Browsing category

ଅପରାଧ

୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ, ୬/୮(ଏସଏସନିୟୁଜ) ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ନଂଘାମହଲା ଓ ସନ୍ଥିଆ ସାଳନ୍ଦୀ ବ୍ରିଜ୍ ନିକଟରୁ ଦୁଇ ଜଣ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିପୋଲିସ ।ସେମାନଙ୍କଠାରୁ ପ୍ରାୟ ୨୬ଲକ୍ଷଟଙ୍କାର ୨୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି ।ଏହାସହ ଏକ ନମ୍ବର ବିହିନ ବାଇକ, ନଗଦ ୧୭ ହଜାର ଟଙ୍କା ଓ ଆଧାର କାର୍ଡ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଂଘାମହଲାର ଅଝରଉଦ୍ଦିନ୍ ଖାନ […]

୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍

ବଲାଙ୍ଗିର, ୬/୮(ଏସଏସନିୟୁଜ) ମନ୍ଦିର ଯିବା ବାଟରେ ପିକଅପ୍ଭ୍ୟାନ ୨ ମହିଳାଙ୍କ ଉପରେ ମାଡିଯାଇଛି ।ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ସଡକ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରି ଚାଳକକୁ ଅଟକ ରଖିଛି ।

ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

➡️୧-ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର । ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ। ➡️୨-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ଦୁଗ୍ଧ ଚାଷୀଙ୍କୁ ମିଳିଲା । ଏକ ଲକ୍ଷ ଦୁଗ୍‌ଧ ଚାଷୀ ପାଇଲେ ୬୦୦୦ ଟଙ୍କା । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ➡️୩-ରାଜ୍ୟରେ ଆସନ୍ତା ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ, ସକାଳ […]

ଲ୍ୟାଣ୍ଡମାଇନ ବିସ୍ଫରଣ,୨ଆହତ

ମାଲକାନଗିରି,୫/୮୯ଏସଏସନିୟୁଜ) ଆଜି ସକାଳେ ଏକ ଯାତ୍ରୀବାହୀ ବଲେରୋଟି ବସ୍ତର ଜିଲ୍ଲାର ମାଲବାଲୀ ଥାନା ଅନ୍ତର୍ଗତ ବୋଡଲି ନିକଟରେ ତେଲେଙ୍ଗାନା ଯିବା ସମୟରେ ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧନସିଂ ସିଲଦାର ଓ ରୁପିଲାଲ କୁରାପ ନାମକ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏମାନେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଖବରପାଇ ଦନ୍ତେଓ୍ଵାଡ଼ା ଏସପି ଅଭିଷେକ ପଲ୍ଲବ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି […]

ସୀମା ବିବାଦରେ ବଳିପଡିଲା ମୃତଦେହ ,୩ଘଂଟା ପରେ ହେଲା ଉଦ୍ଧାର

ବାରଙ୍ଗ,୫/୮(ଏସଏସନିୟୁଜ)ସୀମା ବିବାଦ ଯୋଗୁ ବଳିପଡିଛି ଏକ ଅଜଣା ମୃତଦେହ ।ମୃତଦେହ ପଡିଥିବା ସ୍ଥାନକୁ ବାରଙ୍ଗଥାନା ଓ ନନ୍ଦନକାନନ ଥାନା ତାଙ୍କ ସିମାରେ ନୁହେଁ ବୋଲି କହିବାପରେ ସନ୍ଧ୍ୟା ୫ଟାରୁ ମୃତଦେହଟି ପଡିରହିବାପରେ ୩ଘଂଟା ପରେ ପୋଲିସ ଉଦ୍ଧାର କରିଥିଲା । ବାରଙ୍ଗ ରେଳ ଷ୍ଟେସନ ଅପର ପାର୍ଶ୍ଵ ଦାଢ଼ା ପଞ୍ଚାୟତ ୧ ନମ୍ୱର ୱାର୍ଡର ରେଳ ଲାଇନ କଡ଼ରେ ଥିବା ଏକ ହ୍ରଦପାଖରେ ଚିକ୍ତାର ଶୁଣି ସେହିରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଯାଉଥିବା ସ୍ଥାନୀୟ ଗ୍ରାମର କିଛି ଯୁବକ […]

ବିଧାୟିକାଙ୍କ ଘରେ ଭଙ୍ଗାରୁଜା

ଖଲ୍ଲିକୋଟ,୫/୮(ଏସଏସନିୟୁଜ) ଖଲ୍ଲିକୋଟ ବିଧାୟିକାଙ୍କ ନିର୍ମଳଝର ନିକଟ ଭଡା ଘରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିବାସହ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଛନ୍ତି । ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଭଙ୍ଗାରୁଜା ଓ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି ।

ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

ଗଞ୍ଜାମ ,୫/୮(ଏସଏସନିୟୁଜ)ଛତ୍ରପୁର ଆର୍ଯପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ସାନ ଆର୍ଯପଲ୍ଲୀ ଗ୍ରାମର ବି.ମୁକୋଡୁ ନାମକ ବ୍ୟକ୍ତି ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପତ୍ନୀ ଏରାମ୍ମାଙ୍କ ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଛନ୍ତି। ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସଂକଟାପନ୍ନ ଅବସ୍ଥା ରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଯୋଗୁ ବର୍ଷେହେବ ଉଭୟ ରହୁଛନ୍ତି। […]

ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କନ୍ଧମାଳ,୫/୮(ଏସଏସନିୟୁଜ) କୋମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସମାଗାଁ ଜଙ୍ଗଲ ର ଏକ ପାହାଡ ଉପରେ କିଛି କ୍ୟାଡର ମାଓବାଦୀ ଏକାଠି ହୋଇଥିବାର ବିଶେଷସୁତ୍ରରୁ ଖବରପାଇ କନ୍ଧମାଳ ଓ କଳାହାଣ୍ଡି ସିମା ସମାଗାଁ ଜଙ୍ଗଲରେ ଜୀ ୧୨୭ ସି.ଆର୍.ପି.ଏଫ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେସନ କରାଯାଇଥିଲା । ଜଙ୍ଗଲ ରୁ ମାଓବାଦୀ ଛତ୍ରଭଙ୍ଗ କରିଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଓ ବନ୍ଧୁକ ସହିତ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବାର […]

ଦୋକାନ ଚାବିଭାଙ୍ଗୁଥିବା ବେଳେ ଧରାପଡିଲେ

ସାକ୍ଷୀଗୋପାଳ,୪/୮(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ଏକ ଦେକାନ ଚାବି ଭାଙ୍ଗି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ କାବୁ କଲେ ବ୍ୟବସାୟୀ । ଅଳଗୁମ ଜାଗେଶ୍ୱରୀ ମନ୍ଦିର ପଛପଟ ହନୁମାନ ମନ୍ଦିର ନିକଟରେ ଦୋଳମଣ୍ଡପ ସାହିର ରବି ପଣ୍ଡା ଙ୍କର ଲେଡିଜି କର୍ଣ୍ଣର ଦେକାନରୁ ରାତିରେ ଦୁଇଜଣ ଯୁବକ ଚାବି ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ଦିନରେ ଏହି ଯୁବକଦ୍ୱୟ ଦେକାନ ଆଗରେ ଏପଟ ସେପଟ ହେଉଥିବା ଦେଖି […]

ବାସନ୍ଦ ହେଲେ ସରପଞ୍ଚ

ସାକ୍ଷୀଗୋପାଳ,୨/୮(ଏସଏସନିୟୁଜ)ଲୋକମାନେ ବାଛିଥିଲେ ସେମାନଙ୍କ କାମ କରିବାପାଇଁ ।ଆପଦବିପଦରେ ପାଖରେ ଛିଡାହେବାପାଇଁ ।ଗ୍ରାମର ଉନ୍ନତି ପାଇଁ, କିନ୍ତୁ ସେଭଳି ହେଲାନାହିଁ ।ଲୋକଙ୍କ ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ବିଶେଷଧ୍ୟାନ ଦେଲେ ସରପଂଚ ।ଶେଷରେ ସରପଂଚଙ୍କୁ ବାସନ୍ଦ ହେବାକୁ ପଡିବାକୁ ପଡିବ ସେ ଜାଣିନଥିଲେ । ଏହିଭଳି ଏକ ଘଟଣା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଏକ ଗ୍ରାମ ପଞ୍ଚାୟତରେ ଘଟିଥିବାର ଚର୍ଚ୍ଚା ଯୋରଧରିଛି । ସରପଞ୍ଚ ଜଣଙ୍କ ଗ୍ରାମମାନଙ୍କର ବିକାଶପାଇଁ ସେଭଳି କାର‌୍ୟ୍ୟ ନ କରିବା ସହ ହାତଗୁଞ୍ଜା […]