ଅଧାରହିଗଲା ଘର ବାହୁଡା ,୪ ମୃତ,୨ ଗୁରୁତର

ରାୟଗଡା,୧୩/୮(ଏସଏସନିୟୁଜ) ଡାକ୍ରଖାନାରୁ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିବା ସମୟରେ ହେଲା ଦୁର୍ଘଟଣା ।ଚାଲିଗଲା ୪ଜଣଙ୍କର ଜୀବନ ।ଏହିଭଳି ଏକ ଦୁଃଖଦ ଘଟଣା ଅମ୍ବାଦଳା ଥାନା ମଞ୍ଜଜୁରକୁପା ନିକଟରେ ଘଟିଛି । ବିଷମକଟକରୁ ଚିକିତ୍ସା ସାରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ମୁହାଁମୁହିଁ ଟ୍ୟାଙ୍କର ସହ ଆମ୍ବୁଲାନ୍ସର ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନିଗୁଡା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ୨ଜଣ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି ।

Comments (0)
Add Comment