କଳାହାଣ୍ଡି,୨୪।୬(ଏସଏସନିଉଜ) ଗାଁକୁ ପକାସଡ଼କ ନଥିବାରୁ ଆମ୍ବୁଲାନ୍ସଟି ଆସିପାରିନଥିଲା।ଯାହାଫଳରେ ୫କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଖଟରେ ଗ୍ରାମବାସୀଙ୍କୁ ବୁହାଇବାକୁ ପଡ଼ିଥିଲା।ଏହିଭଳି ଚିତ୍ର ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ବାଟିପାସ ଗାଁର ଘଟିଛି।
ମୃତକମହିଳା ହେଉଛନ୍ତି ବାଟିପାସ ଗାଁର ସୁଭଦ୍ରା ଯାନୀ(୨୨)।ସୋମବାରଦିନ ଚିକିତ୍ସା ପାଇଁ
ସୁଭଦ୍ରାଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଏବେ ମୃତକଙ୍କ ୨୬ଦିନର ଶିଶୁକନ୍ୟା ଥିବାର ଜଣାପଡିଛି।ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ଖମାରପଦର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଶବ ନେଇଯାଇ ଥିବାବେଳେ ଖମାରପଦରଠାରୁ ବାଟିପାସଗାଁକୁ ଆଉ ଯାଇପାରିନଥିଲା।ରାସ୍ତା ନଥିବାରୁ ଶବକୁ ଗ୍ରାମବାସୀମାନେ ଖଟିଆରେ ବହି ନେବାକୁ ପଡ଼ିଥିଲା।