Browsing category

ଜିଲ୍ଲା

ରାଜସ୍ବ ଅମଲାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୨୬।୮(ଏସଏସନିଉଜ)୧୫ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ ହୋଇଛି।ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଅମଲା କର୍ମଚାରୀ।ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଭାପତି ସୂଚନା ଦେଉଛନ୍ତି।୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ।ଧାରଣାରତ ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ସରକାର ଦେଇଥିଲେ।କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି ଦିଆଯାଇଥିଲା।ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।ଚିଠିରେ କର୍ମଚାରୀ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ […]

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଶୁକ୍ରବାର ଦିନ ଭୁବନେଶ୍ୱର ବ୍ଲକ ଅଧିନସ୍ଥ ଲିଙ୍ଗିପୁର ପଂଚାୟତରେ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।ଏହିଅନାସ୍ଥା ପ୍ରସ୍ତାବ ସପକ୍ଷରେ ୯ ଜଣ ୱାର୍ଡ ସଭ୍ୟସଭ୍ୟା ଭୋଟ ଦେଇଥିଲେ। ପଂଚାୟତର ମୋଟ ୧୨ଜଣ ସଭ୍ୟସଭ୍ୟା ଏବଂ ସରପଞ୍ଚଙ୍କୁ ମିଶାଇ୧୩ ଟା ଭୋଟ ହେବା କଥା। କିନ୍ତୁ ସରପଞ୍ଚଙ୍କ ସମେତ ୩ଜଣ ସଭ୍ୟାସଭ୍ୟା ଅନୁପସ୍ଥିତ ରହି।କିନ୍ତୁ ୨/୩ ସଂଖ୍ୟା ଥିବାରୁ ଭୋଟ ଅନୁଷ୍ଠିତ ହୋଇଥିଲା। ଅନାସ୍ଥା ସପକ୍ଷରେ ୯ଜଣ ସଭ୍ୟସଭ୍ୟା ଭୋଟ ଦେଇଥିଲେ।

ପୋଲିସ ହାତରେ ସୁନାଚେନ୍ ଲୁଟେରା

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଭୁବନେଶ୍ୱର କମିଶନରରେଟ ପୋଲିସର ପାହାଳ ଥାନାକୁ ବଡ ସଫଳତା ମିଳିଛି।ପୋଲିସ ବହୁ ମୋବାଇଲ ସୁନାଚେନ ସହିତ ଚାରି ଲୁଟେରାଙ୍କୁ ଧରିବାରେ ସକ୍ଷମତା ହୋଇଛି। ଆଗରୁ ପାହାଳ ଥାନା ଅଞ୍ଚଳରୁ ବାରମ୍ବାର ଘରମାନଙ୍କରୁ କେହି ନଥିବା ବେଳେ ଡକାୟତି କରି ନେଇଯାଉଥିବାର ଗ୍ୟାଙ୍ଗକୁ ଧରିଛି ପାହାଳ ପୋଲିସ ।ଏଥିଲାଗି ପାହାଳପୋଲିସ ପକ୍ଷରୁ ଏକ ସ୍କ୍ୱାଡ଼ ଗଠନ କରାଯାଇଥିଲା। ବହୁଦିନ ପରେ ଗୁରୁବାର ରାତିରେ ଆଉ ଏକ ଘରକୁ ଟାର୍ଗେଟ କରୁଥିବା ବେଳେ ମାଡ଼ିବସିଲା ପାହାଳ ଥାନା ପୋଲିସ।

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୮(ଏସଏସ ନିଉଜ)୧୭ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏହା ସହ ୮ ଏପସିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସ ଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ଵ ଦିଆଯାଇଛି। ସତୀଶ କୁମାର ଗଜଭିଏ ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ […]

ଖୋର୍ଦ୍ଧାରେ ଜଳିଗଲା ଆମବସ୍

ଖୋର୍ଦ୍ଧା,୨୧।୮(ଏସଏସନିଉଜ)୧୬ ନଂ NH ଗଡ଼ ଖୋର୍ଦ୍ଧା ଛକରେ ଲାଗିଲା ନିଆଁ।ବାଇପାସ ରୋଡ଼ କଲେକ୍ଟର ଅଫିସ ନିକଟରେ ହୁତୁହୁତୁ ହୋଇ ଜଳିଗଲା ଆମବସ ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ଯାତ୍ରୀ।ବସ୍‌ଟି ଭୁବନେଶ୍ବର ଭରତପୁରରୁ ଖୋର୍ଦ୍ଧା ଯାଉଥିଲା।ନିଆଁ ଲାଗିବା ଦେଖି ସମସ୍ତେ ବସ୍‌ରୁ ବାହାରି ପଡ଼ିଥିଲେ।ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ।

ବେଆଇନ ବାଲି ନେଇ ଆସୁଥିବା ହାଇୱା ଓଲଟିଲା

କଟକ, ୨୦।୮(ଏସଏସନିଉଜ)ବାରଙ୍ଗ ତହସିଲ ଅଂଚଳରେ ଦିନକୁ ଦିନ ବେଆଇନ ଲଘୁ ଖଣିଜଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଦିନ ରାତି ଏକାକାର କରିଦେଇଛନ୍ତି ମାଫିଆ।ଯାହାର ଜ୍ୱଳନ୍ତ ଉଦାହରଣ ବୁଧବାର ବଢ଼ିଭୋର ସମୟରେ ଦେଖିବାକୁ ମିଳିଛି।ବେଲଗଛିଆ ଗ୍ରାମ ନିକଟରେ ଏକ ବେଆଇନ ବାଲି ବୋଝେଇ ହାଇୱା ଓଲଟି ପଡିଛି। ପ୍ରକାଶ ଯେ,ବୁଧବାର ବଢ଼ିଭୋର ସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମମୁଣ୍ଡ କାଠଯୋଡ଼ିନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଇ ଓଡି ୦୨ଏଜେ ୦୫୫୪ ନମ୍ୱର […]

ପାର୍କିଂରୁ ବାଇକ୍ ଚୋରି,୧ଗିରଫ

ଭୁବନେଶ୍ୱର,୨୦।୮(ଏସଏସନିଉଜ)ପାର୍କିଂରେ ଥୁଆ ହୋଇଥିବା ବାଇକ୍ କୁ ଚୋରି କରିନେଇଯିବା ଅଭିଯୋଗ ରେ ନନ୍ଦନକାନନ ଥାନା ପୋଲିସ ବୁଧବାର ଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରି ତାଠାରୁ ଚୋରି ବାଇକ୍ କୁ ଜବତ କରିଛି।ସିଏ ହେଉଛନ୍ତି ଦାଢା ଭୋଇସାହି ମହାବୀର ଲେନରେ ରହୁଥିବା ଦିଗବିଜୟ ପଟ୍ଟନାୟକ(୪୩)। ପ୍ରକାଶଯେ, ସୂର୍ଯ୍ୟକାନ୍ତ ନାଥ ନାମକ ବ୍ୟକ୍ତି ନନ୍ଦନକାନନଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ସ୍କୋଡ଼ାସୋରୁମରେ ଚାକିରୀ କରନ୍ତି ।ମଙ୍ଗଳବାର ଦିନ ସୂର୍ଯ୍ୟକାନ୍ତ ନିଜ ମୋଟରସାଇକେଲକୁ ଉକ୍ତ ସୋରୁମ୍ କଡ଼ରେ ପାର୍କିଂ କରି […]

ଏଥର ଡିଜେମୁକ୍ତ ଭସାଣି

କଟକ,୧୯।୮(ଏସଏସନିଉଜ) ବାରଙ୍ଗଥାନା ପକ୍ଷରୁ ଗଣେଶପୂଜା ପୂର୍ବରୁ ଏକ ପ୍ରସ୍ତୁତିବୈଠକ ମଙ୍ଗଳବାର ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ ଏକ ଘରୋଇ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ବାରଙ୍ଗ ଶାନ୍ତିକମିଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି ବୈଠକରେ ବାରଙ୍ଗ ଅଞ୍ଚଳର ସମସ୍ତ ପୂଜା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ଆସନ୍ତା ୨୭ ତାରିଖରେ ଗଣେଶପୂଜା ଆରମ୍ଭ ହେବାକୁ ଯାଉଛି।ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ନ୍ନ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇ ଥିବା ବିଭିନ୍ନ ମାର୍ଗଦର୍ଶିକା […]

ଅନଲାଇନ୍ ଗେମ ନେଲା ଜୀବନ!

ଭୁବନେଶ୍ୱର,୧୮।୮(ଏସଏସନିଉଜ)ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର I Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ତମାଣ୍ତୋଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲରୁ ମିଳିଲା ଛାତ୍ରଙ୍କ ମୃତଦେହ।ଭିତରୁ କବାଟ ବନ୍ଦ ଥିବା ବେଳେ କବାଟଭାଙ୍ଗି ପୋଲିସ ଜବତକଲା ଝୁଲନ୍ତା ମୃତଦେହ।ମୃତ ଛାତ୍ର ପୁରୀ ଅସ୍ତରଙ୍ଗ ଅଞ୍ଚଳର ସିପୁନ୍ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆରମ୍ଭ କରିଛି ତଦନ୍ତ।ତେବେ ଅନଲାଇନ୍ ଗେମ୍ ଯୋଗୁ ସିପୁନ୍ ଆତ୍ମହତ୍ୟା […]

ଚଳନ୍ତାଅଟୋରେ ଅସଦାଚରଣ ଅଭିଯୋଗ

କଟକ,୧୭।୮(ଏସଏସନିଉଜ)ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣର ଅଭିଯୋଗ ହୋଇଛି।ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା ଦିଆଯାଇଛି।ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି।ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ୍ ତଦନ୍ତ ଆରମ୍ଭ କରିଛି।ସେହିପରି ଭାବେ ସ୍ତ୍ରୀର ଜୀବନ ନେଇଛି ସ୍ୱାମୀ।ଝରିଗାଁର ଦେପଗୁଡ଼ା ଗାଁରେ ଏଭଳି ଘଟିଛି।ସ୍ତ୍ରୀକୁ ପିଟି ହତ୍ୟା କରୁଛି ସ୍ୱାମୀ।ପାରିବାରିକ କଳହରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଝରିଗାଁ ଥାନାରେ ଏତଲା ସହ ଅଭିଯୁକ୍ତ ସ୍ୱାମୀ ଅଟକ ରଖିଛି ପୋଲିସ୍।