ମାଂସ ବିକୁଥିବା ବେଳେ ୩ ଶିକାରୀ ଗିରଫ

କେନ୍ଦୁଝର , ୨୪/୮(ଏସଏସନିୟୁଜ) ଗୁପ୍ତଗଙ୍ଗା ଗ୍ରାମରେ ବାରହା ଶିକାର କରି ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ବାରହା ମାଂସ ଗାଁରେ ବିକ୍ରି ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଓ ପୋଲିସ କର୍ମଚାରୀମାନେ ମିଳିତ ଭାବେ ଚଢଉ କରିଥିଲେ ।ସେତେବେଳକୁ ଶିକାରୀମାନେ ସବୁ ମାଂସ ବିକ୍ରି କରି ସାରି ଦେଇଥିବା ବେଳେ ପାଖରେ ଥିବା ଅଧ କେଜି ମାଂସ ଓ ଟାଙ୍ଗିଆ, ଫାର୍ସା, ଏକ କାଠ ଖୁଂଟଲିକୁ ଜବତ କରିଛି ବନ ବିଭାଗ ।

Comments (0)
Add Comment