Browsing category

ଅପରାଧ

ଲାଞ୍ଚ ନେବାବେଳେ ଧରାପଡିଲେ ଜେଇ

ଭୁବନେଶ୍ଵର,୧୦।୬(ଏସଏସନିଉଜ)ଚାକିରୀରେ ଯୋଗଦେବାର ଦାନ ଏକ ବର୍ଷ ପୁରିଥିବା ବେଳେ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ।ସେ ହେଉଛନ୍ତି ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠଯନ୍ତ୍ରୀ ସୁସ୍ମିତା ଓରାମ।ମାଡାମଙ୍କ ପାଇଁ ଉପୁରି ନିଶା ମହାଙ୍ଗା ପଡିଛି।ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ।

ଚରିତ୍ର ସନ୍ଦେହରେ ମହିଳାଙ୍କୁ ନିର୍ୟାତନା

ଭୁବନେଶ୍ୱର,୯ା୬(ଏସଏସନିଉଜ)ମହିଳାଜଣଙ୍କ ଗତ ୨୦୨୦ ମସିହାରେ ନୟାଗଡ କୋର୍ଟରେ ଅରବିନ୍ଦନାଏକ ନାମକ ଯୁବକକୁ ବିବାହ କରିଥିଲେ ଏବଂ ତାଙ୍କ ପରିବାର ସହିତ ସେମାନଙ୍କ ଜନ୍ମସ୍ଥାନରେ ରହୁଥିଲେ। ବିବାହର କିଛି ଦିନ ପରେ, ଅଧିକ ଯୌତୁକ ପାଇଁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଦ୍ୱାରା ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଇଥିଲା। ପରେ, ଦମ୍ପତି ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ କାର୍ଗିଲବସ୍ତିରେ ରହିଲେ ।ଯେଉଁଠାରେ ଅରବିନ୍ଦ ଚରିତ୍ରକୁ ସନ୍ଦେହ କରି ପୁନର୍ବାର ମହିଳାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ […]

ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର,୯ା୬(ଏସଏସନିଉଜ) ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଉଛି।ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିବାସହ ତାଙ୍କ ସରକାରୀ ବାସଭବନରୁ ତଲାସୀ ସମୟରେ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତିା ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ଲକ୍ଷଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟିକିସ୍ତିରେ ୧୦ଲକ୍ଷ […]

ଏସକର୍ଟ ଗାଡିରେ ଆହତ

ଭୁବନେଶ୍ୱର,୯ା୬(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁôିରେ ଆୟୋଜିତ ସମନ୍ୱୟ ବୈଠକସାରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସକର୍ଟ ନେଇ ଗଞ୍ଜାମ ଫେରୁଥିଲେ ।ଫେରିବା ବାଟରେ ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟରାସ୍ତାରେ ଏକ ଟ୍ରକ ସହ ମୋଟର ସାଇକେଲର ଧକ୍କାହୋଇଥିଲା ।ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନଙ୍କ ଭୀଡ ମଧ୍ୟ ଲାଗିରହିଥିଲା ।ଭିଡ ଦେଖି ମନ୍ତ୍ରୀ ଅଟକିଯିବାସହ ଘଟଣାସର୍ମ୍ପକରେ ବୁଝିଥିଲେ ।ପରେ ଏସକର୍ଟ ଗାଡିରେ ଆହତଙ୍କୁ ତୁରନ୍ତ ଚିକିସ୍ାପାଇଁ ଡାକ୍ତରଖାନାକୁ […]

ଖୋଲାଖୋଲି ବିକୁଥିଲେ ବ୍ରାଉନ ସୁଗାର

ଜଟଣୀ,୯।୬(ଏସଏସନିଉଜ)ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଜଟଣୀ ଥାନା ଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ଖୁଦୁପୁର ଛକ ନିକଟସ୍ଥ ହୋଟେଲ୍ ଲ୍ୟାଣ୍ଡମାର୍କ ନିକଟରେ ରବିବାର ଅତର୍କିତ ଚଢ଼ଉ କରିବା ସହ ସର୍ବସାଧାରଣରେ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଦୁଇଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।ସେମାନେ ହେଲେଶ୍ରୀରାମନଗରରେ ରହୁଥିବା ଟାଙ୍ଗୀ ଜରିପଡାଗ୍ରାମର ରାଜେଶ୍ ମହାପାତ୍ର(୩୦), ନୟାଗଡ଼ ରଣପୁରର ଓମ୍ ପ୍ରକାଶ ରଥ(୨୩)। ଛାନବିନ ସମୟରେ ପୁଲିସ ମୋଟ ୧୨ଗ୍ରାମ […]

ଅଳ୍ପକେ ବର୍ତିଲେ ଯୋଗାଣ ମନ୍ତ୍ରୀ

ବାରଙ୍ଗ, ୬।୬(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡି ସହିତ ଗୋଟିଏ ଟ୍ରକ ଧକ୍କା ହୋଇଛି।ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ପ୍ରକାଶଯେ, ଶୁକ୍ରବାର ସକାଳ ୯ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଯୋଗାଣବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରୁ ଓଡି ୦୨ସିୟାଇ ୫୫୫୫ ନମ୍ୱର କାର ଯୋଗେ କାରକେଡ ନେଇ ଭାୟା ଆଠଗଡରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ […]

ପାନଦୋକାନରେ ବିକୁଥିଲେ ବିଦେଶୀ ମଦ

ମେଣ୍ଢାଶାଳ,୬।୬(ଏସଏସନିଉଜ)ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକିବା ଅଭିଯୋଗରେ ଚନ୍ଦକା ଥାନାପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାରଦିନ କୋର୍ଟଚାଲାଣ କରିଛି।ସିଏ ହେଉଛନ୍ତି ଶିମୁଳି ପାଟଣାଗ୍ରାମର ଦେବରାଜ ସାହୁ । ପ୍ରକାଶଯେ, ଚନ୍ଦକାବଜାରରେ ଦେବରାଜଙ୍କର ଏକ ପାନଦୋକାନ ରହିଛି। ସେ ଉକ୍ତ ଦୋକାନରେ ବିଦେଶୀମଦ ବିକ୍ରି କରୁଥିବାନେଇ ପୋଲିସ ପାଖରେ ଆଗରୁ ଅଭିଯୋଗମାନ ପହଞ୍ଚୁଥିଲ।ସବୁଠାରୁ ବଡକଥା ହେଲା ଚନ୍ଦକା ଥାନାଠାରୁ ମାତ୍ର ଅଳ୍ପଦୂରରେ ରହିଥିବା ଏହି ଦୋକାନରେ ମଦ ବେପାର ଚାଲିଥିଲା।ପୋଲିସ ଗୁରୁବାର ରାତିରେ ଚଢାଉ କରି […]

ଅପହରଣ କରି ଫେରାର ଥିଲେ

ମେଣ୍ଢାଶାଳ,୬।୬(ଏସଏସନିଉଜ)ଏକ ଅପହରଣ ମାମଲାରେ ଫେରାର ଥିବା ଜଣଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସ।ସିଏ ହେଉଛନ୍ତି ପାଇକରାପୂର ଗ୍ରାମର ବିଜୟ କୁମାର ପ୍ରଧାନ(୩୩) ଓରଫ ବିଜୁ। ପ୍ରକାଶଯେ, ବିଜୟ କୁମାର ପ୍ରଧାନ ଓ ତାର ସହଯୋଗୀମାନେ ପାଇକେରାପୁର ଗ୍ରାମରସ୍ବାଗତ ସେଠି ନାମକ ବ୍ୟକ୍ତିଙ୍କୁ ଏପ୍ରିଲ ୨ତାରିଖ ସକାଳୁ ଅପହରଣ କରି ନେଇଥିଲେ।ତାଙ୍କୁ ଜଣଙ୍କ ଘରେ ବନ୍ଦୀ କରି ରଖି ନିର୍ମମ ଆକ୍ରମଣ କରିବା ଏବଂ ଜାତିଭିତ୍ତିକ ନିର୍ୟାତନାର ଶିକାର କରି ୫ଲକ୍ଷଟଙ୍କା ନଦେଲେ ଜୀବନରେ ମାରିଦେବାକୁ ତାଙ୍କ ପରିବାର […]

RCBମାର୍କେଟିଂ ହେଡ୍‌ ଗିରଫ

ଭୁବନେଶ୍ୱର,୬।୬(ଏସଏସନିଉଜ)ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାରେRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେଙ୍କୁ ଗିରଫ କରାଯାଇଛି।ଏୟାରପୋର୍ଟରୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ।ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିଥିଲା।ଅନ୍ୟ ୩ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ଟ୍ରକ ପଛକୁ ପିଟିଲା ବସ,୧ମୃତ,୭ଗୁରୁତର

ଭୁବନେଶ୍ୱର,୫।୬(ଏସଏସନିଉଜ) ବୀଣାପାଣି ନାମକ ବସ କଟକରୁ ଝରୀଗାଁ ଯାଉଥିବା ସମୟରେ କୋକସରା ଚାରବାହାଲ ନିକଟରେ ଭୋର ୩ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ଦୃତଗତିରେ ଆସି ଟ୍ରକର ପଛପଟକୁ ଧକ୍କା ଦେଇଥିଲା।ଯାହାଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।ଏହି ଘଟଣାରେ ସାତଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡିକାଲରେ ଭର୍ତି କରିଛନ୍ତି।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି।