ବୋମାମାଡ଼କରି ୮ ହଜାର ଓ ମୋବାଇଲ୍ ଲୁଟିନେଲେ

ଢେଙ୍କାନାଳ , ୨୪/୮(ଏସଏସନିୟୁଜ)ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠିହୁଡା ନିକଟରେ ମଙ୍ଗଳବାର ଅପରାହ୍ନରେ ବୋମାମାଡ଼ ହୋଇଛି। ବୋମାମାଡକରି ଅଭୟ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତିନି ଜଣ ଦୁର୍ବୃତ୍ତ ଏକ ମୋବାଇଲ ଫୋନ୍ ଓ ୮ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ମେଣ୍ଢାପଦା ଗ୍ରାମର ଅଭୟ ହାଟରୁ ଫେରୁଥିବା ସମୟରେ ଏକ ପଲସର ଗାଡ଼ିରେ ତିନିଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଛା କରି ଗଣ୍ଠିହୁଡ଼ା ନିକଟରେ ଅଟକାଇଥିଲେ।ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲାଦୁର୍ବୁମାନେ ବିଫଳ ହେବାରୁ ବୋମାମାଡ଼ କରି ମୋବାଇଲ ଫୋନ ଏବଂ ୮ହଜାର ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭକରିଛି ।

Comments (0)
Add Comment