Browsing category

ଅପରାଧ

କାର ବାଇକକୁ ଦେଲା ଧକା

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟରେ କାର ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବାଲିକୁଦା ରୁ ତ୍ରିଶୂଳିଆ ଅଭିମୁଖେ ଓଡି ୦୨ବିୟୁ ୬୭୩୮ ନମ୍ୱର କାରଟି ଦୃତଗତିରେ ଆସୁଥି ବାବେଳେ ବିପରୀତ ଦିଗରୁ ଆସୁଥିବା ବେଳେ ଓଡି ୦୫ ଏୟୁ ୯୧୦୫ ନମ୍ୱର ବାଇକକୁ ନରଣପୁର ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ଗୋଡ଼ ଉପରେ […]

ଲୁଚିଥିଲେ , ଓଲ୍ଡଟାଉନ ଅଞ୍ଚଳରୁ ଧରିଲା ପୋଲିସ

ବାରଙ୍ଗ,୨୯।୪(ଏସଏସନିୟୁଜ)ଜବରଦସ୍ତ ଭଙ୍ଗା ବିୟର ବୋତଲ ଦେଖାଇ ମାରିଦେବାକୁ ଧମକ ଦେଇ ସୁନଚେନ୍ ଲୁଟିବା ଘଟନାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ପରେ ଫେରାର ଥିବା ଅନ୍ୟ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ପାଇକେରାପୁରର ଅନିଲ୍ ରଣଜିତ୍ ଓରଫ ପାପୁଲ୍ । ପ୍ରକାଶ ଯେ,ଗତ ମାର୍ଚ୍ଚ ୨୯ତାରିଖ ସକାଳେ ରବି ସୋଭେଶ ନାମକ ବ୍ୟକ୍ତି ତାଙ୍କ କଲେଜକୁ କାରରେ ଯାଉଥିବା ସମୟରେ, ଗୋଠପାଟଣା ଛକ ନିକଟରେ ୩ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ […]

ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ଭୁବନେଶ୍ଵର,୨୮।୪(ଏସଏସନୀୟୂଜ୍)ଭାରତରେ ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ ବ୍ୟାନ୍‌ କରାଯାଇଛି।୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରୁଛି ଭାରତ ସରକାର।ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ ହୋଇଛି।ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌, ଡନ୍‌ ନ୍ୟୁଜ୍‌ ଚାନେଲ ମଧ୍ୟ ବ୍ୟାନ୍‌ ହୋଇଛି।ମିଥ୍ୟା ଖବର ପ୍ରସାରଣ କରିବା ନେଇ ପଦକ୍ଷେପ ନିଆଯାଇଥିବାର ଜଣାପଡିଛି।

LOCରେ ପାକ୍‌ସେନାର ଫାୟାରିଂ

ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି। ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍‌ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ

ବାଙ୍କୀ,୩୧।୩(ଏସଏସନିୟୁଜ) ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ ଦୁବୃର୍ତ୍ତ।ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଇଛନ୍ତି।ଯାହାଫଳରେ ୪ ବଖରା ଘର ଜଳିଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ୧୨ଜଣ ଆହତ ହୋଇଥିବାର ଜଣାପଡିଛି।କାଜୁଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି।

ଦଣ୍ଡନାଚବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ଵର,୩୧।୩(ଏସଏସନିୟୁଜ)ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ ଘଟିଛି । ବଡ଼ବଜାର ଥାନା ଜେନାସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟାକରିଛନ୍ତି ବାପା-ପୁଅ ।ମୃତକ ହେଉଛନ୍ତି ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଗତକାଲି ରାତିରେ କୌଣସି କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ଭୋଗ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । […]

ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି। ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ ପରିସ୍ଥିତିରେ […]

କାର ନେଲା ଜୀବନ

ବ୍ରହ୍ମପୁର,୨୯।୩(ଏସଏସନିୟୁଜ) ବୈଦ୍ୟନାଥପୁର ଥାନା ଅର୍ନ୍ତଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ଫୁଲଟା ଗାଁର ବିଜୟ ନାହାକ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ କାର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଆଖପାଖ ଅଂଚଳର ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି।ବିଜୟ ସାଇକେଲରେ ଆସୁଥିବା ବେଳେ ଗୋଟିଏ କାର୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବିଜୟଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ […]

ଯୁବତୀର ମୋବାଇଲ୍ ଛଡ଼ାଇ ଧରାପଡିଲେ ୨

ଜଟଣୀ,୨୬।୩(ଏସଏସନୀୟୂଜ) ୨୫ ତାରିଖ ସକାଳ ପ୍ରାୟ ୯.୨୦ମିନିଟ ସମୟରେ ଜାଗ୍ୟସେନୀ ପାହାଡସିଂ ନାମକ ଯୁବତୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରୁ ଜଟଣୀସ୍ଥିତ ତାଙ୍କ କୋଚିଂ ସେଣ୍ଟରକୁ ଯାଉଥିଲେ। ସେ ରେଳ ଷ୍ଟେସନ୍ ଗୋଲେଇଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍‌ରେ କଥା ହେଉଥିବା ସମୟରେ ହଠାତ୍ ଦୁଇଜଣ ଅଜଣା ଅପରାଧୀ ଏକ ଲାଲରଙ୍ଗର ଓଡି-୧୩-ଏନ-୬୭୧୨ ନମ୍ୱର ବାଇକ୍‌ରେ ଆସି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ। ସେ କିଛିଦୂର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ […]

ବାପାଙ୍କ ବିବାହକୁ ବିରୋଧ କରିବାରୁ ହତ୍ୟା

ନୟାଗଡ଼,୧୩।୩(ଏସଏସନିୟୁଜ୍)୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ ହୋଇଛନ୍ତି।ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଛି ବାପା ।ଡବଲ୍ ମର୍ଡର ନେଇ ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ନୟାଗଡ଼ ଏସ୍‌ପି।ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ ହୋଇଛନ୍ତି।ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ପିଶାଚ ବାପା।ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହ ଝୁଲାଇ ଦେଇଥିଲ। ସୋମବାର ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର […]