Browsing category

ଅପରାଧ

ନାବାଳକ ଚୋରକୁ ଧରିଲେ, ପୁଲିସକୁ ଦେଲେ…

ବାରଙ୍ଗ,୧୮।୫(ଏସଏସନିୟୁଜ)ରବିବାର ସକାଳେ ଜଣେ ନାବାଳକ ଚୋରକୁ ଧରି ସ୍ଥାନୀୟ ଲୋକମାନେ ବାରଙ୍ଗ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ, ବିଦ୍ୟାଧରପୁରଗ୍ରାମ ନିକଟସ୍ଥ ତ୍ରିଶୂଳିଆ ନରାଜ କାଠଯୋଡି ନଦୀବନ୍ଧ ରାସ୍ତାରେ କଟକ ତୁଳସୀପୁର ଅଂଚଳର ସାଜିଦ୍ ମହମ୍ମଦ ନାମକ ବ୍ୟକ୍ତିଙ୍କ ଘର କବାଟ ଭଙ୍ଗାଯାଇ ଶନିବାର ରାତିରେ ୪ହଜାର ଟଙ୍କା ଓ ବିଭିନ୍ନ ଘରକରଣା ଆସବାସପତ୍ର ଚୋରି ହୋଇଥିଲା।ଚୋରିହେବା ସମୟରଦୃଶ୍ୟ ଓ ସିସିଟିଭି କ୍ୟାମେରା ଭାଙ୍ଗିବାରଦୃଶ୍ୟ ଘର ସମ୍ମୁଖରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।ରବିବାରସକାଳେ ଚୋରି […]

ବଜ୍ରାଘାତରେ ୬ମୃତ

ଭୁବନେଶ୍ଵର,୧୬।୫(ଏସଏସନିୟୂଜ)ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ସେଥିମଧ୍ୟରେ କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି।କୋରାପୁଟ ଲକ୍ଷ୍ମୀପୁରରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଯୁବତୀ ମୃତ୍ୟୁ ହୋଇଥିବା ବେଳେପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ଜଣେ ନାବାଳକ,ଗଜପତିଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟାରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବାର ଜଣାପଡିଛି।

ମୁଁ ଆତ୍ମହତ୍ୟା କରିଦେବି

ଭୁବନେଶ୍ଵର,୧୪।୫(ଏସଏସ ନିୟୁଜ)ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ ଆତ୍ମହତ୍ୟା କରିବେ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଆଉ କାମରେ ଚାପ ଦିଆଯାଉଛି ବୋଲି ଏମିତି ନିବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ତାଙ୍କୁ ବାଲେଶ୍ୱର ଏସପି ନିର୍ଯାତନା ଦେଉଥିବା ବେଳେ ଏକାଧିକ ଦାୟିତ୍ୱ ତାଙ୍କ ଉପରେ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଇନିସ୍ପେଟର ଆଗରେ ତାଙ୍କୁ ଅପମାନିତ […]

ବୋଦାଭୋଜି ସାଜିଲା କାଳ

ଗଞ୍ଜାମ,୧୩।୫(ଏସଏସନିୟୁଜ)ବଳିବୋଦା ଭୋଜି ଖାଇବାକୁ ଆସୁଥିବା ବେଳେ ପିକଅପ ଭ୍ୟାନ ଓଲଟି ବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଉଛନ୍ତି ବାଦଲ ଗୌଡ(୧୫) ଓ ଚନ୍ଦ୍ରମା ଗୌଡ (୨୭)।ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ଗାଡିଟିରେ ୧୭ଜଣ ବସି ବଡ଼ବୋରସୀଙ୍ଗି ବ୍ରାହ୍ମଣ ଦେବି ମନ୍ଦିର ଅଭିମୁଖେ ବଳି ବୋଦା ଭୋଜି ଖାଇବାକୁ ଗୋଟେ ପରିବାରର ୧୭ଜଣ ସଦସ୍ୟ ଆସୁଥିଲେ।ଏହି ସମୟରେ ଏକ କଲଭର୍ଟକୁ ପିକଅପଭ୍ୟାନ ଧକ୍କା ଦେଇ […]

ଗୁଳି ଓ ବୋମାମାଡ ଘଟଣାରେ ସୁଧୀର ଗିରଫ

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଷୋମବାର ଦିନ ଆଉ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣା ବିକାକୁ ନେଇ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଥିଲେ ।ଗୁଳି ଚାଳନା ସହ ବୋମାମାଡ ବି ହୋଇଥିଲା। ଗୁଳିମାଡରେ […]

ଗୋରୁ ଚାଲାଣ କରୁଥିବା ଗାଡ଼ି ପୋଡ଼ିବା ସହିତ ଜଣକୁ ହତ୍ୟା

ବାରଙ୍ଗ, ୯।୫(ଏସଏସନିୟୁଜ) ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚାଲାଣ କରୁଥିବା ଗୋଟିଏ କାରକୁ ଦୃର୍ବୁତ୍ତମାନେ ପୋଡ଼ିଦେବା ସହିତ ଜଣକୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି କଟକ ଦେୱନ ବଜାରର ଶେଖ୍ ରାହିଲ (୨୩)।ବାରଙ୍ଗ ଥାନା ପୋଲିସ ୨୪୩/୨୫ କେସ ନମ୍ୱରରେ ଏକ ହତ୍ୟା ମାମଲା ରୁଜୁକରି ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରକାଶଯେ, ଶୁକ୍ରବାର ଭୋର ସମୟରେ ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ […]

ଗୋଦାମରେ ଫୁଟିଲା ବାଣ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ବାଣ ଗୋଦାମ୍‌ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କର ଚିକିତ୍ସା ଚାଲିଥିବାର ଜଣାପଡିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଏହି ଅଘଟଣ ଘଟିଛି।

ମାବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି ଅଳଙ୍କାର ମିଳିଲା

ଗଞ୍ଜାମ,୫ା୫(ଏସଏସନିଉଜ) କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରଗର୍ଭଗୃହର ତାଲା ଭଙ୍ଗାଯାଇ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ଘଟଣା ଊପରୁ ପର୍ଦା ଉଠାଇଛି ଭଞ୍ଜନଗରଥାନା ପୁଲିସ ।ଗତ ୨୫ ଓ ୨୬ ତାରିଖ ରାତିରେ କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା ।ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ […]

ହରିଜନ ମହିଳାଙ୍କୁ ମାଡ଼

ବାରଙ୍ଗ, ୬।୫(ଏସଏସନିଉଜ) ପଦ୍ମନାଭ ନଗରର ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାକଡ଼ ସରକାରୀ ଜାଗାରେ ଯିବାକୁ କେନ୍ଦ୍ର କରି ହରିଜନ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ମହିଳାଙ୍କୁ ସୋମବାର ଗିରଫ କରିଛି ବାରଙ୍ଗ ପୁଲିସ। ପ୍ରକାଶଯେ,ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାକଡ ସରକାରୀ ଜାଗାରେ ପାଟପୁର ଗ୍ରାମର ପଞ୍ଚୁ ବସ୍ତିଆ ଘର କରି ଭଡାକୁ ଦେଇଛନ୍ତି। ସେହି ଘରେ କୁନି ରାଉତ ନାମକ ମହିଳା ରହୁଛନ୍ତି।ତାପାଖରେ ଥିବା ସରକାରୀ ଜାଗାରେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଂଚଳ ତୋରାଣି […]

ଅଚାନକ ଭାଙ୍ଗି ରାସ୍ତାରେ ପଡ଼ିଲା ବେଆଇନ ହୋଡିଂ

ବାରଙ୍ଗ, ୫।୫(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଗ୍ରାମ ନିକଟରେ ବେଆଇନ ଭାବେ ହୋଇଥିବା ଏକ ହୋଡିଂ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପଥଚାରୀ। ପ୍ରକାଶଯେ, ବାରଙ୍ଗ ଅଂଚଳର ମୁଖ୍ୟରାସ୍ତା କଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ହୋଡିଂ ଅତି ବିପଦପୂର୍ଣ୍ଣ ଭାବରେ ରହିଛି। ସ୍ଥାନୀୟ ପ୍ରଶାସନର କୌଣସି କଟକଣା ରହୁନଥିବାରୁ ହୋଡିଂ ନିର୍ମାଣ କାରୀ ସଂସ୍ଥା ମୁଖ୍ୟରାସ୍ତା କଡରେ ଛତୁ ଫୁଟିବା ଭଳି ବେଆଇନ ନିର୍ମାଣ କରିଚାଲିଛନ୍ତି। ଷଣ୍ଢପୁର ଗ୍ରାମ ନିକଟରେ […]