Browsing category

ଅପରାଧ

IDBIରେ ଠକେଇ:-ଆଉ ୨ ଗିରଫ

ଭୁବନେଶ୍ୱର,୧୦।୩(ଏସଏସନିଉଜ)IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW।ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଜଣ ଗିରଫ ହୋଇଛନ୍ତି।ପୂର୍ବ ମ୍ୟାନେଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗିରଫ ହୋଇଛନ୍ତି।୩୫ଜଣଙ୍କୁ ଋଣ ଦେବାନାଁରେ ୩.୭୦ କୋଟି ଠକେଇ କରିଥିଲେ।

ବିଷପିଇ ଦମ୍ପତିଙ୍କ ଆତ୍ମହତ୍ୟା !

  ନରସିଂହପୁର,୧୦।୩(ଏସଏସନିଉଜ) ଘରୁ ଦମ୍ପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି।ମାଣିଆବନ୍ଧ ଥାନା ମାଣିଆବନ୍ଧଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଛି।ପାରିବାରିକ କଳହରୁ ଦମ୍ପତି ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯିବା ସହ ପୋଲିସ ମୃତଦେହ ଜବତ କରି କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ କରିଛି।

ଦାଣ୍ଡରେ ପଡିଛି ମୃତଦେହ!

ଖୋର୍ଦ୍ଧା,୧୦।୩(ଏସଏସନିଉଜ) ବୋଲଗଡ଼ଥାନା ମାଣିବନ୍ଧ ଗାଁ ଦାଣ୍ଡରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ ମୃତଦେହ।ପୂର୍ବଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି।ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଁଚି ତଦନ୍ତ ଆରମ୍ଭ କରିଛି।ଏହାକୁନେଇ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

ଜେଲ୍‌ରୁ ୨ କଏଦୀ ଫେରାର!

ଟିଟିଲାଗଡ଼,୧୦।୩(ଏସଏସନିଉଜ)ଟିଟିଲାଗଡ଼ ଉପ- କାରାଗାରରୁ ୨କଏଦୀ ଫେରାର ହୋଇଯାଇଛନ୍ତି।ଗତକାଲି ରାତିରୁ ୨କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି।ଉଭୟ ହତ୍ୟାମାମଲାରେ ଦୋଷୀସାବ୍ୟସ୍ତ ହୋଇ ସଜା କାଟୁଥିଲେ।ତେବେ କଏଦୀଦ୍ୱୟ କିଭଳି ଖସିଗଲେ ତାହାକୁନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଆକ୍ସନମୁଡ଼ରେ ଗୋଳନ୍ଥରାଥାନା ପୁଲିସ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଗତ କିଛିଦିନ ହେବ ଗୋଳନ୍ଥରା ଥାନାପୋଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଆକ୍ସନ ମୁଡ଼ରେ ରହିଥିବା ନେଇ ଜଣାପଡିଛି।ଗତକାଲି ରାତିରେ ପୁଲିସ ସ୍ଥାନୀୟ ରାଳବ ନିକଟରେ ଚାଲିଥିବା ଏକ ସେକ୍ସ ରାକେଟ୍ ଠାବ କରିଛି । ଏଥିରେ ଦୁଇରାଣୀ ମହୁମାଛିଙ୍କ ସମେତ ୪ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

EDଚଢ଼ାଉରେ ୩୦ଲକ୍ଷ ଜବତ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ED ଚଢ଼ାଉରେ ମିଳିଲା ୩୦ଲକ୍ଷ ନଗଦଟଙ୍କା।୨କେଜି ଓଜନର ସୁନା ବି ମିଳିଲା।ଯାହାରମୂଲ୍ୟ୧. ୨୪କୋଟି ଟଙ୍କା ହେବ।କେନ୍ଦୁଝର ଯୋଡ଼ାରେ ଇଡି ଚଢାଉ ବେଳେ ମିଳିଲା ଟଙ୍କା।ଦୀପକଗୁପ୍ତା ଓ ସହଯୋଗୀଙ୍କ ୧୨ଟି ସ୍ଥାନରେ ହୋଇଥିଲା ରେଡ୍ ।ବିଦେଶୀକାର୍, ସମ୍ପତ୍ତି, ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି।

ବୋରୱେଲରେ ଫସିଲା ଶିଶୁ

ଦିଲ୍ଲୀ,୧୦।୩(ଏସଏସନିଉଜ)୪୦ ଫୁଟ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ।କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ ପ୍ଲାଣ୍ଟରେ ଅଘଟଣ ଘଟିଛି।ବୋରୱେଲରୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।ଘଟଣାସ୍ଥଳରେ ଅଗ୍ନିଶମବାହିନୀ , ଏନ୍‌ଡିଆରଏଫ୍ ଓ ପୋଲିସ ଉପସ୍ଥିତ ରହିଛନ୍ତି।

ଘାଟିରୁ ଓଲଟିପଡ଼ିଲା ବସ୍

ଭୁବନେଶ୍ୱର,୬।୩(ଏସଏସନିଉଜ)ଘାଟିରୁ ଓଲଟି ପଡ଼ିଲା ବସ୍।ବୌଦ୍ଧ-କନ୍ଧମାଳ ସୀମାନ୍ତରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସି ଯାଇଛି ବସ୍। ବସ୍ ରେଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଖବର ପାଇ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ବସର କାଚଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।ସେହିଁଭଳିଭାବେ ଆଠଗଡ଼ ଖୁଣ୍ଟୁଣୀଥାନା ଗୋଲେଇଛକ ନିକଟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।ହାଇୱାକୁ ପଛରୁ ପିଟିଛି ବସ୍‌,ଯାହାଫଳରର ୪ଜଣ ଆହତ ହୋଇଥିବାର ଜଣାପଡିଛି।୪ଜଣ ଆହତଙ୍କୁ ଆଠଗଡ଼ […]

ପୋଲିସବାରାକରୁ ବନ୍ଧୁକ ଚୋରି !

ଭୁବନେଶ୍ୱର,୬।୩(ଏସଏସନିଉଜ)ଭୁବନେଶ୍ବର ସପ୍ତମ ବାଟାଲିଅନରୁ ବନ୍ଧୁକଚୋରି ଅଭିଯୋଗ ଆସିଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଥିବାର ଜଣାପଡିଛି।ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଡକାୟତିପାଇଁ ଯୋଜନା

ଜଟଣୀ,୩ା୩(ଏସଏସନିଉଜ) ଜଟଣୀଥାନା ଅଁଚଳରେ ଡକାୟତିକରିବାପାଇଁ ଯୋଜନାକରୁଥିବାବେଳେ ପୋଲିସହାତରେ ଧରାପଡିଛନ୍ତି ୫ଡକାୟତ ।ପୋଲିସ ରବିବାର ସେମାନଙ୍କୁ ଗିରଫକରି ୮୭/୨୪କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛି । ସୂଚନାଯୋଗ୍ୟଯେ, ବିଶ୍ଵସ୍ତସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାରକରି ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏକ ପୁଲିସ ଟୀମ ଗତ କାଲି ରାତିରେ ରେତଙ୍ଗକଲୋନୀ ସ୍ଥିତ ରେଲୱେ କଲ୍ୟାଣମଣ୍ଡପ ପଛପଟେ ଅତର୍କିତ ଚଢଉକରି ଜଟଣୀଥାନା ଅଧିନସ୍ଥ ଗଜପତିନଗରର ପାପୁନି ଓରଫ ସଞୟଦାସ ଓ ବାପୁ ଓରଫ ସୁଜିତକୁମାରବିଶ୍ୱାଳ, ରାଜାବଜାରର ସାହିଲଖାନ,ବାଲିଛକମୁଣ୍ଡିଆସାହିର ଏସକେଆକବର ଓ […]