Browsing category

ଜିଲ୍ଲା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,୯।୮(ଏସଏସନିଉଜ)ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଡ୍ୟୁଟିରେ ଥିବାବେଳେ ମେଡିକାଲରୁ ମିଳିଲା ମୃତଦେହ।ଚନ୍ଦ୍ରଶେଖର ପୁରର ଏକ ଘରୋଇହସ୍ପିଟାଲର ଘଟଣା।ମୃତନର୍ସଙ୍କ ଘର ସାନଖେମୁଣ୍ଡି ବ୍ଲକ ଡି.ଆମ୍ଭଠା ଗାଁରେ।ରାକ୍ଷୀପାଇଁ ଛୁଟି ମାଗିଥିଲେ।କାଲି ନାଇଟ ଡ୍ୟୁଟିରେ ଥିଲେ।

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୮।୮(ଏସଏସନିଉଜ) ମଞ୍ଚେଶ୍ଵର ଥାନା ଅଧୀନସ୍ଥ ବରିମୁଣ୍ଡ ଗ୍ରାମ ବ୍ରାହ୍ମଣ ସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଶୁକ୍ରବାର ଦିହିପହରରେ ଉଦ୍ଧାର କରିଛି ପୋଲିସ। ମୃତଯୁବକ ଜଣକ ହେଲେ ନନ୍ଦନକାନନଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମର କାହୁଁ ଚରଣ ବେହେରା।କାହୁଁ ଘରଭଡ଼ା ନେଇ ଦୀର୍ଘ ୮ମାସ ହେବ ବରୀମୁଣ୍ଡ ରେ ରହୁଥିଲେ।କାହୁଁ ୩ ବର୍ଷ ପୂର୍ବେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରଶ୍ମିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ବର୍ଷର ଛୋଟ ପୁଅ ରହିଛି। କାହୁଁ ଗ୍ରାମ […]

ଓଲଟିଲାବସ୍‌,୨୦ରୁଊର୍ଦ୍ଧ୍ବ ଗୁରୁତର

କାମାକ୍ଷାନଗର,୮।୮(ଏସଏସନିଉଜ)ଓଲଟିଲା ଯାତ୍ରୀବାହୀ ବସ୍‌।ଯାହାଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ତୁମୁସିଂହା ଥାନା କନ୍ତିଓକାଟେଣି ଠାରେ ଓଲଟିପଡ଼ିଛି ବସ୍ । ରେଙ୍ଗାଲିର ଶାଖା କେନାଲରେ ବସ୍‌ ଓଲଟିପଡ଼ିଥିବା ସୂଚନା ମିଳିଛି।ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଘରୋଇ ବସ୍।କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ଗୁରୁତର ଆହତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗୋହତ୍ୟା ବନ୍ଦ ପଦକ୍ଷେପ ନିଅ:-ହାଇକୋର୍ଟ

ଭୁବନେଶ୍ୱର,୭।୮(ଏସଏସନିଉଜ)ରାଜ୍ୟରେ ଗୋହତ୍ୟା ବନ୍ଦ ପାଇଁ କଡ଼ା ପଦକ୍ଷେପ ନିର୍ଦ୍ଦେଶ ଆସିଛି।ବନ୍ଦ ପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋହତ୍ୟା ନିରୋଧ ଆଇନ ୧୯୬୦ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋଜ୍ଞାନ ଅନୁଷ୍ଠାନ ପକ୍ଷରୁ ହୋଇଥିଲା ଜନସ୍ବାର୍ଥ ମାମଲା ହୋଇଥିଲା।ଆବେଦନକାରୀ କଟକରେ କିଛି ଘଟଣାକୁ ଦର୍ଶାଇଥିଲେ।

ଥାନାଆଗରେ ଆତ୍ମାହୁତି ଧମକ

ଚାନ୍ଦବାଲି,୭।୮(ଏସଏସନିଉଜ)ନାବାଳିକା ଝିଅ ନିଖୋଜ ହେବା ଘଟଣାରେ ଥାନା ଆଗରେ ବିଧବା ମା ଧାରଣା ଦେଇଛନ୍ତି। ଚାନ୍ଦବାଲି ଥାନା ଉତୁକୁଡା ପଞ୍ଚାୟତ ନଳିତା ଗଡିଆ ଗାଁରୁ ନିଖୋଜ ହୋଇଛନ୍ତି।୮ ଦିନ ତଳୁ ନିଖୋଜ ନେଇ ଥାନାରେ ଏତଲା ସତ୍ତ୍ବେ ପୋଲିସ ହାତ ଖାଲି ରହିଛି। ଅପହରଣ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ନ୍ୟାୟ ନ ମିଳିଲେ ଥାନା ସମ୍ମୁଖରେ ଆତ୍ମାହୁତି ଦେବି କହୁଛନ୍ତି ବିଧବା ମା।

ହାଣିଦେଲା ଫୁଡଡେଲିଭରି ବୟ

ଭୁବନେଶ୍ବର,୭।୮(ଏସଏସନିଉଜ)ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲା ଫୁଡ୍‌ ଡେଲିଭରି ବୟ। ଫୁଡ୍‌ ଡେଲିଭରି ବିଳମ୍ବ ହେବାରୁ ବଚସାରୁ ଆକ୍ରମଣ ଅଭିଯୋଗ ଆସିଛି।ଭରତପୁରଥାନା ଶାମପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ହୋଇଛି।ମହିଳାଙ୍କ ମୁଣ୍ଡ, ବେକ, ହାତରେ ଆଘାତ ଲାଗିଛି।ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଫୁଡ୍‌ ଡେଲିଭରି ବୟକୁ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ଖଟିଆରେ ଗଲେ ଶବ ହୋଇ ଫେରିଲେ

ନବରଙ୍ଗପୁର,୭।୮(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।ଦେଶ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ପକ୍କା ରାସ୍ତାଟିଏ ନାହିଁ ।କେବଳ ସେତିକି ନୁହେଁ ଖଟିଆ ରେ ବୁହାହୋଇ ଯାଇ ଶବ ହୋଇକି ଘରକୁ ଫେରିବାର ଘଟଣା ଗ୍ରାମବାସୀଙ୍କ ଦୁଃଖ ବଢ଼ାଉଦେଇଛି।ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କ ଜ୍ୱର ନଛାଡ଼ିବାରୁ ଗୁରୁତର ଅବସ୍ତାରେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିଥିଲା।କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ […]

ମଦ୍ୟପ ଯୁବକଙ୍କ ଆତଙ୍କ, ୫ ଅଟକ

କଟକ, ୪।୮(ଏସଏସନିଉଜ) ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ମଦ୍ୟପ ଯୁବକଙ୍କ ଆତଙ୍କ ଘଟଣାପରେ ୫ଜଣ ଅଟକ ରଖିଛି ବାରଙ୍ଗ ଥାନା ପୁଲିସ। ଘଟଣାରୁ ପ୍ରକାଶଯେ, ସୋମବାର ଅପରାହ୍ନ ସାଢେ଼ ୪ଟା ସମୟରେ ନରାଜ ନିକଟସ୍ଥ ଆଦର୍ଶ ବିଦ୍ୟାଳୟରୁ ଓଡି ୦୫ବିଭି ୪୭୪୫ ପିକ୍ ଅଫ୍ ଅଟୋଟି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଆସୁଥିଲା। ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ଓଡି ୦୨ବିଟି ୭୩୭୯ ନମ୍ୱର କାରରେ […]

ମହାନଦୀକୁ ଡେଇଁ ପଡ଼ିଲେ ମହିଳା

କଟକ,୪ା୮(ଏସଏସନିଉଜ)ସୋମବାର ଦିନ ସକାଳ ସମୟରେ ଜଣେ ମହିଳା ନରାଜ ବ୍ୟାରଜ ପାଖ ପାହାଚ ପାଖରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ପ୍ରକାସ ଯେ, ଗୋଡିସାହି ଫାଣ୍ଡି ଆଧିନ ନରାଜବ୍ୟାରେଜ ପାଖ ପାହାଚ ପାଖରେ ଜଣେ ମହିଳା ବହୁ ସମୟ ଧରି ବସିରହିଥିଲେ । ମହିଳା ଜଣକ ପାହାଚ ପାଖରୁ ଉଠି ବ୍ୟାରେଜର ୪୬ ଗୋଟ ପାଖ ମହାନଦୀ ଉପର ମୁଣ୍ଡକୁ ଡିଆଁ ମାରି ଦେଇଥିଲେ । ନିକଟରେ ଥିବା ଦୁଇ ଜଣ କୈବର୍ତ୍ତ […]

ଆକ୍ରମଣକାରୀଙ୍କୁ ରୋକିବାକୁ ଯାଇ ଆକ୍ରମଣର ଶିକାର

ଜଟଣୀ,୪ା୮(ଏସଏସନିଉଜ)ଅଭିଯୋଗକାରୀ ବିସାଲ ଦାସଙ୍କ ଲିଖିତ ରିପୋର୍ଟ ଆଧାରରେ ୩୪୯/୨୫କେଶନଂରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସାଗର ନାୟକ ଓରଫ ମହେଶ ନାୟକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତଶନିବାର ଦିନ ଅଭିଯୋଗକାରୀ ଲୋକୋକଲୋନୀରେ ରେଳଷ୍ଟେସନ ନିକଟ କୁଡିଆରୀନିକଟରେ ଥିବା ସମୟରେ, ସେ ତାଙ୍କ ବନ୍ଧୁ ସିଲୁ ଏବଂ ସିଲୁଙ୍କ ବାପାଙ୍କୁ ଶାରୀରିକ ଆକ୍ରମଣ କରୁଥିବାର ଯୁବକ ଏବଂ ମହିଳାମାନଙ୍କ ଏକ ଗୋଷ୍ଠୀକୁ ଦେଖିଥିଲେ। […]