ପୁଣି ଡ୍ରୋନ୍ ଉଡ଼ିବା ଚର୍ଚ୍ଚା

ବାରଙ୍ଗ,୨।୬(ଏସଏସନିଉଜ) ଗତ ୨୭ ତାରିଖ ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରୁ ପୋଲିସ ପରଦା ଉଠାଇନଥିବ ବେଳେ ପୁଣି ଡ୍ରୋନ୍ ଉଡ଼ିବା ଖବର ମିଳିଛି।ସୋମବାର ରାତି ୮ଟା ପାଖାପାଖି ରତାଗଡ ନୂଆସାହି ଗାଁ ପାଖରେ ୨ଟି ଡ୍ରୋନ୍ ଉଡୁଥିବାର ପୋଲିସ ପାଖରେ ଖବର ଆସି ପହଞ୍ଚିଥିଲା।ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ପଚରାଉଚରା କରିଥିଲେ। ୨ଟି ଡ୍ରୋନ୍ କିଛି ସମୟ ପାଇଁ ଉଡ଼ି ଭୁବନେଶ୍ଵର ପଟକୁ ପଳାଇ ଯାଇଥିଲା ବୋଲି କିଛି ଗ୍ରାମବାସି କହିଥିଲେ।ଏହି ଘଟଣା ପରେ ଗ୍ରାମ ବାସି ମାନଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳିଯାଇଛି।ଅନ୍ୟପଟେ ଡ୍ରୋନ୍ କୁ ନଦେଖି ପାରି ପୋଲିସକୁ ଖାଲି ଫେରିବାକୁ ପଡିଛି।ଏହା ଗୁଜବ ନା ଆଉ କଣ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments (0)
Add Comment