Browsing category

ମନୋରଞ୍ଜନ

ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହେଲା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହୋଇଛି।ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସ୍ୱାମୀସ୍ତ୍ରୀଙ୍କ କଳି ତୁଟିଛି।ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ହ୍ୟୁମାନ। ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ।

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ […]

ଦୀପଷ୍ଟାଣ୍ଡରେ ଅଘଟଣ

ପୁରୀ,୨୮।୧(ଏସଏସନିଉଜ) ଶ୍ରୀମନ୍ଦିର ପରିସର ସୂର୍ଯ୍ୟମନ୍ଦିର ପାଖ ପାଟଅଗଣା ଦୀପ ଷ୍ଟାଣ୍ଡରେ ଅଘଟଣ ଘଟିଛି lଦୀପରୁ ନିଆଁଲାଗି ଜଣେ ମହିଳାଭକ୍ତ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଉକ୍ତ ମହିଳାଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡିଛି। ସେ ଦର୍ଶନପାଇଁ ପୁରୀ ଯାଇଥିଲେ ।

ଆଜିଠାରୁ ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ କମିଶନରେଟ୍ ପୋଲିସପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିl ଖଣ୍ଡଗିରି ଓ ଉଦୟଗିରିକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତକୁ କଟକଣା କରାଯାଇଛି।ଚଳିତଥର ୬ଟି ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବାକୁଥିବାବେଳେ ରାତି ୧୦ଟାପରେ ବାହାରେ କେହିବି ପ୍ରଚାର କରିପାରିବେନି ଯାତ୍ରା ପାର୍ଟି l

ଚନ୍ଦ୍ରଭାଗାରେ ବୁଡ଼ପକାଇଲେ ଲକ୍ଷାଧିକଶ୍ରଦ୍ଧାଳୁ

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ପବିତ୍ର ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ପକାଇଲେ ଲକ୍ଷାଧିକଶ୍ରଦ୍ଧାଳୁ ।ତ୍ରିବେଣୀଶ୍ୱର , ଐଶାନେଶ୍ୱର , ଦକ୍ଷିଣେଶ୍ୱରଙ୍କ ମହାସ୍ନାନପରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ ।ଭୋର୪ଟା୪୦ରେ ବୁଡ଼ ପକାଇବାପରେ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ ।ଲକ୍ଷାଧିକ ଭକ୍ତାଳୁଙ୍କ ସମାଗମଦୃଷ୍ଟିରୁ ୩୦ ପ୍ଲାଟୁନଫୋର୍ସ ମୁତୟନ କରାଯାଇଥିଲା ।ଆଜି ଦିନକପାଇଁ ଶ୍ରଦ୍ଧାଳୁଙ୍କସକାଶେ ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ କରାଯାଇଥିଲା ।  

ଆଜିଠୁ ଖଣ୍ଡଗିରି ମାଘମେଳା

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ଆଜିଠୁ ଖଣ୍ଡଗିରି ମାଘ ମେଳାଆରମ୍ଭ ହେବାକୁ ଯାଉଥିବାବେଳେ ବାବାଙ୍କ ମେଳି ଜମିବାକୁଆରମ୍ଭ ହେଲାଣି । ସକାଳୁ ମାବାରଭୂଜାଙ୍କ ପୂଜାର୍ଚ୍ଚନପରେ ଦେଶର ବିଭିନ୍ନପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭକରିବେ। କରୋନା କଟକଣାନଥିବାରୁ ଏଥର ଅଧିକଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଇଛି । ଫେବୃୟାରୀ ୧୦ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟିପାଇଁ ଅନୁମତିମିଳିଛି। ତେବେକୌଣସି ଯାତ୍ରାପାର୍ଟି ଅଶ୍ଳିଳନୃତ୍ୟ ପରିବେଷଣ ନକରିବାପାଇଁ କଟକଣା ଲାଗାଇଛି ବିଏମସିାମେଳାରେ ବ୍ୟବସାୟୀଙ୍କ ଭଳିକିଭଳି ପସରା ସବୁମେଲିଛି। ଦୋକାନ , ବଜାରଠାରୁ […]

ଫିଲ୍ମ “ପଠାନ’ କଲା କମାଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ଫିଲ୍ମ “ପଠାନ’ ରିଲିଜ୍ ହେବାପରେ କଶ୍ମୀରଘାଟିରେ କରିଛି କମାଲ ।କଶ୍ମୀରଘାଟିର ସିନେମା ହଲରେ ହାଉସଫୁଲ ହୋଇଛି । ରିଲିଜର ପ୍ରଥମଦିନରେ ସାରାବିଶ୍ୱରେ ୧୦୬କୋଟି ଟଙ୍କା ଆୟ କରିଛି ।ଭାରତରେ ରିଲିଜର ଦ୍ୱିତୀୟଦିନରେ ରାତି୧୦ପର‌୍ୟ୍ୟନ୍ତ’ପଠାନମୁଭି ୩୧.୬୦କୋଟି ଆୟ କରିଛି ।

ଦକ୍ଷିଣଆଫ୍ରିକାରୁ ଆସିବେ ୧୨ଚିତାବାଘ

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଆଗାମୀଦିନରେ ଭାରତକୁ ଦକ୍ଷିଣଆଫ୍ରିକାରୁ ୧୨ଟିଚିତା ବାଘ ଆସିବ । ଏନେଇ ଦକ୍ଷିଣଆଫ୍ରିକା ସହ ଭାରତର ଚୁକ୍ତିନାମା ହୋଇଥିବାନେଇ ଆସିଛି ସୂଚନା ।ଭାରତର ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟଉଦ୍ୟାନରୁ ଆସିବାକୁଥିବା ଏହିଚିତା ମାନଙ୍କୁ ଛଢ଼ାଯିବ । ଏନେଇ ପରିବେଶମନ୍ତ୍ରଣାଳୟର ଜଣେ ବରିଷ୍ଠଅଧିକାରୀ ସୂଚନା ଦେଇଛନ୍ତି ।ଚକ୍ତିନାମା ଅନୁସାରେ ଫେବ୍ରୁଆରୀ୧୫ତାରିଖ ସୁଦ୍ଧା ୭ଟିପୁରୁଷଚିତା ଓ ୫ଟିମାଈଚିତା ବାଘ କୁନୋରେ ପହଞ୍ଚିବ ।

ଧୋନୀଙ୍କ ପ୍ରଡକ୍ସନରେ ପ୍ରଥମ ସିନେମା

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମଚଳଚ୍ଚିତ୍ରର ନିର୍ମାଣ ହୋଇଛି ଶେଷ ।ଧୋନୀ ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ହୋଇଥିବା ତାମିଲଫିଲ୍ମର ନାମ LGM: Lets Get Married  ରଖାଯାଇଛି ।ଏହିସିନେମାରେ ନାଦିଆ, ହରିଶକଲ୍ୟାଣ, ଇଭାନା ଏବଂ ଯୋଗୀବାବୁ ପ୍ରମୁଖ ଭୂମିକାରେ ନଜର ଆସିବେ ।

୨୨ବର୍ଷ ପରେ ପୁଣିଆସୁଛି ଫିଲ୍ମ ଗଦର

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ଦୀର୍ଘ ୨୨ବର୍ଷପରେ ପୁଣିଥରେ ଆସୁଛି ଫିଲ୍ମ ‘ଗଦର : ଏକ୍ ପ୍ରେମ୍ କଥାା’ ପୁଣି ତାରାସିଂହ ଭୂମିକାରେ ନଜରଆସିବେ ସନ୍ନି ଦେଓଲ ।ଏଥିରେ କିଛିକଳାକାରମାନଙ୍କୁ ବି ବଦଳାଇ ଦିଆଯାଇଛି।ସନ୍ନିଦେଓଲ ୨୦୦୧ମସିହାରେ ରିଲିଜ୍ ହୋଇଥିବା ତାଙ୍କର ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପୁଣିଥରେ ନିର୍ମାଣ କରିବାକୁ ଯାଉଛନ୍ତି।