Browsing category

ଜିଲ୍ଲା

ଦେଶୀମଦ ପ୍ୟାକିଙ୍ଗ

ମେଣ୍ଢାଶାଳ,୧୩।୮(ଏସଏସନିଉଜ)ବୁଧବାର ସକାଳେକେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗର ଏକ ଦଳ ରାଜଧାନୀ ଉପକଣ୍ଠଦାରୁଠେଙ୍ଗ ନୂଆଗଡ଼ ସାହିରେ ଚଢାଉ କରିଥିଲେ।ଚଢାଉ ବେଳେ ବେଆଇନ ଭାବେ ପ୍ୟାକିଂ ହେଉଥିବା ଦେଶୀମଦ, ମେସିନ ଓ ଏକ ବାଇକକୁ ଜବତ କରିଥିଲେ।ଏହି ଘଟଣାରେ ଅବକାରୀ ବିଭାଗଶ୍ରୀଧର ସାସମଲ (୫୧) ନାମକ ବ୍ୟକ୍ତିଙ୍କୁ ଅବକାରୀ ଆଇନ ଅନୁଯାୟୀ ଗିରଫ କରିଥିବା ବେଳେ ତାର ସହଯୋଗୀ ସିଦ୍ଧାର୍ଥ ସାସମଲ ନାମକ ଅନ୍ୟ ଜଣେ ବ୍ୟକ୍ତି ଫେରାର୍ ହୋଇ ଯାଇଥିଲେ।ଅବକାରୀ ବିଭାଗ ଶ୍ରୀଧର ସାସମଲଙ୍କୁ ଆଜି କୋର୍ଟଚାଲଣ କରିଛି।ଜବତ ହୋଇଥିବା […]

ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀଦିବସ

ଭୁବନେଶ୍ୱର,୧୨।୮ (ଏସଏସନିଉଜ)ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି।ସକାଳୁ ସକାଳୁ ନନ୍ଦନକାନନରେ ଥିବା ୨ବଡହାତୀ ବାସନ୍ତୀ ଓ ହୀରା,୨ସାନ ହାତୀ ଆଶା ଓ ଲିଶାକୁ ଭଲଭାବରେ ଗାଧୋଇ ମାହୁନ୍ତ ମାନେ ହାତୀସାଳ ବାହାରର ଖୋଲା ସ୍ଥାନ କୁ ଅଣାଯାଇଥିଲା।ସେଠାରେ ହାତୀମାନଙ୍କପାଇଁ ବିଭିର୍ନ ଫଳମୂଳ ସେଓ,କଦଳୀ,ଆଖୁ,ତରଭୁଜ ଆଦି ସୁସ୍ୱାଦୁ ଖାଦ୍ୟ ରଖାଯାଇଥିଲା।ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଦାୟିତ୍ଵରେ ଥିବା ସି.ସି. ଏଫ ବିକାଶ ରଞ୍ଜନ ଦାସ ପହଞ୍ଚିବା ପରେ ହାତୀମାନଙ୍କୁ ସୁସ୍ୱାଦୁ […]

ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ

ମେଣ୍ଢାଶାଳ,୧୨।୮ (ଏସଏସନିଉଜ) ପ୍ରତିବର୍ଷ ପରି ଚଳିତବର୍ଷ ମେଣ୍ଢାଶାଳର ଆରାଧ୍ୟ ଶ୍ରୀଶ୍ରୀ ଭାଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କ ଝୁଲଣ ଯାତ୍ରା ଓ ବାଦିପାଲା ଉଦଯାପିତ ହୋଇଯାଇଛି।ଗତ ୫ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଉଦଯାପିତ ହୋଇଥିବା ବାଦିପାଲା ରେ ଗାୟକ ଯୁବଭାସ୍କର ଜ୍ଞାନପ୍ରିୟ କାନୁନଗୋ ଓ ଗାୟକ ପାରିଜାତ ତ୍ରିନାଥ ପଣ୍ଡାଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଟିତ ହୋଇଥିଲା।ମଙ୍ଗଳବାର ବାଦିପାଲା ଓ ଝୁଲଣଯାତ୍ରା ଉଦଯାପିତ ହୋଇଥିବା ବେଳେ ଗ୍ରାମବାସୀ ମାନଙ୍କ ଭିଡ ରହିଥିଲା।ପାଲା ଦେଖିବାପାଇଁ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତରେ […]

ନନ୍ଦନକାନନରେ ଚେତାସୁନ୍ୟ ହେଲେ ୪ ବଙ୍ଗୀୟ ନାବାଳିକା

ଭୁବନେଶ୍ୱର,୧୨।୮ (ଏସଏସନିଉଜ) ମଙ୍ଗଳବାର ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଂଶୁଘାତରେ ୪ଜଣ ନାବାଳିକା ଅସୁସ୍ଥ ହୋଇପଡିଥିବାର ଜଣାପଡିଛି।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନନ୍ଦନକାନନ କର୍ମଚାରୀ ଆଶୁଚିକିତ୍ସା କରିବା ପରେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡଡାକ୍ତର ଖାନାକୁ ନନ୍ଦନକାନନ କର୍ତ୍ତୃପକ୍ଷ ପଠାଇଥିଲେ। ପ୍ରକାସଯେ, କଲିକତାରୁ ଡବ୍ଲୁ୧୯ ଏଚ ୭୯୨୫ନମ୍ୱର ଟୁରିଷ୍ଟ ବସ ଯୋଗେ ଏକ ବଙ୍ଗୀୟ ପରିବାର ଅନ୍ୟମାନଙ୍କ ସହ […]

ବାରଙ୍ଗରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କଟକ, ୧୨।୮ (ଏସଏସନିଉଜ) ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକର ୩୨ନଂ ଜୋନର ବିଜେପି କାର୍ଯ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ତୃଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସାଂସଦ ପ୍ରତିନିଧୂ ଭୁପତି ପାଣି, ବିଜେପି ମଣ୍ଡଳ ସଭାପତି ସୁନିଲ ସ୍ବାଇଁ,ସମିତିସଭ୍ୟକିଶନ କୁମାର ଜେନା,ସମିତିସଭ୍ୟଦିପକ ସ୍ବାଇଁ, ପ୍ରମୋଦ ବିଷୋୟୀ, ପ୍ରଚିନା ଦାସ, ଅଶ୍ଵିନୀ ସାହୁ, ପ୍ରତାପ ଚନ୍ଦ୍ର ମଣ୍ଡଳଙ୍କ ସମେତ ବହୁ ବିଜେପି କର୍ମୀ ଏଥିରେ ସାମିଲ […]

ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୮(ଏସଏସନିଉଜ)ଆତ୍ମହତ୍ୟା କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ।ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ। ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ।ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ।ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍‌ ନିଶ୍ଚୟ ପାଇବ।ଅଭିଯୋଗ କରିବା ବେଳେ କହୁକହୁ କହିଦେଲି କହିଲେ ଅଭିଯୋଗକାରୀ।

୮୨ ବର୍ଷ ବୟସରେ ପାଦ ଦେଲେ

ଭୁବନେଶ୍ବର,୧୦।୮(ଏସଏସନିଉଜ)ମାଡିଚାଲ ଡାଇଲଗ ସାଙ୍ଗକୁ ଓଃ ବିୟୁଟିଫୁଲ୍,ରେଡିତ ଭଳି ଡାଇଲଗ କହି ବେଶ୍ ଚର୍ଚ୍ଚାରେ ଥିବା ସୁର ରାଉତରାୟ ଆଜି ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିବର୍ଷ ଭଳି ଆଜି ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି।ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ […]

୧୩ରେ ଲଘୁଚାପ

ଭୁବନେଶ୍ବର,୧୦।୮(ଏସଏସନିଉଜ)ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ଦେଖାଦେଇଛି।୧୩ ତାରିଖରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର।ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜରିକରାଜାଇଛି।୧୨ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା।

ଭରତପୁରଥାନା ଅଞ୍ଚଳରେ ବୋମାମାଡ଼

ଭୁବନେଶ୍ବର,୧୦।୮(ଏସଏସନିଉଜ)ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ୪ଟି ଦାମୀ ବାଇକ୍‌ ଜଳି ଛାରଖାର ହୋଇଯାଇଛି।ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ପହଞ୍ଚିଲା ଭରତପୁର ଥାନା ପୋଲିସ।

ଅସହାୟଙ୍କ ପାଇଁ ସାଜିବ ଦେବଦୂତ

ଭୁବନେଶ୍ୱର,୧୦।୮(ଏସଏସନିଉଜ)ସାମାଜିକ ଅନୁଷ୍ଠାନ ବ୍ରେନ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାଜର ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗାମୀ ଦିନରେ ଏହା କାର୍ଯ୍ୟ କରିବ। ଏଥିସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କ ଦକ୍ଷିତା ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବ। ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସେବା ଆରମ୍ଭ କରିବ। ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର […]