Browsing category

ଅପରାଧ

ଖଣ୍ଡାରେ ଆକ୍ରମଣ ଘଟଣାରେ ୨କୋର୍ଟଚାଳଣ

ବାରଙ୍ଗ,୧୫ା୩(ଏସଏସନିଉଜ)ତାସ ଖେଳକୁନେଇ ଗୁରୁବାରଦିନ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ଏହି ଘଟଣାରେ ଜଣେ ଫେରାର ଥିବାବେଳେ ପୋଲିସ ସେମାନଙ୍କଠାରୁ ଘାସକଟା ଖଣ୍ଡା ଓ ସ୍କୁଟିକୁ ଜବତକରିଛି । ପ୍ରକାସଯେ,ଗୁରୁବାର ୪ଟା ସମୟରେ ପାଇକେରାପୁରଗ୍ରାମର ଅମର ପ୍ରଧାନ ,ଧଡୁଦାସ ଓ ଅନ୍ୟମାନେ ମିଶି ଗାଁରେ ତାସ ଖେଳୁଥିଲେ ।ତାସ ଖେଳକୁନେଇ ଅମିର ପ୍ରଧାନ ଓ ଧଡୁଦାସଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହିଘଟଣା ପରବର୍ତିସମୟରେ ଉଗ୍ରରୁପ ଧାରଣ କରିଥିଲା ।ଧଡୁ ଦାସ […]

ପୁରୀମେନ୍‌କେନାଲ ଭିତରକୁ ପଶିଲା ଅଟୋ

ବାରଙ୍ଗ ୧୫ା୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁରଗ୍ରାମ ନିକଟ ପୁରୀ ମୁଖ୍ୟକେନାଲ ଭିତରକୁ ଭାରସାମ୍ୟ ହରାଇ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ଅଟୋ ପଶିଯାଇଥିଲା ।ଅଟୋରେ କେହିନଥିବାବେଳେ ଚାଳକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ପ୍ରକାସ ଯେ, ଶୁକ୍ରବାର ସକାଳେ ପ୍ରାୟ ସାଢେ ଆଠଟା ସମୟରେ ଓଡି ୩୩ଏଏଲ ୨୫୦୨ ନଂ ଯାତ୍ରୀବାହୀ ଅଟୋଟି ମାଛ ଦାନା ନେଇ ପ୍ରତାପ ନଗରୀଦେଇ କେନାଲବନ୍ଧରାସ୍ତାରେ ବାରଙ୍ଗ ଆସୁଥିଲା ।ଅଟୋଟି କାନପୂର ଗ୍ରାମ ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ କେନାଲଭିତରକୁ […]

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତହେଦଟି ପୋଖରୀର ଉତ୍ତରେଶ୍ୱର ଘାଟରେ ଭାସୁଥିବାର ଜଣାପଡିବାପରେ ସ୍ଥାନୀୟଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ କଭରଦେଇଥରଲେ ।ପରେ ଅଗ୍ନିଶମ କର୍ମଚାରୀମାନେ ଆସି ପାଣିଭିତରୁ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ମହିଳା ଜଣଙ୍କ କିଏ ଓ ତାଙ୍କର ପରିଚୟ ଅଦ୍ୟାବଧି ମିଳିପାରିନଥିବାବେଳେ ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତଆରମ୍ଭ କରିଛି ।

ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭଦ୍ରକ,୧୫ା୩(ଏସଏସନିଉଜ) ଆଜି ସକାଳୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ସକାଳ୬ଟାରୁ ଏହି ବନ୍ଦ ଡାକରା ଦିଆଯାଇଛି । କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବିରେ ଓ କଲେଜର ପରିଚାଳନା ପ୍ରଶାସନ ହାତକୁ ନେବା ଓ କର୍ମଚାରୀଙ୍କୁ ଦରମା ଦେବା ଦାବି କରି […]

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ,୧୪।୩(ଏସଏସନିଉଜ) ମେୟରଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ଆହତ ହୋଇଛନ୍ତି।ଖାନନଗର ପଟୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ମେୟରଙ୍କ ଗାଡ଼ି।ଆହତ ଯୁବକଙ୍କୁ ଅଟୋ ସହାୟତାରେ ହସ୍ପିଟାଲ ପଠାଇଲେ ମେୟର।

ବୋମାମାଡ଼ରେ ଜଳିଗଲେ କାର

କାମାକ୍ଷାନଗର,୧୪।୩(ଏସଏସନିଉଜ) ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ସାଇ ବିହାର ଲେନ୍‌ରେ ଏକ ଦୋକାନଘର ଗ୍ୟାରେଜରେ ବୋମାମାଡ଼ ହୋଇଛି।ବୋମାମାଡ଼ରେ କାର୍ ଚୁରମାର୍ ହୋଇଯାଇଥିବାବେଳେ ପେଟ୍ରୋଲ ନିଆଁରେ ଜଳିଯାଇଛି ପିକଅପ୍।ଏହାଦ୍ୱାରା ୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ, ହୋଇଥିବନେଇ ଥାନାରେ ଏତଲା ହୋଇଛି।

ଚିକେନ୍ ଦୋକାନିକୁ ଆକ୍ରମଣ

ବାରଙ୍ଗ,୧୩ା୩(ଏସଏସନିଉଜ)ନନ୍ଦନକାନନଥାନା ଅଧିନସ୍ଥ ମୈତ୍ରୀଭୁବନ ଅପାର୍ଟମେଣ୍ଟ ସାମ୍ନାରେ ଥିବା ଚିକେନ ଦୋକାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଭାଇଭଉଣୀଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଶ୍ରୀଖରଚଣ୍ଡୀ ନଗରରେ ରହୁଥିବା ନୟାଗଡର ସୈାଫିଲଖାନ ଓ ଭଉଣୀ ସବନାମ ବେଗମ । ମଙ୍ଗଳବାରରାତିରେ ଜଲ୍ଲାଲ୍ ଖାନ ନାମକ ବ୍ୟକ୍ତି ତାଙ୍କର ଚିକେନ ଦୋକାନରେ ଥିଲେ ।ମଙ୍ଗଳବାର ସନ୍ଧ୍ୟା ସମୟରେ ଜଲ୍ଲାଲ୍ ଙ୍କ ସର୍ମ୍ପକିୟ ସୈାଫିଲଖାନ ଓ ଭଉଣୀ ସବନାମ ବେଗମ ଦୋକାନ ପାଖରେ ଆସି ପହଁଚିଥିଲେ ।ଉଭୟଙ୍କ ମଧ୍ୟରେ […]

ବିଧବାମହିଳାଙ୍କୁ ହତ୍ୟାକଲା କିଏ?

  ବାରଙ୍ଗ,୧୧।୩ (ଏସଏସନିଉଜ)ରବିବାର ବିଳମ୍ଭିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବାରଶିଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବୁତମାନେ ବିଭସ୍‌ଭାବେ ହତ୍ୟା କରିଛନ୍ତି ।ଘରପାଖରେ ଥିବା ଗୁହାଳଘର ନିକଟରେ ଅର୍ଦ୍ଧଲଗ୍ନଅବସ୍ଥାରେ ମୃତଦେହଟି ପଡିଥିବାବେଳେ ପାଖରେ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା । ସୋମବାରସକାଳୁ ଏହା ଜଣାପଡିବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିଥିଲେ ମଧ୍ୟ ହତ୍ୟାର ପକୃତ କାରଣ ଜାଣିପାରିନଥିବାର ଜଣାପଡିଛି […]

୫୭ଲିଟର ଦେଶିମଦ ଜବତ

ବାରଙ୍ଗ,୧୧।୩ (ଏସଏସନିଉଜ)ଗତକିଛିଦିନହେବ ନନ୍ଦନକାନନଥାନାପୋଲିସ ଦେଶୀମଦଚଢାଉ ଉପରେ ଗୁରୁତ୍ୱଦେବାସହ ମଦ ବେପାରରେ ରୋକ ଲଗାଇବାପାଇଁ ଆକ୍ସନ ମୁଡରେ ରହିଥିବାର ଦେଖିବାକୁମିଳିଛି ।ରବିବାର ଦିନ ପୁଣି ଖବରପାଇ ଗଣ୍ଡରପୁର ଗ୍ରାମର ଗଣେଶ ରାଉତ ନାମକ ବ୍ୟକ୍ତି ଘରେ ମଦ ବିକୁଥିବାବେଳେ ଚଢଉକରି ୧୨୪ଟି ଛୋଟବଡ ପ୍ଲାଷ୍ଟିକବୋତଲରେ ବିକ୍ରି ଉଦ୍ଦେଶ୍ୟରେ ଥିବା ୫୭ଲିଟର ଦେଶିମଦ ସହ ନଗଦ ୩୩ଶହ ଟଙ୍କା ଜବତ କରିଥିଲା ।୬୫/୨୪କେଶନଂରେ ପୋଲିସ ଏକ ମକଦ୍ଦମାରୁଜୁକରି ସୋମବାରଦି ଗଣେଶକୁ କୋର୍ଟଚାଳଣ କରିଛି ।

ନିର୍ବନ୍ଧପାର୍ଟିରୁ ଗିଫ୍ଟବ୍ୟାଗ ଲୁଟ୍‌!

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅତିଥୀ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର।ଜୟଦେବ ବିହାର ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ।ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ସିସିଟିଭିରୁ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ।