କଟକ, ୨୮।୬(ଏସଏସନିଉଜ) ନେତାଜୀ ସୁଭାଷସେତୁ ଉପରୁ ଶନିବାର ସକାଳୁ ଏକ ଗୋରୁ ବୋଝେଇ କାରକୁ ପୁଲିସ ଜବତ କରିଛି।
ପ୍ରକାଶଯେ, ଆଠଗଡ଼ ବାଙ୍କୀ ଅଂଚଳରୁ ଏକ ଓଆର ୦୫ଏଆର ୩୪୧୩ ନମ୍ୱର ଗୋରୁବୋଝେଇ କାରଟିରେ ୩ଟିଗୋରୁ ନେଇ ଆସୁଥିଲା।କାରଟି ନେତାଜୀ ସୁଭାଷସେତୁ ଉପରେ ପହଞ୍ଚିଥିବାବେଳେ କାରଟିରେ କୈାଣସି ଯାନ୍ତ୍ରୀକତୃଟି ଦେଖାଦେଇଥିଲା।ଗାଡିଟି ଷ୍ଟାର୍ଟ ନହେବାରୁ ବାଧ୍ୟ ହୋଇ ଗୋମାଫିଆ ମାନେ କାରଟିକୁ ବ୍ରିଜଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ସ୍ଥାନୀୟଲୋକ ବ୍ରିଜଉପରେ ଥୁଆ ହୋଇଥିବା ଗାଡ଼ିକୁଦେଖି ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ।ପୋଲିସ ପହଞ୍ଚି ଗାଡିଟି ଥୁଆ ହୋଇଥିବା ଅଞ୍ଚଳ ମର୍କତନଗରର ହୋଇଥିବାରୁ ତାଙ୍କୁ ସୂଚନା ଦେଇଥିଲା।ସୂଚନାପାଇ ମର୍କତନଗର ଥାନା ପୁଲିସ ଗୋରୁବୋଝେଇ କାରଭିତରୁ ୩ଟିଗାଈକୁ ଉଧାର କରି ମଧୁପାଟଣାଥାନା ନିକଟରେ ଥିବା ଗୋଶାଳାରେ ପଠାଇବାସହ ଗୋରୁବୋଝେଇ କାରକୁ ଜବତ କରିଛି।(ଜିତ ରାଉତଙ୍କ ରିପୋର୍ଟ)