Browsing category

ଅପରାଧ

ଲାଞ୍ଚ ନେଇ ଧରାପଡିଲେ ବିଧାୟକ

ଭୁବନେଶ୍ୱର,୪ା୫(ଏସଏସନିଉଜ)ରାଜସ୍ଥାନରେ ଲାଞ୍ଚ ନେଇ ଜଣେ ବିଧାୟକ ଗିରଫ ହୋଇଛନ୍ତି ।ସେ ହେଉଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ବିଧାୟକ ଜୟକୃଷ୍ଣ ପଟେଲ ଗିରଫ ହୋଇଛନ୍ତି ।ବିଧାନସଭାରେ ପ୍ରଶ୍ନ ପ୍ରତ୍ୟାହାର ପାଇଁ ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ହୋଇଥିଲା ।୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲାଏସିବି( ଇଉଈ) ।ଲାଞ୍ଚ ଟଙ୍କା ନେଇ ବିଧାୟକଙ୍କ ଗନ୍‌ମ୍ୟାନ୍‌ ଫେରାର ହୋଇଯାଇଥିବାବେଳେସରକାରୀ ଘରେ ଅଢ଼େଇ କୋଟିର ଲାଞ୍ଚ ପାଇଁ ହୋଇଥିଲା ଡିଲ୍‌ ବୋଲି ଜଣାପଡିଛି ।

ଗଞ୍ଜାମ ପୁଲିସକୁ ସଫଳତା

ଭୁବନେଶ୍ୱର,୪ା୫(ଏସଏସନିଉଜ) ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିବା ଏକ ବଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଗଞ୍ଜାମ ପୁଲିସ ଧରିବା ସହ ଅପରାଧୀଙ୍କ ଉଦ୍ୟମକୁ ପଣ୍ଡ କରିଛି । ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଆଦ ୬ଟି ଥାନା ଇଲାକାରେ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବାସହ ସେମାନଙ୍କଠାରୁ ୧୭ଟି ବନ୍ଧୁକ ଓ ୬୬ଟି ଜୂବନ୍ତ ଗୁଳି ଜବତ କରାଯାଇଛି।

ଟ୍ରାକ୍ଟର ଓଲଟି ୩ ମୃତ୍ୟୁ

ଯାଜପୁର,୪ା୫(ଏସଏସନିୟୁଜ) ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ପଟ୍ଟାମୁଣ୍ଡାଇ କେନାଲ ନିକଟରେ ଥିବା ବାହାଦୂର ନଗରରେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି।ଏହାସହ ଚାଳକ ଓ ଆଉଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ୟ୍ୟୋଧନ ଦଳେଇ(୧୪)। ଏକ ପାଟ ଜମିକୁ ମାଛ ଧରିବାକୁ ୫ଜଣ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲାାବାହାଦୂର ନଗରରେ ଟ୍ରାକ୍ଟରଟି ଓଲଟିଯିବାରୁ ୫ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିସ୍ା […]

ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି […]

କମ୍ ମାର୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ର

ଭୁବନେଶ୍ଵର,୨।୫(ଏସଏସ ନିଯୁଜ)ଶୁକ୍ରବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା । ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାର ଜଣାପଡିବା ପରେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି ।ସେ ହେଉଛନ୍ତି ଜଗତସିଂହପରୁର ସଦର ଥାନା ଅଳସୁଦ୍ଧା ଗାଁର ଜଣେ ଛାତ୍ର।ଛାତ୍ର ଜଣଙ୍କ କମ୍ ମାର୍କ ରହି ଥିବାର ଜାଣିବା ପରେ ସନ୍ତୁଳନ ହରାଇ […]

ଟ୍ରଲି ବ୍ୟାଗ୍‌ ଚୋରାରେ ଗଞ୍ଜେଇ

ଭୁବନେଶ୍ୱର, ୦୨/୦୫(ଏସ ଏସ ନିୟୁଜ)ଚରମ୍ପା ଷ୍ଟେସନ୍‌ରୁ ଏକ ଅଟୋରେ ଦୁଇଟି ଟ୍ରଲି ବ୍ୟାଗ୍‌ ଚୋରାରେ ଗଞ୍ଜେଇ ଯାଉଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ହାତରେ ଧରା ପଡିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ପ୍ରକାଶ ଯେ,ଚରମ୍ପା ଷ୍ଟେସନ୍‌ରୁ ଦୁଇ ଟ୍ରଲିବ୍ୟାଗ୍‌ ନେଇ ଆସିଥିବା ଜଣେ ଯାତ୍ରୀ ଅଟୋରେ ବାହାରିଥିଲେ । କୌଣସି ସୂତ୍ରରୁ ଉକ୍ତ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଥିବା ନେଇ ପୋଲିସ ଜାଣିପାରି […]

ଜଙ୍ଗଲରେ ପାଣି ବୋତଲ ଫ୍ୟାକ୍ଟ୍ରି

ବାରଙ୍ଗ,୨।୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଗାଁ ମୁଣ୍ଡ ଜଙ୍ଗଲରେ ଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଭୁବନେଶ୍ୱର ଅବକାରୀ ବିଭାଗ।ଶୁକ୍ରବାର ସକାଳେ ଅବକାରୀ ବିଭାଗର କର୍ମଚାରିମାନେ ଅତର୍କିତ ଭାବେ ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିଲେ।ଚଢାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଜଣାପଡିଥିଲା।ପ୍ରାୟ ୧୯ ଲକ୍ଷ ଟଙ୍କାର ପ୍ରସ୍ତୁତ ହୋଇଥିବା ଦେଶୀ ମଦକୁ ଜବତ କରିବା ସହ ୪ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ଅବକାରୀ ବିଭାଗ।ତେବେ ବେଆଇନ ଭାବେ ଏହି ପାଣି ବୋତଲ […]

ପୁଣି କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀଛାତ୍ରୀଙ୍କର ମୃତ୍ୟୁ

ଭୁବନେଶ୍ୱର,୧ା୫(ଏସଏସନିଉଜ) କିଟ୍‌ ବିଶ୍ଵବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ଆସିଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିା ମୃତ ଛାତ୍ରୀ ହେଉଛନ୍ତି ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ ।ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି […]

ନାଗିନ ନୃତ୍ୟରେ ସାପ ଧରି ନାଚିଲେ ବରଯାତ୍ରୀ

ଭୁବନେଶ୍ୱର,୧ା୫(ଏସଏସନିଉଜ) ନାଗିନ ନୃତ୍ୟର ତାଳେତାଳେ ଜୀବିତ ନାଗସାପକୁ ଧରି ବରଯାତ୍ରୀ ନାଚିଲେ । ଜଣେ ଯୁବକ ଜଣକ ସାପକୁ ଖେଳାଉ ଥିଉବା ବେଳେ, ଆଉ ଦୁଇ କିନ୍ନର ନାଗକୁ ଧରି ନାଚୁଥିଲେ ।ଏହିଭଳି ଘଟଣା ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ବରଯାତ୍ରୀ ଶୋଭା ଯାତ୍ରାରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ କରି ଏପରି ହୋଇଥିବାବେଳେ ସାପଟି ଚୋଟରେ କାହାର ଜୀବନ ମଧ୍ୟ ଯିବାର ସମ୍ଭାବନା ଦେଖାଦେଇଥିଲା ।ଖବରପାଇ ଧାମରା ବନ୍ୟ […]

ସରକାରୀ ଜମିରେ ଦୋକାନ କରିବା ନେଇ ଗଣ୍ଡଗୋଳ,

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ ମଧୁବନ ଗ୍ରାମର ଲିକୁନ ରାଉତ(୨୫) ନାମକ ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ […]