ଥାନା ସାମ୍ନାରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ନରସିଂହପୁର, ୧୩/୮(ଏସଏସନିୟୁଜ) ଗତ ୮ ତାରିଖ ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣିବା ଘଟଣାରେ ବିନୋଦିନୀ ମହାଳିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଗୁରୁତର ହୋଇଥିବା ବିନୋଦିନୀଙ୍କ ପୁଅ ଆଲୋକଙ୍କର ମୃତ୍ୟୁ ଘଟିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାହାକୁ ନେଇ ଆଲୋକଙ୍କ ମୃତଦେହ ଧରି ପତ୍ନୀ ଟିକିନା ନାୟକଙ୍କ ସହ ଗ୍ରାମବାସୀମାନେ ନରସିଂହପୁର ଥାନା ସମ୍ମୁଖରେ ଧାରଣା ଦେବାସହ ମୁଖ୍ୟ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ ଗିରଫ ଦାବୀ କରିଥିଲେ ।ଥାନା ଅଧିକାରୀ ଅଲେଖ ଗରଡ଼ିଆ ଉତ୍ୟକ୍ତଗ୍ରାମବାସୀଙ୍କୁ ବୁଝାସୁଜାକରିବାସହ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ ଗିରଫ କରିବାର ପ୍ରତିଶୃତି ଓ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments (0)
Add Comment