ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବାରଙ୍ଗ୨୪/୮(ଏସଏସନିୟୁଜ)ବାରଙ୍ଗ ରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାଷ ବୋଷ ସେତୁ ଉପରେ ଅଜଣା ଗାଡି ଧକ୍କାରେ ଏକ୍ସଲ ଚାଳକ ମୃତ।ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବାଙ୍କୀ ଭଗିପୁର ଗ୍ରାମର ପରିବା ବ୍ୟାପାରୀ ଗଙ୍ଗାଧର ନାୟକ (୬୫) କଟକ ରୁ ପରିବା ନେଇ ଘରକୁ ଫେରୁଥିବା ସମୟରେ ସୁବାଷ ବୋଷ ସେତୁ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ।ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ବାରଙ୍ଗ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Comments (0)
Add Comment