Browsing category

ଅପରାଧ

ପୂଜା ପାଇ ଆସିଲା ଗାଇଡ଼ ଲାଇନ

ଭୁବନେଶ୍ୱର,୯/୮(ଏସ ଏସ ନିୟୁଜ)ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ଋତୁ।କିନ୍ତୁ ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ପୂଜା ହେବ।ଭକ୍ତମାନଙ୍କୁ ପୁଣି ନିରାଶ ହେବାକୁ ପଡିବ ।ଏଥିନିମନ୍ତେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ ଜାରି କରାଯାଇଛି।ମଣ୍ଡପ ବା ପେଣ୍ଡାଲରେ ପୂଜା କରିବା ପାଇଁ ଅନୁମତି ଜରୁରୀ କରାଯାଇଛି।ମଣ୍ଡପରେ କୌଣସି ସାଜସଜ୍ଜା ମନା କରାଯାଇଛି।ଏହାସହ ମଣ୍ଡପକୁ ଶ୍ରଦ୍ଧାଳୁ ଆସିବାକୁ ମଧ୍ୟ ବାରଣ ରହିଛି। ମଣ୍ଡପର ତିନି ପାର୍ଶ୍ୱରୁ […]

ପୁତୁରା ପ୍ରେମରେ ପାଗଳ ମାଉସୀ

ଚନ୍ଦ୍ରଶେଖରପୁର,୯/୮(ଏସ ଏସ ନିୟୁଜ)ପ୍ରେମ ପାଇଁ ମଣିଷ ବେଳେ ବେଳେ ପାଗଳ ହୋଇଯାଏ।କେତେବେଳେ କଣ ଯେ କରେ ତାର ହିତାହତ ଜ୍ଞାନ ଭୁଲିଯାଏ।ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି। ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇ ପୁତୁରା ବିବାହ ପରେ ମଧ୍ୟ ପାଖରେ ରହିବାକୁ ଜିଦ ଧରିଛନ୍ତି। ଏଥିରେରାଜି ନହେବାରୁ ପୁୁତୁରା ବିରୁଦ୍ଧରେ   ଥାନା ରେ ଅଭିଯୋଗ କରିଛନ୍ତି। ପ୍ରକାଶଯେ, ୟୁନିଟ୍‌ ୬ […]

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]

ନିଲମ୍ବିତ ହେଲେ ୩ ସରକାରୀ ଅଧିକାରୀ

ଯାଜପୁର,୮/୮(ଏସଏସନିୟୁଜ) ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ   ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆଧାରରେ ଯାଜପୁର ଜିଲ୍ଲାପାଳ ତିନି ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବଲପୁରରେ ନକଲି ନୋଟ ଜବତ

ସମ୍ବଲପୁର, ୮/୮(ଏସଏସନିୟୁଜ)ନକଲି ଟଙ୍କା ତିଆରି କରୁଥିବାଏକ ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୁଲିସ୍‌।ଏହାସହ ୬ ଜଣଙ୍କୁ ଗିରଫ କରିଛି ।ଏମାନେ ହେଲେ ସାଗର ସାହୁ, ଅଶୋକ ସାହୁ,ଶିବଶଙ୍କର ବଣିଆ.ଗୁଣନିଧି ଭୋଇ ,ସତ୍ୟନାରାୟଣ ନିରଳ ଓ ଅଭିରାମ ଝାଙ୍ଗଡ଼େ ।ପୋଲିସ ଏହି ଗ୍ୟାଙ୍ଗପାଖରୁ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ , ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କେନ୍ଦୁଝର , ୮/୮(ଏସଏସନିୟୁଜ) ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ବଡ଼ବିଲ ପୁଲିସ କୋର୍ଟଚାଳଣ କରିଛି ।ସେମାନେ ହେଲେ ଦୁଇନାବାଳକ ସହ ଇନ୍ଦିରା କଲୋନିର ମହେଶ ଲୋହାର (୨୧) ।ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀକୁ ଏମାନେ ଆଗରୁ ଜାଣିଥିଲେ । ୫ ତାରିଖ ରାତି ପ୍ରାୟ ୯ଟାବେଳେ ଏହି ୩ଜଣ ଯୁବତୀଙ୍କ ଘରକୁ ଯାଇ କୈାଶଳକ୍ରମେ କଥାପ୍ରସଙ୍ଗରେ ଘରଠାରୁ […]

ଭିଜିଲାନ୍ସ ଜାଲରେ ସିଡିଭିଓ

ଭୁବନେଶ୍ୱର,୮/୮(ଏସଏସନିୟୁଜ) ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳିନ ତ୍ରିଲୋଚନଙ୍କ କାର‌୍ୟ୍ୟାଳୟ, ସରକାରୀ ଘର ଓ ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ କରିଛି । ସିଡିଭିଓଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲେ ମଧ୍ୟ ଉକ୍ତ ଟଙ୍କାର ହିସାବ ସିଡିଭିଓ ଦେଇପାରିନଥିବା ଜଣାପଡିଛି ।

କଠୋର ହେଲା ବିସିସିଆଇ

➡️୧-ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା । ୟୁନେସ୍କୋକୁ ଦେଇଥିବା ଚିଠିରେ ଅନୁରୋଧ କଲେ ପୁରୀ ବିକାଶ ପରିଷଦ। ➡️୨-ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ➡️୩-ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ମାସ ୧୨ରୁ ଆରମ୍ଭ ହେବ ଖାତା […]

ଭଦ୍ରକ ଟାଉନ ପୁଲିସ୍ ଜବତକଲା ୧୨ ମଟର ସାଇକେଲ

ଭଦ୍ରକ,୭/୮(ଏସଏସନିୟୁଜ)ଭଦ୍ରକ ଟାଉନ ପୁଲିସ ଚଢାଉ କରି ୧୨ଟି ଚୋରି ମଟର ସାଇକେଲ ଜବତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହାସହ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି।କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ଟାଉନ୍ ଥାନାପୋଲିସ ସହର ଭିତରେ ଦୁଇ ଜଣ ମଟର ସାଇକେଲ ଚୋର ଭଡାରେ ରହୁଥିବାର ଜାଣିବାକୁ ପାଇଥିଲା ।ଏହାପରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ […]

ଡଙ୍ଗାନେବା ସାଜିଲା କାଳ

ବାରଙ୍ଗ,୭/୮(ଏସଏସନିୟୁଜ) ଗାଧୋଇବା ସାଜିଥିଲା କାଳ ।ଡଙ୍ଗାନେଇ କାଠଯୋଡିରେ ଗୋଧୋଇବାକୁ ଯାଇଥିବା ୪ଜଣ ପିଲାଙ୍କ ମଧ୍ୟରୁ ଜୀବନ୍ତଅବସ୍ତାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୋଟିଏ ମୃତଦେହ କୁ ମଧ୍ୟ ଦମକଳବାହିନୀ ଉଦ୍ଧାର କରିଛି ।ଏବେବିସୁଦ୍ଧା ଅନ୍ୟ ଜଣେ ନିଖୋଜ ଥିବାରୁ ଖୋଜାଖାଜି ଚାଲଥିବାର ଦେଖିବାକୁ ମିଳିଛି ।ତେବେ ଏହି ଛୋଟପିଲା ମାନେ ସ୍ଥାନୀୟ ପାଉରୁଟି କାରଖାନାରେ କାମକରୁଥିଲେ ।ଶନିବାରଦିନ କାଠଯୋଡିକୁ ଗାଧୋଇବାକୁ ଆସିଥିଲେ ।ନଦୀକୁଳରେ ଡଙ୍ଗା ଥୁଆ ହୋଇଥିବାର ଦେଖି ଡଙ୍ଗା ନେଇ ନଦୀକୁ ଯାଇଥିଲେ ।କିଛିବାଟ ଯିବାପରେ ଡଙ୍ଗାଟି […]