Browsing category

ଜିଲ୍ଲା

ସାତସାହି ପରିକ୍ରମା କଲେ ପାଞ୍ଚ ଠାକୁର

ଚନ୍ଦକା,୧୯।୩(ଏସଏସନୀୟୂଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁଦୋଳ ମହୋତ୍ସବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି l ଏହା ପାଞ୍ଚଦିନ ଧରି ଚାଲିବ।ଏହି ମହୋତ୍ସବରେପାଞ୍ଚଠାକୁର ସାତସାହି ପରିକ୍ରମା କରିଥିଲେ। ପାରମ୍ପରିକ ବାଜା ବିଶେଷକରି କେରଳ, ଶିକାକୁଲମ ଲୋକ ବାଦ୍ୟ ସମ୍ବଲପୁରୀ ନୂତ୍ୟ,କଳାହାଣ୍ଡି ଘୁମୁରା,ମୟୁରଭଞ୍ଜ ଛଉ ନୂତ୍ୟ,ଅଘୋରୀ. ନରକଙ୍କାଳ,ଶିବ ତାଣ୍ଡବ, କଣ୍ଢେଇନାଚ,ଘୋଡା ନାଚ, ଷଣ୍ଢନାଚ,ଘୁଡୁକୀ ନାଚ, ଡୋଲକିବାଦ୍ୟ, ନାଗାନାଚ,ଗୋଟି ପୁଅ ନୂତ୍ୟ,ରାଜରାଣୀ ଆଦି ପାରମ୍ପରିକ ନାଚରେ କମ୍ପୁଥିଲା ଗାଁ ପରିବେଶ। ପରମେଶ୍ୱର ମନ୍ଦିରର ନିକଟରୁ ସମସ୍ତ […]

ଏପ୍ରିଲ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୯।୩(ଏସଏସନୀୟୂଜ)ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ରାଜ୍ୟରେ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ ହେବା ନିମନ୍ତେ ଘୋଷଣା କରିଛନ୍ତି।ଅପ୍ରେଲ ୨ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ ।ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସକାଳୁଆସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର ।ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟସରକାର ଅଂଶୁଘାତର ମୁକାବିଲା କରିବାପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତିବୋଲି ସୂଚନା ଦେଇଛନ୍ତି ।

ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ଵର,୧୭।୩(ଏସଏସନୀୟୂଜ)ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ।ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ।୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର।୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ।ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ।୧୯୯୮ରେ ଦେବଗଡ଼ରୁ ଲୋକସଭା କୁ ନିର୍ବାଚିତ ହୋଇଥିଲେ।

ପାଣ୍ଡେରାରେ ହେବ ଆଧୁନିକ ମାଛବଜାର

ଭୁବନେଶ୍ବର,୧୩।୩(ଏସଏସନିୟୁଜ୍)ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ବର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ […]

Dream Girl Graces Sri Sri University with Timeless Artistry

Cuttack,13।3(SSNEWS) Sri Sri University witnessed a memorable and inspiring afternoon as the iconic actress, dancer and cultural ambassador, Smt. Hema Malini Ji, graced the campus for an exclusive session titled “Echoes of an Era: Hema Malini Reflects on Her Iconic Films and Timeless Artistry.” Held on 13 March 2025, at the Shruti Auditorium, the event […]

ବାପାଙ୍କ ବିବାହକୁ ବିରୋଧ କରିବାରୁ ହତ୍ୟା

ନୟାଗଡ଼,୧୩।୩(ଏସଏସନିୟୁଜ୍)୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ ହୋଇଛନ୍ତି।ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଛି ବାପା ।ଡବଲ୍ ମର୍ଡର ନେଇ ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ନୟାଗଡ଼ ଏସ୍‌ପି।ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ ହୋଇଛନ୍ତି।ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ପିଶାଚ ବାପା।ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହ ଝୁଲାଇ ଦେଇଥିଲ। ସୋମବାର ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର […]

ରାଜାଚକ୍ରଙ୍କ କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର,୧୩।୩(ଏସଏସନିୟୁଜ୍)ରାଜାଚକ୍ରଙ୍କ କଳାସାମ୍ରାଜ୍ୟ ର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି।ପ୍ରେସମିଟ୍‌ରେ ଶହଶହ କୋଟିର ଦୁର୍ନୀତି ଚିଠା ରଖିଲେ।୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସୀ।ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ।ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି।କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ।ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଛି।ପଚାରିବାରୁ ଜାଣିଲୁ GMILକୁ […]

ମଦପିଇ ହୋଲିଖେଳିଲେ ବନ୍ଧାହେବେ

ଭୁବନେଶ୍ଵର,୧୨।୩(ଏସଏସ ନିୟୂଜ)ହୋଲି ପାଇଁ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ।ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି କହିଲେ ଭୁବନେଶ୍ବର DCP।ମଦ୍ୟପାନ କରି କୌଣସି ନଦୀ ଓ ପୋଖରୀରେ ଗାଧୋଇବାକୁ ବରଣ କରାଯାଇଛି।ହୋଲିଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ।ରାସ୍ତା ଉପରେ ହୋଲିଖେଳି ଗହଳି କଲେ ଉଠାଇ ନେବ PCR।କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗ ବ୍ୟବହାର କୁ ବାରଣ […]

ମାଗଣା ସ୍ୱାସ୍ଥ୍ୟ ଶିବିର

ବାରଙ୍ଗ,୯।୩(ଏସ୍‌ଏସ୍‌ନିୟୁଜ)ରବିବାର ଦିନ ସକାଳ ୯ଟା ରେ ମଧୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ର ସଭଗୃହରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚର୍ମ, ଚକ୍ଷୁ ପ୍ରସୂତି, ଅସ୍ଥିଶଲ୍ୟ,ଔଷଧ, ଶିଶୁରୋଗ ଆଦି ବିଭିନ୍ନ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଡାକ୍ଟରମାନେ ଯୋଗଦେଇ ଆସିଥିବା ରୋଗୀ ମାନଙ୍କୁ ମାଗଣା ପରୀକ୍ଷା ଓ ଚିକିତ୍ସା କରିଥିଲେ।ଅର୍ଣ୍ଣପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୪୦୦ରୁ ଉର୍ଦ୍ଧ ରୋଗୀ […]

ଭାରସମ୍ୟ ହରାଇ ତଳକୁ ଖସିଲା ଅଟୋ

ବାରଙ୍ଗ,୮।୩(ଏସ୍‌ଏସ୍‌ନିୟୁଜ)ବାରଙ୍ଗ ଥାନା ଅଧିନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ – କଟକ ମୁଖ୍ୟ ରାସ୍ତା କଡ଼ରେଏକ ଯାତ୍ରୀବାହୀ ଅଟୋ ଭାରସମ୍ୟ ହରାଇ ରବିବାର ଦିନ ୧୦ଟା ପାଖାପାଖି ସମୟରେ ୨୦ଫୁଟ ତଳକୁ ଖସି ପଡିଛି।ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଅଟୋରେ ସାଲିଆସାହିରୁ ବାହାରି ବାରଙ୍ଗ ଅଭିମୁଖେ ଆସୁଥିଲେ। […]