Browsing category

ମନୋରଞ୍ଜନ

ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ଅକାଳମୃତ୍ୟୁ

କଟକ,୨୫।୧(ଏସଏସ ନିଉଜ) ବରିଷ୍ଠଅଭିନେତା ସ୍ୱର୍ଗତ ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଦାସଙ୍କ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୬ବର୍ଷ ବୟସ ହୋଇଥିଲା । ସେ ଏକମାସହେବ ଏମ୍‌ସରେ ଚିକିତ୍ସାଧୀନଥିଲେ । ଲିଭରଜନିତ ସମସ୍ୟାଯୋଗୁଁ ଚିକିତ୍ସା ହେଉଥିବାବେଳେ ମଙ୍ଗଳବାର ବିଳମ୍ବିତରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନାମିଳିଛି । ଗୋଟିଏ ବର୍ଷତଳେ ମିହିରଦାସଙ୍କ ଦେହାନ୍ତ ହୋଇଥିଲା ।ଏବେ ସାନପୁଅ ଅକ୍ଲାନ୍ତଙ୍କ ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳି ଯାଇଛି ।

କାଲିଠାରୁ ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କାଲି ଯାତ୍ରା ଶୁଭାରମ୍ଭ କରିବ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍। ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରାର ଶୁଭାରମ୍ଭ କରିବେ।ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ ଟ୍ରେନ୍। ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଏବଂ ଓଡ଼ିଶା ଯାତ୍ରା କରିବ ଟ୍ରେନ୍। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଶୁଭାରମ୍ଭ , ବାରଣାସୀରେ ପ୍ରଥମ ଷ୍ଟପେଜ୍ ହେବ ବୋଲି ଜଣାପଡିଛି।

କୋଟିଏ ଟଙ୍କାର ସୁନାକଳସ ଦାନକଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧(ଏସଏସନିଉଜ)ଶନି ମନ୍ଦିରକୁ ସୁବର୍ଣ୍ଣକଳସ ଦାନକରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ସୁବର୍ଣ୍ଣକଳସର ମୂଲ୍ୟ ପ୍ରାୟ ଏକକୋଟିଟଙ୍କା ହେବବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

ବାର୍ଷିକକ୍ରିଡାପୁରସ୍କାର ପ୍ରଦାନ ଉସ୍‌ବ

ମେଣ୍ଢାଶାଳ,୨୩/୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀଉଚ୍ଚବିଦ୍ୟାଳୟ ପରିସରରେ ସୋମବାରଦିନ ବାର୍ଷିକ କ୍ରିଡା ପ୍ରତିଯୋଗୀତାରେ କୃତିତ୍ୱଅର୍ଜ୍ଜନକରିଥିବା ପିଲାମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉସ୍‌ବରେ ସ୍କୁଲକମିଟିସଭାପତି ରମାକାନ୍ତ ମହାପାତ୍ର ,ଅଲୁମିନା କମିଟିସଭାପତି ସନ୍ତୋଷକୁମାରରାୟ. ଉପସଭାପତିମନୋଜକୁମାରସାମନ୍ତରାୟ, ବରିଷ୍ଟନାଗରିକ ଭରତଚନ୍ଦ୍ର ରାଉତରାୟ, ପଦ୍ମଚରଣ ବଡଜେନା, ସୁରେନ୍ଦ୍ରନାଥସାମନ୍ତାରାୟ,ସରମ୍ପଚ କୈାଶଲ୍ୟା ବଳିୟାରସିଂହ, ପୁର୍ବତନ ସରମ୍ପଚ ମମତାବେହେରା,ପୁର୍ବତନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଦି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରିଥିଲେ ।ସିନିୟରବିଭାଗରେ ଶୁବାଶିଷମହାପାତ୍ର ଓ ଅନିତା ସିଂହ ଚମ୍ପିୟାନ ହୋଇଥିବାବେଳେ ଜୁନିୟରବିଭାଗରେ ଲକ୍ଷ୍ମୀପଟ୍ଟନାୟକ ଓ ମହମଦ ଉସାଉଦ୍ଦୀନ ଚମ୍ପିୟତାନ ହୋଇଥିଲେ […]

ନନ୍ଦନକାନନରେ ଦଳଉପରେ ଚଢି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି । ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ […]

ଭୁବନେଶ୍ବରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।

ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି । ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା […]

ଗିରଫ ହେଲେ ୫ଟିକେଟ୍ ଦଲାଲ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରି ୫ଜଣ ଗିରଫ ହୋଇଛନ୍ତି । ୫ ଟିକେଟ୍ ଦଲାଲଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ। ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍‌ର କଳାବଜାରୀ କରୁଥିଲେ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଟିକେଟ୍ ବିକ୍ରି କରୁଥିଲେ ଏହି୫ ଦଲାଲ।

ଡାକୋଟାବିମାନକୁ ପୁଷ୍ପାଞ୍ଜଳିଦେଇ ସ୍ବାଗତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି […]

ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା ବିମାନ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ୩ଟି ଲରିରେ ଭୁବନେଶ୍ୱରକୁ ଡାକୋଟା ଅଣାଯାଇଛି। ପଶ୍ଚିମବଙ୍ଗରୁ ଏହା କାଲି ରାତିରେ ବାହାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲା l