Browsing category

ମନୋରଞ୍ଜନ

ନୂଆ ବର୍ଷରେ ଭାରତକୁ ଫେରିବPUBG

ଭୁବନେଶ୍ୱର,୩୦ା୧୨(ଏସଏସନିଉଜ)ପୁଣି ଥରେ ଭାରତକୁ ରିଟର୍ଣ୍ଣ କରୁଛି ପବଜୀ ମୋବାଇଲ୍।ଦାବି ହେଉଛି ଯେBGMI ଭାରତରେ ଜାନୁୟାରୀ ୨୦୨୩ ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଏହା ଗୁଗୁଲ୍ ପ୍ଲେଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଖେଳ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ହେବ ।ଏହି ନିଷେଧାଦେଶ ପରେ କ୍ରାଫ୍ଟନ୍ ଭାରତୀୟ ୟୁଜର୍ସଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ BGMI ଶୀଘ୍ର ଫେରିବ।

ପୁରୁଷ ହକି ବିଶ୍ୱକପ ପାଇଁ ଆସନ୍ତାକାଲିଠାରୁ ଟିକେଟବିକ୍ରି

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ୧୧ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଆସନ୍ତାକାଲି ଦିନ୧୨ଟାରୁ ଉଦଘାଟନୀ ଉତ୍ସବର ଟିକେଟ ଅନଲାଇନରେ ମିଳିବ । ଦର୍ଶକମାନେ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ।କଳିଙ୍ଗ ଷ୍ଟାଡିୟମରେ ୨୪ଟି ମ୍ୟାଚ ଓ ବିର୍ସାମୁଣ୍ଡା […]

ରଥକାଠ ଅନୁକୂଳପାଇଁ ଗଲାମାଳ

ପୁରୀ,୨୭ା୧୨(ଏସଏସନିଉଜ) ଆଜିଠାରୁ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ଆସନ୍ତାବର୍ଷର ରଥଯାତ୍ରାପାଇଁ ଆବଶ୍ୟକ ରଥକାଠକାଟିବାର ଅନୁମତିମାଗିବାକୁ ଶ୍ରୀମନ୍ଦିରପ୍ରଶାସନର ୪ଜଣିଆଦଳ ସୋମବାରଦିନ ମହାପ୍ରଭୁଙ୍କମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆଆଦିନେଇ ନୟାଗଡ଼ଜିଲ୍ଲା ଗସ୍ତ କରିଛନ୍ତି। ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହିଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରି ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନି […]

ପ୍ରସିଦ୍ଧ ଶୁଲିଆଯାତ୍ରାରେ ବଳିପଡ଼ିଲେ ହଜାରହଜାର ପଶୁପକ୍ଷୀ

ଦେଓଗାଁ,୨୭ା୧୨(ଏସଏସନିଉଜ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ମଙ୍ଗଳବାରସକାଳୁ ଆରମ୍ଭ ହୋଇଯାଇଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ ବଡ଼ଖଳା ଓ ସାନଖଳାରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼,୨୭ା୧୨(ଏସଏସନିଉଜ) କମ୍ପିବ ବରଗଡ଼, ଶୁଭିବ କଂସଙ୍କ ଅଟ୍ଟହାସ୍ୟ । ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି। ସଜେଇ ହୋଇଛି ମଥୁରା ଓ ଗୋପପୁର। ଆଜିଠାରୁ ୧୧ଦିନ ଧରି ବରଗଡ଼ରେହେବ ବିଶ୍ଵପ୍ରସିଦ୍ଧଧନୁଯାତ୍ରା ଏଥିପାଇଁ ସବୁପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁରରେ ଯାତ୍ରା ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଧନୁଯାତ୍ରାପାଇଁ ସହର ଏବେ ଆଲୋକମାଳାରେ ଝଲସୁଛି। ମୁଖ୍ୟତୋରଣ ଅତିଥିଙ୍କୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହୋଇସାରିଛି। ସହରକୁ ସଂଯୋଗ କରୁଥିବା ସବୁରାସ୍ତାରେ ଆଲୋକ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୫ା୧୨(ଏସଏସନିଉଜ)ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲଟର୍ଣ୍ଣାମେଟଂର ଆଜି ଖେଳାଯାଇଥିବା ଫାଇନାଲମ୍ୟାଚରେ କଟକର ମଙ୍ଗଳାକ୍ଲବ ଚମ୍ପିଆନ ହୋଇଛି । ଦଳ ୩-୦ ଗୋଲରେ ଅନୁଗୁଳରଏକେ ପତାକାକୁ ହରାଇ ଚମ୍ପିଆନଆଖ୍ୟା ଅର୍ଜନକରିଛି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ଏହିମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟଭାବେଶେଷ ହୋଇଥିଲା । ମଙ୍ଗଳାକ୍ଲବ ତାର ରଣନୀତିବଦଳାଇ ଖେଳର ୪୬ମିନିଟରେ ବବୁଲରାଉତଙ୍କ ଦ୍ୱାରା ଗୋଟିଏ ୬୫ ଓ ୬୬ମିନିଟରେ ରାକେଶସାହୁଙ୍କ ଦ୍ୱାରା ୨ଟିଗୋଲ ସ୍କୋର କରିଥିଲା । […]

ଘରେ ପହଞ୍ଚିଲେ ମୁକ୍ତିକାନ୍ତ

ରାଉରକେଲା, ୨୫ା୧୨(ଏସଏସନିଉଜ) ବୁଧବାର ଶିଶୁଭବନ ଛକ ହୋର୍ଡିଂ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ ଘରେ ପହଁଚିଛନ୍ତି । ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ […]

ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବାରଙ୍ଗ,୨୪/୧୨(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖୈରାପଡା ଗ୍ରାମରେ ଏକାଧିକ ରାସ୍ତା ନିର୍ମାଣ ପାଇଁ ଶନିବାର ସଂନ୍ଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବୀ ଅନ୍ତର୍ଯ୍ୟାମି କୁଅଁର,ପୂର୍ବତନ ପ୍ରଶାସନ ବସନ୍ତ ରଥ,ନୃସିଂହ ଖାଡେଙ୍ଗାଙ୍କ ସମେତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ଖୈରାପଡା ବ୍ରାହ୍ମଣ ସାହି ଗାଁରେ ୩୪୮ମିଟର […]

ଆଚାର୍ଯ୍ୟହରିହର ସରକାରୀଉଚ୍ଚବିଦ୍ୟାଳୟରେ ସରିଲା କ୍ରୀଡା

ବାଲିଅନ୍ତା,୨୪ା୧୨(ଏସଏସନିଉଜ)ଖୋର୍ଧାଜିଲ୍ଲା ବାଲିଅନ୍ତାବ୍ଲକ ଅଧିନସ୍ଥ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀଉଚ୍ଚବିଦ୍ୟାଳୟର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଗତମଙ୍ଗଳବାରଦିନ ଉଦଘାଟତି ହୋଇ ଗୁରୁବାରଦିନ ଶେଷହୋଇଛି । ପ୍ରଧାନଶିକ୍ଷକ ଗଣେଶ କରଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନିଉସ୍‌ବରେ ମୁଖ୍ୟଅତିଥିଭାବେ ବାଲିଅନ୍ତାବ୍ଲକ ବଡିଓ ନାରାୟଣ ଚନ୍ଦ୍ର ନାୟକ, ମାଧ୍ୟମିକ ଶିକ୍ଷା ସହନିର୍ଦ୍ଦେଶକ ହିମାଂଶୁ ଭୁଷଣ ଓଝା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୁପେ ବାଲିଅନ୍ତାବ୍ଲକ Sr.BEO ପ୍ରଜ୍ଞାପରମିତା ଜେନା , ବାଲିଅନ୍ତା ଥାନାଅଧିକାରୀ ଯୁବରାଜ ସ୍ବାଇଁ , ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର , […]

ନନ୍ଦନକାନନରେ ପର୍ଯ୍ୟଟକ ନିଖୋଜ

ବାରଙ୍ଗ,୨୪/୧୨(ଏସଏସନିଉଜ)ନନ୍ଦନକାନନ ବୁଲିବାକୁ ଆସିଶୁକ୍ରବାରଦିନ ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବାର ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗପାଇବାପରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ନିଖୋଜ ବ୍ୟକ୍ତିର ପତାମିଳିପାରିନାହିଁ । ପ୍ରକାସ ଯେ, କେନ୍ଦାପଡା ଜିଲ୍ଲା, ଆଳିଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ୪୭ବର୍ଷର ହାଡିବନ୍ଧୁ ଲେଙ୍କା ଭାଇ ସର୍ବେଶ୍ବର ଲେଙ୍କାଙ୍କ ସହ ସପରିବାରେ ନନ୍ଦନକାନନ ବୁଲିବାକୁ ଶୁକ୍ରବାରଦିନ ଆସିଥିଲେ ।ପରିବାରଲୋକେ ଅପରାହ୍ନ ୨ଟା ୫ମିନିଟ୍ ସମୟରେ ନନ୍ଦନକାନନ ଟିକଟ କରି ବୁଲିବାକୁ ଯାଇ ୫ଟା୭ମିନିଟ […]