Browsing category

ମନୋରଞ୍ଜନ

ନନ୍ଦନକାନନରେ ଦଳଉପରେ ଚଢି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି । ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ […]

ଭୁବନେଶ୍ବରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।

ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି । ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା […]

ଗିରଫ ହେଲେ ୫ଟିକେଟ୍ ଦଲାଲ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରି ୫ଜଣ ଗିରଫ ହୋଇଛନ୍ତି । ୫ ଟିକେଟ୍ ଦଲାଲଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ। ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍‌ର କଳାବଜାରୀ କରୁଥିଲେ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଟିକେଟ୍ ବିକ୍ରି କରୁଥିଲେ ଏହି୫ ଦଲାଲ।

ଡାକୋଟାବିମାନକୁ ପୁଷ୍ପାଞ୍ଜଳିଦେଇ ସ୍ବାଗତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି […]

ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା ବିମାନ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ୩ଟି ଲରିରେ ଭୁବନେଶ୍ୱରକୁ ଡାକୋଟା ଅଣାଯାଇଛି। ପଶ୍ଚିମବଙ୍ଗରୁ ଏହା କାଲି ରାତିରେ ବାହାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲା l

ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆସିଛି।ନିର୍ଯାତନା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନ।କଟକ DCPଙ୍କୁ ଭେଟି ଅଭିଯୋଗ କରୁଛନ୍ତି ହ୍ୟୁମାନଙ୍କ ପତ୍ନୀ।ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି।କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

ସ୍ଥଗିତହେଲା ବସ୍ ଧର୍ମଘଟ

ଭୁବନେଶ୍ୱର,୧୬।୧(ଏସଏସ ନିଉଜ)ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତାକାଲିଠୁ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ହୋଇଛି । ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ୧୦ଟିରୁ ସରକାର ୩ଟି ଦାବି ମାନିଛନ୍ତି । ବାକି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦେବେନ୍ଦ୍ର ।

ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୬/୧(ଏସଏସ ନିଉଜ) ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ କୁହୁଡ଼ି ଯୋଗୁ ମଝି ଚିଲିକାରେ ଫସିଲା ଭସାପୋଲ। ଭସାପୋଲରେ ୩୦ ଯାତ୍ରୀ, ଗୋଟିଏ ଅଟୋ, ୧୦ ବାଇକ୍ ରହିଥିବାର ଜଣାପଡିଛି।

ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର […]