ଅପହରଣ କରି ଫେରାର ଥିଲେ

ଧରିଲା ପୋଲିସ

ମେଣ୍ଢାଶାଳ,୬।୬(ଏସଏସନିଉଜ)ଏକ ଅପହରଣ ମାମଲାରେ ଫେରାର ଥିବା ଜଣଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସ।ସିଏ ହେଉଛନ୍ତି ପାଇକରାପୂର ଗ୍ରାମର ବିଜୟ କୁମାର ପ୍ରଧାନ(୩୩) ଓରଫ ବିଜୁ।
ପ୍ରକାଶଯେ, ବିଜୟ କୁମାର ପ୍ରଧାନ ଓ ତାର ସହଯୋଗୀମାନେ ପାଇକେରାପୁର ଗ୍ରାମରସ୍ବାଗତ ସେଠି ନାମକ ବ୍ୟକ୍ତିଙ୍କୁ ଏପ୍ରିଲ ୨ତାରିଖ ସକାଳୁ ଅପହରଣ କରି ନେଇଥିଲେ।ତାଙ୍କୁ ଜଣଙ୍କ ଘରେ ବନ୍ଦୀ କରି ରଖି ନିର୍ମମ ଆକ୍ରମଣ କରିବା ଏବଂ ଜାତିଭିତ୍ତିକ ନିର୍ୟାତନାର ଶିକାର କରି ୫ଲକ୍ଷଟଙ୍କା ନଦେଲେ ଜୀବନରେ ମାରିଦେବାକୁ ତାଙ୍କ ପରିବାର ଲୋକକୁ ଫୋନ୍ ଦ୍ଵାରା ଧମକ ଦେଇଥିଲେ।ଏହି ଘଟଣାରେ ପୋଲିସ ଅପହୃତଙ୍କ କେବଳରୁ ସ୍ବାଗତଙ୍କୁ ଉଦ୍ଧାର କରିଥିଲା।ଏହି ଘଟଣାରେ ପୋଲିସ ୪ଜଣଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ଫେରାର ରହିଥିବା ବିଜୟ କୁମାର ପ୍ରଧାନଙ୍କୁ ଗୁରୁବାର ରାତିରେ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ବିଜୟଙ୍କ ନାମରେ ପୂର୍ବରୁ ଚନ୍ଦକାଥାନାରେ ୨ଟି ମକଦ୍ଦମା ଥିବାର ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment