର ଗ୍ରାମରେ ଥିବା ପୁରୁଣା ଆଧ୍ୟାମ୍‌କ ଅନୁଷ୍ଠାନ ଶ୍ରୀଶ୍ରୀ ସୀତାକାନ୍ତ ରାମଲୀଳା ସମିତି ର ଜଣେ ଆଗଧାଡିର ସଦସ୍ୟ ଥିଲେ ।ଗ୍ରାମତରଫରୁ ସବୁବର୍ଷ ହେଉଥିବା ବାର୍ଷିକ ରାମଲୀଳାରେ ବିଭୀର୍ଣ ପ୍ରକାରର ନୁଖୂଣ ଅଭିନୟକରି ସମସ୍ତଙ୍କପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ବେଶ ହସଖୁସି ମିଞାସର ଓ ମେଳାପୀ ଥିଲେ ।କିନ୍ତୁ ବୁଧବାର ସନ୍ଧ୍ୟାରେ ଚାଲିଗଲା […]

ଗଞ୍ଜେଇ ଜବତ, ୩ ବେପାରୀ ଗିରଫ

କୋରାପୁଟ, ୧୯/୮(ଏସଏସନିୟୁଜ)ମାଛକୁଣ୍ଡ ପୋଲିସ ୧୦୮ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ରାଜସ୍ଥାନ ଅଞ୍ଚଳର ଜିତେନ୍ଦ୍ର ସିଂ, ମହମ୍ମଦ ଆଝାରୁଦ୍ଦିନ ଓ ସନ୍ତୋଷ କୁମାର । ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଆର୍‌କେ ୧୪ସିୟୁ -୭୬୭୪ନଂ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଟିକାପୁଟ ଛକଠାରେ ପୋଲିସ ଧରିଥିଲା ।କାରକୁ ଯାଂଚ କରିବାପରେ ୧୦ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ମିଳିଥିଲା ।

ମନ୍ଦିରରୁ ରୁପା ଅଳଙ୍କାର ଚୋରି କଲେ ଦୁବୁର୍ତ

ଯାଜପୁର,୧୯/୮(ଏସଏସନିୟୁଜ) ଧର୍ମଶାଳା ଥାନା ଅର୍ନ୍ତଗତ ସୁନ୍ଦରିଆ ଗ୍ରାମର ଶ୍ରୀ ଶ୍ରୀ ଅନନ୍ତ ମହିମା ଗାଦି ଠେଙ୍ଗିଆ ବଟ ରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରୀହୋଇଥିବାର ଥାନାରେ ଗ୍ରାମବାସୀମାନଙ୍କ ତରଫରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ରୁପାର ବଂଶୀ ରୁପା କାନ ଫୁଲ ଓ ତିନିଟି ରୁପା ମୁକୁଟ, ଠାକୁରାଣୀଙ୍କ ରୁପା ହାର, ତିନିଟି ରୁପା ଗ୍ଲାସ୍ ଚୋରୀହେବାସହ ପଞ୍ଚାୟତ ଅଫିସ ପାଖରେ ଠାକୁରଙ୍କ ଦାନ ବାକ୍ସ ଭଙ୍ଗା ହେଇ ପଡ଼ିଛି ।