Browsing category

ମନୋରଞ୍ଜନ

୨୪ରେ ଉରାଳୀ ଦଧିବାମନଜୀୟୁ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ

କଟକ,୨୨।୩(ଏସଏସ ନିଉଜ)ସଦରଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ସର୍ବପୁରାତନ ଶ୍ରୀଶ୍ରୀ ଦଧିବାମନଜୀୟୁଙ୍କ ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦଯାପିତ ହେବ ।ଚାରିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୪ ତାରିଖରେ ଅଧିବାସ, ୨୫ ତାରିଖରେ କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ୨୬ରେ ସୂର୍ଯ୍ୟପୂଜା ଗୋପୂଜା, ଚଣ୍ଡୀପାଠ,୨୭ରେ ପୁର୍ଣ୍ଣହୁତି ,ନୃତ୍ୟ, ଭଜନ, ପ୍ରବଚନ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।ଏହାସହ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ, ମିନାବଜାର, ଚକ୍ରୀଦୋଷୀର ବ୍ୟବସ୍ଥା କରାଯାଇଛି […]

ମନ୍ଦିରକୁ ଫେରିଲେ ଠାକୁର

ସାକ୍ଷୀଗୋପାଳ,୨୦ା୩(ଏସଏସନିଉଜ)ସତ୍ୟବାଦୀଥାନା ଅର୍ନ୍ତଗତ ବଳପୁର ପଂଚାୟତରେ ସାଗରସ୍ନାନ ମେଳଣସାରି ବଳପୁର ଓ ବରାଳଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନରେ ଦୁଆରି ଭୋଗ ଖାଇ ମାତୃପୀଠ ତଥାବିଭୁତିବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଂଟିଲାଗି ହୋଇଥିଲେ ।ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଭୋଗରାଗ କରିଥିଲେ ।ଅପରାହ୍ନରେ ଆତସବାଜି ପଦର୍ଶନପରେ ହରିହରଭେଟ କରାଯିବାପରେ ଠାକୁର ନିଜନିଜ ମନ୍ଦିରକୁ ଫେରିଥିଲେ ।

ବାରୁଣୀସ୍ନାନ କଲେ ହଜାରହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଦଶାଶ୍ୱମେଧ ଘାଟରେ ବାରୁଣୀସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ lବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ।ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ।

ହଳଦିଆ ପଡୁଛି କି ଦାନ୍ତ !

ଏହି ଉପାୟ କରନ୍ତୁ ପ୍ରୟୋଗ, ମିଳିବ ଆଶ୍ବସ୍ତି ନିୟମିତରୂପେ ସମସ୍ତେ ଦାନ୍ତଘଷନ୍ତି । କିନ୍ତୁ ଏହାପରେ ବି ଅନେକଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆରଙ୍ଗ । ଏପରି ପରିସ୍ଥିତିରେ, ସେହିବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲିଭାବରେ ହସିବା ଏବଂ କଥାକହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବାପାଇଁ କଣକରିବେ ତାହା ବୁଝିପାରନ୍ତିନାହିଁ । ଏହିସମସ୍ୟାରୁ ମୁକୁଳିବାପାଇଁ ଆସନ୍ତୁଜାଣିବା ୪ଟିଉପାୟ । ଯାହାକୁ କହିବାଦ୍ବାରା ହଳଦିଆଦାନ୍ତରୁ ମୁକ୍ତି ମିଳିପାରିଥାଏ। ୧. ଲୁଣ ଏବଂ ଷ୍ଟ୍ରବେରୀ-ଯଦି ଆପଣଙ୍କରଦାନ୍ତ ହଳଦିଆ ହୋଇଯାଇଛି, ତେବେ […]

ସରିଲା ମେଣ୍ଢାଶାଳ ପଞ୍ଚୁଦୋଳ ମେଳଣ

ମେଣ୍ଢାଶାଳ,୧୪।୩(ଏସଏସ ନିଉଜ) ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ତିନିଦିନ ଧରି ଚାଲିଥିବା ଦୋଳ ମେଳଣ ମଙ୍ଗଳବାର ଉଦଯାପିତ ଶେଷ ହୋଇଛି।ରବିବାର ବିଲମ୍ଭିତ ରାତିରେ ଜମାଣ ଉତ୍ସବ ଅନୁଷ୍ଠିତ ହୋଇ ଗ୍ରାମର ଥାନପତି ଠାକୁର ଚନ୍ଦ୍ରଶେଖର ଦେବଙ୍କ ସହ ଅନ୍ୟ ଠାକୁରମାନେ ବିମାନରେ ଆସି ବାଲୁଙ୍କେଶ୍ୱର ଦେବଙ୍କ ମେଳଣ ପଡ଼ିଆରେ ଥିବା ଦୋଳବେଦୀରେ ଏକାଠି ହୋଇଥିଲେ।ବାଜା ବାଣ,ଘଣ୍ଟ ସାଙ୍ଗକୁ ଲାଉଡି ଶୋଭାଯାତ୍ରା ରେ ଆସି ପହଞ୍ଚିଥିଲେ।ଆଜି ପୂଜର୍ଜନା ପରେ ଆରମ୍ଭ ହୋଇଥିଲା ଦୋଳ ମେଳଣ।ଏଥିରେ ଆଖପାଖ ଗାଁର ୨୨ଟି […]

ଆରମ୍ଭହେଲା ଦାରୁଠେଙ୍ଗର ପ୍ରସିଦ୍ଧ ପଞ୍ଚୁଦୋଳମେଳଣ

ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. […]

ପଦ୍ମ ଧରିଲେ ଜିନା

ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।  

ଢୋଲମୃଦଙ୍ଗରେ କମ୍ପିଲା ଅଦବାସୀସାହି

ମେଣ୍ଢାଶାଳ,୧୧ା୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଦନପୁର ଅଦବାସୀସାହିରେ ଦୋଳପୂର୍ଣମୀ ଉପଲକ୍ଷେ ତ୍ରିନାଥମେଳା ମହିଳାମାନଙ୍କଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।୫୦ଜଣମହିଳା ବ୍ରତୀହୋଇ ପୂଜାକର୍ମରେ କଳସଉଠାଇଥିଲୋଭଜନମେଳା, ଢୋଲମୃଦଙ୍ଗ,ଖଞ୍ଜଣୀ,ହରିବୋଲ, ହୁଳହୁଳିରେ ଗାଁରେ ଏକ ଅଧାତ୍ମିକପରିବେଶ ସୃଷ୍ଟି ହୋଇଥିଲ।। ମୁଖ୍ୟଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ବିଜେଡିସଭାପତି ବିଭୁତିଭୂଷଣବଳବନ୍ତରାୟ ଓ ଅତିଥିଭାବେ କୋଷାଧକ୍ଷ ରାଜକିଶୋରସ୍ୱାଇଁ, ମଦନପୁର ପଞ୍ଚାୟତର ବିଜେଡି ସାମର୍ଥିତସମିତିସଭ୍ୟ ଅଜିତସାମନ୍ତରାୟ ଯୋଗଦେଇ ଉତ୍ସାହିତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମଦନପୁର ପଞ୍ଚାୟତର ବିଜେଡିସଭାପତି ବାବୁନିବଡ଼ଜେନା ଅନ୍ୟତମ ଅତିଥିଭାବେ ଯୋଗଦେଇ ଏହି ନିଆରା ପରମ୍ପରାକୁ ପ୍ରଶଂସା କରିଥିଲୋ(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ବଲିଉଡରୁ IPS ଅଫିସର

ଭୁବନେଶ୍ୱର,୯ା୩(ଏସଏସନିଉଜ)ବଲିଉଡରୁ IPS ଅଫିସର ହୋଇ ନୂଆ ପରିଚୟ ପାଇଛନ୍ତି ସିମଲାପ୍ରସାଦ ।ସେ ହେଉଛନ୍ତି ମଧ୍ୟପ୍ରଦେଶର ବ୍ୟୁଟି ୱିଥ ବ୍ରେନ ତଥା ମହିଳାIPS ଅଫିସର ସିମଲା ପ୍ରସାଦ । ଦିନେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ସିମଲାପ୍ରସାଦ ଆଜି ନିଜ ଇଚ୍ଛାଶକ୍ତି ଓ ପରିଶ୍ରମଯୋଗୁଁ ସରକାରୀସ୍ତରରେ ଏକ ନୂଆପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସ୍ ପାଲଟିଛନ୍ତି ।    

ମ୍ୟାଚଦେଖିବେ ୨ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯।୩(ଏସଏସ ନିଉ)ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।ଆଜି ଭାରତ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ଟେଷ୍ଟ।ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।ଫିଲ୍ଡିଂ କରିବ ଭାରତ।ମ୍ୟାଚ ଦେଖୁଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । PM ମୋଦି ଓ ଅଷ୍ଟ୍ରେଲିଆ PM ଆନ୍ଥୋନି ଷ୍ଟାଡିମରେ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆନ୍ଥୋନି ।