Browsing category

ଜିଲ୍ଲା

ବର୍ଷା ପରେ ଆସୁଛି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୧୪।୯(ଏସଏସନିଉଜ)କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବାକୁ ଯାଉଛି ।ଏଥର ମୌସୁମୀଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।ପାଣିପାଗ ବିଜ୍ଞାନୀ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ଶେଷରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସକ୍ରିୟ ହେବା ଦ୍ବାରା ଭାରତ ସମେତ ସମଗ୍ର ବିଶ୍ୱର ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।ଲା-ନିନା ପ୍ରଭାବ ଯୋଗୁ ଭାରତରେ ଶୀତଦିନ ସାଧାରଣ ଅପେକ୍ଷା ଅଧିକ ଥଣ୍ଡା ହୋଇପାରେ। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ […]

କରଞ୍ଜିଆରେ କଙ୍ଗାରୁକୋର୍ଟ

କରଞ୍ଜିଆ,୧୩।୯(ଏସଏସନିଉଜ)ପରକିୟା ପ୍ରୀତି ସନ୍ଦେହରୁ କଙ୍ଗାରୁ କୋର୍ଟ ହୋଇଥିବାର ଅଭିଯୋଗ ହୋଇଛି।ଯଶିପୁର ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି।୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି।ଯଶିପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଆରମ୍ଭ କରିଛି।

୨୭ରେ ବ୍ରହ୍ମପୁର ଆସିବେ ମୋଦି

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ସେବାପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।ଅନ୍ୟପଟେ ମିଜୋରାମରେ ଗଡ଼ିଲା ଟ୍ରେନ୍‌। ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦି ବଡ଼ଭେଟି ଦେଇଛନ୍ତି।ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ।୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ବୈରାବୀ- ସୈରାଙ୍ଗ ରେଲୱେ ଲାଇନ ଉଦ୍‌ଘାଟନ କଲେ।୩ଟି ନୂଆ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି ଶୁଭାରମ୍ଭ କଲେ।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।ମିଜୋରାମ ବାସୀଙ୍କପାଇଁ […]

ପୂଜା ଦେଖିବେନି ଦାଗୀ

ଭୁବନେଶ୍ୱର,୧୨।୯( ଏସଏସନିଉଜ)ପୂଜାପୂର୍ବରୁ ମୋଷ୍ଟୱାଣ୍ଟେଡଙ୍କୁ ଖୋଜୁଛି ପୁଲିସ୍‌ ।ୱାରେଣ୍ଟିଙ୍କୁ ଧରିବାପାଇଁ ତିଆରି ହୋଇଛି ତାଲିକା ।ଜେଲରେ କଟିବ ଦାଗୀଙ୍କ ଦଶହରା ।ଅସାମାଜିକଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି।

ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ

ଭୁବନେଶ୍ବର,୧୨।୯(ଏସ ଏସନିଉଜ)ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ହୋଇଥିବାର ଅଭିଯୋଗ ଆସିଛି।ସୂର୍ଯ୍ୟନଗରରୁ ନିଖୋଜହେବା ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି।୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ପତ୍ତା ମିଳିପାରିନ ଥିବାର ଜଣାପଡିଛି।

ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା

କଟକ,୧୨।୯(ଏସଏସନିଉଜ) ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରାଆରମ୍ଭ ହେବ।ନଭେମ୍ବର ୫ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଚଳିତଥର ବାଲିଯାତ୍ରା ହେବ।ଆଗରୁ ୩୪ ଏକର ପରିମିତ ତଳ ପଡ଼ିଆର ଜଗାରେ ବାଲିଯାତ୍ରା ହେଉଥିଲା। ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ।

ଲୁଚାଇ ଆଣୁଥିଲେ ଆସ୍କାଫଟି ,ଧରିଲା ପୋଲିସ

ଜଟଣୀ,୧୧।୯(ଏସଏସନିଉଜ) ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଆଧାରରେ ୪୨୪/୨୫କେସ ନମ୍ୱରରେ ଏକ ମାମଲା ଜଟଣୀଥାନାରେପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ କାହ୍ନୁଚରଣ ବେହେରାଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟଚାଲାଣ କରାଯାଇଛି। ବିଶ୍ୱସ୍ତସୂତ୍ର ସୂଚନା ଆଧାରରେ, ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସଟୀମ ଖୁଦୁପୁର ଛକ ନିକଟରେ ଦୃତଗତିରେ ଆସୁଥିବାଏକ ଅଶୋକ ଲେଲ୍ୟାଣ୍ଡ ବଡ଼ ଗାଡ଼ିକୁ ଅଟକାଇଥିଲେ। ଚାଲକ କାହ୍ନୁ ଗାଡ଼ିଟି ନିଜର ବୋଲି କହିଥିଲେ।ପୋଲିସ ତଲାସି ସମୟରେ ଗାଡ଼ି […]

ସାର ପାଇଁ ଆଧାର ଲାଇନ୍‌

ବଲାଙ୍ଗିର, ୧୦ା୯(ଏସଏସନିଉଜ) ସାର ସଂକଟ ପାଇଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ସାର ପାଇଁ ହନ୍ତସନ୍ତ ହୋଇ ଧାଡ଼ିରେ ଆଧାର କାର୍ଡ ରଖିଛନ୍ତି ଚାଷୀାବଲାଙ୍ଗିର ଦେଓଗାଁ ବ୍ଲକ ଗୌଡ଼ଗୋଠ ପ୍ୟାକ୍ସରେ ଚାଷୀନୁହେଁ ‘ଆଧାର’ ଲାଇନ୍‌ ଲାଗିଛି ।ବେଶୀ ସମୟ ଛିଡ଼ା ହେବାରେ କଷ୍ଟ ହେବାରୁ ଚାଷୀମାନେ ନିଜନିଜ ଆଧାର କାର୍ଡ ରଖିଛନ୍ତିାବ୍ଲାକ୍‌ରେ ସାର ବିକ୍ରି କରି ଡିଲର ଓ ହୋଲ ସେଲର ମାଲେମାଲ ହେଉଥିବାର ଅଭିଯୋଗ ମଧ୍ୟ ଚାଷୀମାନେ କରିଛନ୍ତି ।

ଟ୍ରେନ ଭିତରେ ମହିଳାଙ୍କ ମୃତଦେହ

କଣ୍ଟାବାଞ୍ଜି,୧୦ା୯(ଏସଏସନିଉଜ) ଟ୍ରେନ୍‌ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ବିଶାଖାପାଟଣା-ରାୟପୁର ପାସେଞ୍ଜର୍ ଟ୍ରେନ୍‌ରୁ ମୃତଦେହ ଉଦ୍ଧାର ହୋଇଛି ।କଣ୍ଟାବାଞ୍ଜି ଷ୍ଟେସନ୍‌ରେ ମୃତଦେହକୁ ଉଦ୍ଧାର କରିଛି ଜିଆରପିାତେବେ ମୃତମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ଫ୍ରାନ୍ସରେ ବିକ୍ଷୋଭ,୨୦୦ ଗିରଫ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।