ବାପା ମୃତ୍ୟ ଖବର ପାଇ କୂଅକୁ ଡେଇଲା ଝିଅ

ବାରଙ୍ଗ,୪।୬(ଏସଏସନିଉଜ)ବୁଧବାର ସକାଳ ୭ଟା ପାଖାପାଖି ବାରଙ୍ଗ ଥାନା ଅଧୀନସ୍ଥ ଦାଢାପାଟଣା ଗ୍ରାମ ମଙ୍ଗଳା ଛକରେ ରହୁଥିବା ଜଣେ ଯୁବତୀ ବାପାର ମୃତ୍ୟୁ ଖବର ପାଇ କୂଅକୁ ଡେଇପଡ଼ିଥିଲେ।ଖବର ପାଇ ବାରଙ୍ଗରୁ ଦମକଳ ବାହିନୀ ଆସି କୂଅ ମଧ୍ୟରୁ ଯୁବତୀକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନେଇଥିଲେ।ଷୌଭାଗ୍ୟବଶଃତ ଯୁବତି ଜଣଙ୍କ ବଞ୍ଚି ଯାଇଥିବାର ଜଣାପଡିଛି।
ପ୍ରକାଶ ଯେ,ଦାଢାପାଟଣା ଗ୍ରାମର ମଙ୍ଗଳା ଛକରେ ରହୁଥିବା ସୁକାନ୍ତସାହୁ ନାମକ ବ୍ୟକ୍ତି
ଗତ କିଛି ଦିନ ହେବ କିଡନୀ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ।ବୁଧବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ସୁକାନ୍ତସାହୁଙ୍କର ମୃତ୍ୟୁ ହୋଇଥିଲା।ଏହି ଖବର ତାଙ୍କ ଘରେ ପହଞ୍ଚିବା ପରେ ମୃତକଙ୍କ ୧୯ବର୍ଷୀୟା ଝିଅ ବାପାଙ୍କ ମୃତଖବର ପାଇ ଭାରସାମ୍ୟହରାଇ ଘର ପାଖରେ ଥିବା କୂଅକୁ ଡେଇ ପଡ଼ିଥିଲେ।ପାଖରେଥିବା ଲୋକମାନେ ଏହାଦେଖି ବାରଙ୍ଗ ଦମକଳବାହିନୀକୁ ଖବର ଦେଇଥିଲେ।ଖବର ପାଇ ଦମକଳବାହିନୀ ଆସି ଯୁବତୀକୁ କୂଅରୁ ଉଧାର କରି ଚିକିତ୍ସାପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ।ପରେ ଯୁବତୀ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡିଛି।

Comments (0)
Add Comment