ନୂଆ ରୂପନେବ ବିଜୁବାବୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।

Comments (0)
Add Comment