Browsing category

ମନୋରଞ୍ଜନ

ବିଶ୍ୱକପହକି ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ସଭାପତି ତାୟାବଇକ୍ରାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ସଫଳତାରସହ ବିଶ୍ୱକପହକି ଆୟୋଜନକରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତିାମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଭାରତୀୟହକିକୁ ନୂଆରୂପ ଦେବା ସହ ଓଡ଼ିଶାରେ ଦୁଇଦୁଇଥର ହକିବିଶ୍ୱକପ ଆୟୋଜନ କରିବାର ସଫଳତା ଲାଭକରିଛିା

ରାତିପାହିଲେ ପବିତ୍ର ମାଘସପ୍ତମୀ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ରାତି ପାହିଲେ ପବିତ୍ର ମାଘସପ୍ତମୀାଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ପ୍ଲାଟୁନ୍ ପୁଲିସଫୋର୍ସା ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧଚନ୍ଦ୍ରଭାଗାରେ ବୁଡପକାଇବେ ହଜାର ହଜାରଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣକରାଯାଇଛି।ମହାମାରୀ କରୋନା ହଟିବାପରେ ଚଳିତବର୍ଷ ପ୍ରଥମଥରପାଇଁ ଚନ୍ଦ୍ରଭାଗାରେ ବୁଡହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବାପାଇଁ ଆଜି ପୁରୀଏସ୍‌ପି କନ୍ୱରବିଶାଳସିଂ ଚନ୍ଦ୍ରଭାଗାତୀର୍ଥ ନିକଟରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷାକରିଛନ୍ତି। ସେହିଭଳିଭାବେ ଆସନ୍ତାକାଲିଠାରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ହେବାକୁ ଯାଉଛି । ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଜପତପପାଇଁ ଖଣ୍ଡଗିରି ପାହାଡ଼ରେ ଆସି ଆସ୍ଥାନ […]

ବରବେଶରେ କ୍ରିକେଟର ଅକ୍ଷରପଟେଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ବରବେଶରେ କ୍ରିକେଟର ଅକ୍ଷରପଟେଲ ଦେଖିବାକୁମିଳିଛି ।ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାରଅଲ୍‌ରାଉଣ୍ଡରକ୍ରିକେଟର ଅକ୍ଷରପଟେଲ। ଗତକାଲି ସେ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି । ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଅକ୍ଷରଙ୍କପତ୍ନୀ ମେହା ଜଣେ ସୋସିଆଲ୍ ମିଡିଆଷ୍ଟାର୍‌। ସେ ସୋସିଆଲ୍ ମିଡିଆରେ ରିଲ୍ସବନାଇ ଖୁବ୍ ଲୋକପ୍ରିୟତା ଅର୍ଜନକରିଛନ୍ତି।  

ଗ୍ରାଣ୍ଡସ୍ଲାମ୍ ଟେନିସରୁ ସାନିଆ ନେଲେ ଅବସର

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଗ୍ରାଣ୍ଡସ୍ଲାମ୍ ଟେନିସରୁ ଅବସର ନେଲେ ଟେନିସ ତାରକା ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟପରେ ଅବସରନେଲେ ସାନିଆ। ଆଜି ଅଷ୍ଟ୍ରେଲିଆନ୍ ‘ମିକ୍ସଡ୍ ଡବଲ୍‌ସ୍‌’ ଫାଇନାଲ୍ ମ୍ୟାଚରେ ‘ରନର୍‌-ଅପ୍‌’ ହୋଇ ଗୌରବମୟ ଟେନିସ୍ କ୍ୟାରିୟର୍ ଶେଷ କଲେ ସାନିଆ ମିର୍ଜା କ୍ଷ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ହେଲେ ପରାସ୍ତ ।ଏଥିସହ ଶେଷହୋଇଛି ସାନିଆମିର୍ଜାଙ୍କର ଗୌରବମୟ ଟେନିସ୍ କ୍ୟାରିୟର୍‌। ଦୁଃସାହସିକ […]

ହଜିଲା ବ୍ୟାଗ ଫେରିପାଇଲେ ପର୍ଯ୍ୟଟକ

ବାରଙ୍ଗ,୨୫।୧(ଏସଏସ ନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ହଜି ଯାଇଥିବା ଭ୍ୟାନିଟି ପାଇ ନନ୍ଦନକାନନ ଥାନା ଜିମା ଦେଲେ ଜଣେ ଭଦ୍ରବ୍ୟକ୍ତି।ଗୁରୁବାର ଦିନ ପଶ୍ଚିମବଙ୍ଗ ସୋଲାରପୁର ଅଞ୍ଚଳର ସମୀର ସୋମ ଏବଂ ତାଙ୍କ ପତ୍ନୀ ସୁମିତା ସୋମ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିବା ସମୟରେ ତାଙ୍କର ଭ୍ୟାନିଟି ବ୍ୟାଗଟି କେଉଁଠି ହଜି ଯାଇଥିଲା।ଗୁଣନିଧି ନାମକ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ପାଇ ନନ୍ଦନକାନନ ଥାନାରେ ସବ-ଇନ୍ସପେକ୍ଟର ସୌରଭ ଭୋଇଙ୍କ ଜିମା ଦେଇଥିଲେ।ପରେ ଯୁବକଙ୍କ […]

 ଜୟଦେବଶିକ୍ଷାକେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ସମାରୋହ

ଚନ୍ଦ୍ରଶେଖରପୁର,୨୬ା୧(ଏସଏସନିଉଜ)ଶ୍ରୀଜୟଦେବ  ଶିକ୍ଷାକେନ୍ଦ୍ରରେ   ସରସ୍ବତୀଙ୍କ ପୂଜା ଉତ୍ସବ  ଓ ୭୪ତମସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ସଭାପତି  ଅନ୍ନପୂର୍ଣ୍ଣା ମିଶ୍ର ଜାତୀୟ ପତାକାଉତ୍ତୋଳନ  କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର ପଞ୍ଚାୟତ ସମିତିସଭ୍ୟ ଭୁବନମୋହନ ଦାସ  ଅତିଥିରୂପେ ଯୋଗଦେଇ ଥିବାବେଳେ ସମ୍ପାଦକ  ତଥା ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାରପାଣି  ସ୍ବାଗତ  ଭାଷଣ  ଦେଇଥିଲେ ।ଇଣ୍ଟରନେସନାଲ  ସ୍କୁଲର ଅଧକ୍ଷା ମନପଲ୍ଲି ବାଣୀ ଧନ୍ୟବାଦ  ଅର୍ପଣ  କରିଥିଲେ ।  

ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତିା ମହାପ୍ରଭୁ ତାଙ୍କ ପ୍ରସାଦଭାବେ ଓଡ଼ିଆଭାଷାକୁ ଦେଇଛନ୍ତି ।ସେଥିପାଇଁ ଓଡ଼ିଆଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ତାଙ୍କବକ୍ତବ୍ୟରେ ଏପରି କହିଛନ୍ତି । ଜଗନ୍ନାଥ ପର‌୍ୟ୍ୟଟନଟ୍ରେନ୍ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହା କହିଛନ୍ତି ।    

ଗଣତନ୍ତ୍ରଦିବସରେ ୯୦୧ଜଣଙ୍କୁ ମିଳିବ ପୁଲିସ୍ ମେଡାଲ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) କାଲି ଗଣତନ୍ତ୍ରଦିବସରେ ୯୦୧ଜଣ ପାଇବେ ପୁଲିସ୍ ମେଡାଲା ସାହସିକତା ପୁରସ୍କାରପାଇବେ ୧୪୦ ପୁଲିସକର୍ମଚାରୀା ଉଲ୍ଲେଖନୀୟ ସେବାପାଇଁ ୯୩ଜଣଙ୍କୁ ରାଷ୍ଟ୍ରପତି ପୁଲିସମେଡାଲ ମିଳିବା ସମ୍ମାନଜନକ ସେବାପାଇଁ ୬୬୮ପୁଲିସ କର୍ମଚାରୀ ସମ୍ମାନିତ ହେବୋ ଓଡ଼ିଶାରୁ ୨ଜଣପାଇବେ ରାଷ୍ଟ୍ରପତି ପୁଲିସମେଡାଲା

ନୂଆ ଲୁକ୍‌ରେ ନବୀନ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଏବେ ନୂଆଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାରେ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସବୁଜରଙ୍ଗର ଜର୍ସି ସାଙ୍ଗକୁ ଧଳାରଙ୍ଗର ଟ୍ରାଉଜର ପିନ୍ଧିଥିବାବେଳେ ପ୍ରାତଃଭ୍ରମଣ କରୁଥିବାର ଦୃଶ୍ୟ ଜଣାପଡିଛି ।ମୁଖ୍ୟମନ୍ତ୍ରୀ ପିନ୍ଧିଥିବାଜର୍ସିର ଆଗରେ ଇଂରାଜୀରେ ‘ଓଡିଶା ଅନ ଦି ମୁଭ୍’ ଓ ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ନୂଆ ଲୁକରେ ନବୀନ ସମସ୍ତଙ୍କୁ ଚକିତ କରିଛନ୍ତି ।

ବିଶ୍ବର ପ୍ରଥମ ଉଡନ୍ତା ବାଇକ୍

ଭୁବନେଶ୍ୱର,୨୫।୧(ଏସଏସ ନିଉଜ)’the XTURISMO’କୁ ଜାପାନର ଏକ ଷ୍ଟାର୍ଟ ଆପ୍ କମ୍ପାନୀ ବିଶ୍ବର ପ୍ରଥମ ଉଡନ୍ତା ବାଇକକୁ ତିଆରି କରିଛି। ଭବିଷ୍ୟତରେ ଏହାକୁ ପୋଲିସ ପ୍ରଶାସନଦ୍ବାରା ବ୍ୟବହାର କରିବାର ଅନୁମାନ କରାଯାଉଛି।ଆମେରିକାରେ ଏହାର ମୂଲ୍ୟ $୫୦୦,୦୦୦ ହୋଇଥୁବାବେଳେ ଏହା ଏକକାଳୀନ ୪୦ମିନିଟ ଯାଏଁ ଉଡ଼ିପରିବ ବୋଲି ଜଣାପଡିଛି।