Browsing category

ମନୋରଞ୍ଜନ

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି। ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

ସୋମନାଥଙ୍କ ପୀଠରେ ଦୀପଦାନ

ବାରଙ୍ଗ,୪ା୬(ଏସଏସନିଉଜ) ବାଲେଶ୍ଵର ସୋରର ବାହାନଗା ଅଂଚଳରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶ୍ରୁଆରୋଗ୍ୟ କାମନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ଭାବେ ଦୀପଦାନ କରାଯାଇଛି ।ରବିବାର ସନ୍ଧ୍ୟାରେ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମକର୍ତାମାନେ ରାଜଧାନୀ ଉପକଣ୍ଠ ବାବାସୋମନାଥ ମନ୍ଦିରରେ ଏକାଠି ହୋଇଥିଲେ । ଟ୍ରେନ ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ଅମରଆତ୍ମର ସଦଗତି ନିମନ୍ତେ ନିରବପ୍ରାର୍ଥନା କରିବା ସହ ସାମୁହିକ ଦ୍ଵୀପଦାନ କରି ଆହତ ମାନଙ୍କର ଆଶୁଆରୋଗ୍ୟ କାମନା […]

୭ମଯାଁଳା ପ୍ରିମିୟମଲିଗ୍ କ୍ରିକେଟଟୁର୍ଣ୍ଣାମେଣ୍ଟ

ମେଣ୍ଢାଶାଳ,୪।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଇଲେଭେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ୍ ଦ୍ବାରା ଆୟଜିତ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚରେ ପ୍ରତେକ୍ୟ ପରସ୍ପରକୁ ତିନିଥର ଲେଖାଁ ଭେଟିଥିଲେ । ଗତ ଶନିବାର ଦ୍ବିତୀୟ ରାଉଣ୍ଡର ଅବଶିଷ୍ଟ ଖେଳର ଦୁଇଟି ମ୍ୟାଚରେ ଟିମ୍ ଲଡୁ ୮ ଓଭର ରେ ୫୦ ରନ୍ ଜବାବରେ ମା ହରଚଣ୍ଡି ଓ୍ବାରିଅର୍ସ ୩.୪ ଓଭରରେ ୫୫ ରନ୍ କରି ବିଜୟୀ ହୋଇଥିଲା । ସେହିପରି ବ୍ଲୁ […]

ଅବସର ନେଲେ ପ୍ରମୋଦସାର

ବାଲିଅନ୍ତା,୧।୬(ଏସଏସ ନିଉଜ)ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ତାଙ୍କର ୪୨ବର୍ଷୀୟ ତ୍ୟାଗପୁତ କର୍ମମୟ ଜୀବନର ଅବସାନ ବୁଧବାର ଘଟିଛି।ତାଙ୍କ ସଂମାନରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଗଣେଶ କରଣ ଅଧକ୍ଷତା କରିଥିଲେ।ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ,ମୋ ସ୍କୁଲ ଅଧକ୍ଷ ମହେଶ ଚନ୍ଦ୍ର ରାୟ,ସମ୍ପାଦକ ନୃସିଂହ ଚରଣ ଜେନା,ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ଜେନା,ଏସଏମସି ଅଧକ୍ଷ ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ଶିକ୍ଷକ […]

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧।୬(ଏସଏସନିଉଜ)ଚାରିଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନେପାଳୀ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜ ଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

୩୦ କିମ୍ବା ୩୧ରେ ଯୁକ୍ତଦୁଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଆସନ୍ତା ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ।ଏହାସହ ଜୁନ୍ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି ।ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ […]

ଶିବବିବାହ ପାଇଁ ଚଳଚଂଚଳ ଶେବପୀଠ

ବାରଙ୍ଗ, ୨୪/୫ (ଏସଏସନିଉଜ) ଭୁବନେଶ୍ୱର ଓ କଟକ ଉପକଣ୍ଠରେ ଥିବା ବିଭିର୍ଣ ଶୈବପୀଠମାନଙ୍କରେ ଶିବ ବିବାହ ଉସ୍‌ବପାଇଁ ଚଳଚଂଚଳ ହୋଇଉଠିଛି ।ବୁଧବାର ଦିନତମାମ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭୀଡ ଲାଗିରହଛି ।ଶୈବପୀଠ ଗୁଡିକୁ ସାଜସଜ୍ଜା କରିବାପାଇଁ ଅନୁଷ୍ଠାନମାନଙ୍କ ତରଫରୁ ଉଦ୍ୟମ ମଧ୍ୟ କରାଯାଇଛି ।କେଉଁଠି ସଉଚ୍ଚ ତୋରଣ ତ କେଉଁଠି ରଙ୍ଗବେରଙ୍ଗର ଆଲୋକ ମାଲରେ ସଜେଇ ହୋଇଛି ମନ୍ଦିର ଓ ତାର ପରିବେଶ ।ବାରଙ୍ଗସାନମୁଣ୍ଡଳୀ ଜଗନ୍ନାଥ ପଠରେ ଥିବା ବାବା କାଶୀ ବିଶ୍ବନାଥ ମହାଦେବଙ୍କ ପୀଠରେ ବାବା […]

ଦାମୀମୋବାଇଲ ଫେରାଇଲେ ବସ ମାଲିକ

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ […]