Browsing category

ଅପରାଧ

ଗୁଳି ଓ ବୋମାମାଡ କରି ଫେରାର ଥିଲେ

ମେଣ୍ଢାଶାଳ,୧/୬(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ଜଣେ ଯୁବକକୁ ଚନ୍ଦକାପୋଲିସ ଶନିବାର ରାତିରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଭରତପୁରର ସହଦେବ ବାରିକ ଓରଫ ନାଗା।ପୋଲିସ ତାଠାରୁ ଏକ ବାଇକ୍, ମୋବାଇଲ୍ ଫୋନ ଓ ବନ୍ଧୁକ ଜବତକରିଛି। ସୂଚନା ମୁତାବକ ଗତ ମାର୍ଚ୍ଚମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀମଳିପଡା ସାମ୍ପୁରର ସଂଘର୍ଷବିହାର ଛକରେ […]

ଘରେ ପଶି ଚୋରି, ମାଡ଼ିବସିଲେ ପରିବାର ଲୋକ

ମେଣ୍ଢାଶାଳ,୨୯/୫(ଏସଏସନିୟୁଜ) ବିନ୍ଧଗିରିଗ୍ରାମରେ ବୁଧବାର ରାତିରେ ଶୋଇଥିବା ବେଳେ ଜଣଙ୍କ ଘରେ ପଶି ଆଲମିରାରୁ ଟଙ୍କା ଚୋରି କରୁଥିବାବେଳେ ଘର ଲୋକ ଚୋରକୁ ମାଡିବସି ପୋଲିସକୁ ଜିମା ଦେଇଥିଲେ।ଏହି ଘଟଣାରେ ପୋଲିସ ଚୋରକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ବୁଧବାର ରାତିରେ ବିନ୍ଧଗିରି ଗ୍ରାମରମଣ୍ଟୁ ଦେହୁରୀ (୪୫) ନିଜ ଘରେ ପରିବାର ସହ ସୋଇଥିଲା।ଏହି ସମୟରେ ବେଳେ ଭୁବନ ଢେଙ୍କାନାଳର ଶିବୁ ଦେହୁରୀ (୨୪) ନାମକ ଯୁବକ ମଣ୍ଟୁଙ୍କ ଘରେ ଚୋରି […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀବସ୍

ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ […]

ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ। ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀବସ୍

ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ […]

ଓଲଟିଲା କାର

ବାରଙ୍ଗ, ୨୮।୫(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ମୁଣ୍ଡଳି ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଥିଲା।କିନ୍ତୁ ଷୌଭାଗ୍ୟ ବଶତ କାରରେ ଥିବା ୫ଜଣକର କୌଣସି କ୍ଷତି ହୋଇନଥିବା ବେଳେସାମାନ୍ୟ ଆହତ ହୋଇଥିଲେ। ପ୍ରକାଶଯେ, ବୁଧବାର ଦିନ ପୂର୍ବାହ୍ନ ସାଢ଼େ୧୧ଟା ସମୟରେ ଅନୁଗୋଳଜିଲ୍ଲା ତାଳଚେର ଗୋପାଳପ୍ରସାଦ ଗ୍ରାମର ଲୁଲୁ ବେହେରା ନାମକ ବ୍ୟକ୍ତି ସପରିବାରେ ତାଙ୍କକାର ନମ୍ୱର ଓଡି ୧୯-ଆର-୦୬୨୩ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।ଦୃତଗତିରେ ଆସୁଥିବା ବେଳେ ମୁଣ୍ଡଳି ଗୋବିନ୍ଦପୁର ମୁଖ୍ୟରାସ୍ତାର ଗୋଡ଼ିପୋଖରୀଠାରେ କାରଟି ଭାରସାମ୍ୟ […]

ରାତିଅଧରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା

ବାରଙ୍ଗ,୨୮।୫(ଏସଏସନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରେ ବୁଧବାର ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ବିଭିନ୍ନ ସ୍ଥାନକୁ ଯାଇ ଖୋଜଖବର ନେଇଥିଲେ ମଧ୍ୟ କୌଣସି ତଥ୍ୟ ପାଇପାରିନ ଥିବାର ଜଣାପଡିଛି।ତେବେ କିଏ ଓ କାହିଁକି ଏତେ ଡ୍ରୋନ୍ ଉଡାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ,ମଙ୍ଗଳବାର ରାତିରୁ ବିଳମ୍ବିତରାତି ପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡ୍ରୋନ୍ ଉଡୁଥିଲା ।ଏହି ଘଟଣା ସାଧାରଣ ଲୋକଙ୍କ ନଜରକୁ […]

ବାନ୍ଧିଲେ ପିଟିଲେ ଗୁଳିମାରି ଲୁଟିନେଲେ

ସୋର,୨୨ା୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସୋରଥାନା ଅଧିନସ୍ଥ ତେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରୁହାତ ଗୋଡ଼କୁ ବାନ୍ଧି ମାଡ଼ମାରି୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।ସାତଜଣ ଅଜଣାଲୋକ ମୁହଁରେ କଳାମୁଖା ପିନ୍ଧି ରବୀନ୍ଦ୍ରନାୟକଙ୍କ ଘରକୁ ପଶିଥିଲେ।ଚୋରମାନେ ଘରେ ପଶିବାର ରବୀନ୍ଦ୍ରଙ୍କ ମା ଜାଣିପାରି ପୁଅ ମଳୟକୁ ଫୋନ କରି ଜଣାଇଥିଲେ।ପଡ଼ୋଶୀଙ୍କୁ ଫୋନକରି ପୁଅ ଏବିଷୟରେ ଜଣାଇଥିଲେ ।ସେତେବେଳକୁ ଚୋରମାନେ ଘରର କବାଟଭାଙ୍ଗି ଭିତରେପଶି ପରିବାରର ୫ଜଣ […]

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା

ବ୍ରହ୍ମପୁର,୨୨।୫(ଏସଏସନିୟୁଜ) ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି।ପୋଲିସ ୧୨ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୬ଟି ପିସ୍ତଲ, ୧୨ ଅଫୁଟାଗୁଳି, ୫ଟିଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ କରିଛି ।ବଡ଼ବଜାର, ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨‌ଜଣ ଅଭିଯୁକ୍ତ ଗିରଫ କରାଯାଇଛି।ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ରହିଥିବାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଅଜଣାଗାଡ଼ି ନେଲା ୨ଜୀବନ

ବାରଙ୍ଗ, ୨୨।୫(ଏସଏସନିୟୁଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲବନ୍ଧରାସ୍ତାର ସାନ ମୁଣ୍ଡଳିଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟଢେଙ୍କାନାଳରୁ ବାରଙ୍ଗ ଆଡ଼କୁ ଆସୁଥିବାବେଳେ ସାନମୁଣ୍ଡଳି ଗ୍ରାମପାଖ ପୁରୀ ମୁଖ୍ୟ କେନାଲ ବନ୍ଧରାସ୍ତାରେ ଅଜଣାଗାଡି ଧକା ଦେଇ ପଳାଇଯାଇଥିଲା।ପୋଲିସ ଖବର ପାଇ ଯୁବକଦ୍ୱୟଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।