ଭୁବନେଶ୍ୱର,୨୬୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି।ଓଡ଼ିଶାର କିଛି ଜିଲ୍ଲାରେ ଅତି ପ୍ରବଳବର୍ଷା ୱାର୍ଣ୍ଣିଂ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାକୁ ଆଲର୍ଟ କରାଯାଇଛି।ଅବପାତର ରୂପ ନେଲା ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ।୫.୩୦ରେ ଅବପାତର ରୂପ ନେଇଥିବା ବେଳେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।୨୭ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।ପୁରୀରୁ ୬୦, ଗୋପାଳପୁର ରୁ ୧୩୦ ଓ ପାରାଦୀପରୁ ୨୩୦ କିମି ଦୂରରେ ଅବପାତ।ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।ପ୍ରବଳବର୍ଷା ଆଶଙ୍କା ଥିବାରୁ ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ।ସେହିଭଳି ନୟାଗଡ଼ ଜିଲ୍ଲାରେ କାଲି ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରାଯାଇଛି।ପ୍ରବଳ ବର୍ଷା ନେଇ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶନାମା ଜାରି କରିଛନ୍ତି।ଶନିବାର,ରବିବାର ଦୁଇଦିନ ଗଂଜାମ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛ।ଏହାସହ ଓଡ୍ରାଫର ୨ ଟିମ୍, ଅଗ୍ନିଶମବାହିନୀ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ଅଛି ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି।