ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା

ବ୍ରହ୍ମପୁର,୨୨।୫(ଏସଏସନିୟୁଜ) ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି।ପୋଲିସ ୧୨ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୬ଟି ପିସ୍ତଲ, ୧୨ ଅଫୁଟାଗୁଳି, ୫ଟିଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ କରିଛି ।ବଡ଼ବଜାର, ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨‌ଜଣ ଅଭିଯୁକ୍ତ ଗିରଫ କରାଯାଇଛି।ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ରହିଥିବାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

Comments (0)
Add Comment