ଜଳ ପ୍ରକଳ୍ପକୁ ବିରୋଧକରି ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା,୧୨/୮(ଏସଏସନିୟୁଜ) ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବାସହ କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା । ଆଜି ପୁଣିଥରେ କାମ ଆରମ୍ଭ ହେବାରୁ ଏହାକୁ ବିରୋଧକରି ରାସ୍ତାକୁ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି ସ୍ଥାନୀୟଲୋକ । ଆଉ ପୋଲିସ ଅଟକାଇବାରୁ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ପୋଲିସର ବ୍ୟାରିକେଡକୁ ଭାଙ୍ଗିବା ସହ ଧସ୍ତାଧସ୍ତି ହୋଇଥିଲା ।

Comments (0)
Add Comment