Browsing category

ମନୋରଞ୍ଜନ

ନୁଆବର୍ଷରେ ସକାଳ ୮ରୁ ସଂନ୍ଧ୍ୟା୭

ଭଞ୍ଜନଗର,୩୧ା୧୨(ଏସଏସନିଉଜ)ଆସୁଛି ନୁଆବର୍ଷ ।ଏହାକୁ ଧୁମଧାମରସହ ପାଳିବାକୁ ସମସ୍ତେ ବ୍ୟସ୍ତ ।କିଏ ବଣଭୋଜି କରିବାପାଇଁ ଚିନ୍ତା କରିଛି ତ କିଏ ପରିଭ୍ରମଣରେ ନୁଆବର୍ଷର ମଜା ନେବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଥିବା ଭଞ୍ଜନଗରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜାନୁଆରି ୧ ତାରିଖ ଦିନ ସକାଳ ୮ ଟାରୁ ସଂନ୍ଧ୍ୟା ୭ଟାପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରଖିବାକୁ କର୍ତ୍ତୁପକ୍ଷ ନିଷ୍ପତି ନେଇଥିବା ଜଣାପଡିଛି। ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲା […]

ଗୋପପୁରରେ କୃଷ୍ଣଲୀଳା

ଗୋପପୁର, ୩୧ା୧୨(ଏସଏସନିଉଜ)ଗୋପପୁରରେ ଚାଲିଛି କୃଷ୍ନଲୀଳା । ସମସ୍ତେ କୃଷ୍ଣଲୀଳାରେ ବିଭୋର ହୋଇଯାଇଛନ୍ତି ।ଗୋପପୁରବାସୀ ଫେରି ଯାଇଛନ୍ତି ଦ୍ବାପର ଯୁଗକୁ। ଘରେଘରେ ପୂର୍ଣ୍ଣକୁମ୍ଭ ସହ ମୁରୁଜ ଧୂପ, ଦୀପ, ନୈବଦ୍ୟ ଧରି ଅପେକ୍ଷା କରିଛନ୍ତି କେତେବେଳେ କୃଷ୍ଣ-ବଳରାମଙ୍କ ଆଗମନ ହେବ ଆଉ ପାଦଧୋଇ ପୂଜାର୍ଚ୍ଚନା କରିବେ।ଏହା ସହିତ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ସହିତ ନୃତ୍ୟଗୀତରେ ଗୋପପୁର ପରିକ୍ରମା କରିଛନ୍ତିା

ପୁରୀରେ ଅସମ୍ଭାଳ ଭିଡ

ପୁରୀ, ୩୧ା୧୨(ଏସଏସନିଉଜ)ଆଜିହେଉଛି ୨୦୨୨ର ଶେଷଦିନା ଆସୁଛି ନୂଆ ବର୍ଷ ।ନୂତନବର୍ଷ ୨୦୨୩କୁ ସ୍ୱାଗତପାଇଁ ପୁରୀ ଲୋକାରଣ୍ୟ ହୋଇଛି। ରାଜ୍ୟ ଓ ରାଜ୍ୟବାହାରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡଲାଗିରହିଛି । ଶ୍ରୀଜିଉ ଦର୍ଶନପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଚି । ଏଠାକୁ ଗତ ଦୁଇଦିନଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜିସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନପାଇଁ ଲକ୍ଷାଧିକଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜିସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସମେତ ଅଧିକାଂଶସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ସ୍ଥିତି […]

ଉଦଯାପିତ ହେଲା ଶିକ୍ଷକପ୍ରଶିକ୍ଷଣ ଶିବିର

ଚନ୍ଦ୍ରଶେଖରପୁର,୩୦।୧୨(ଏସନିଉଜ)ପଟିଆକାନନବିହାର ଫେଜ୍ -୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ଚତୁର୍ଦ୍ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଶୁକ୍ରବାରଦିନ ଉଦ ଯାପିତ ହୋଇଯାଇଛି। ଶିକ୍ଷା ପରିଷଦର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ବୈଜ୍ଞାନିକ ପ୍ରଫେସର ସୁନିଲ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସ୍ୱଧ୍ୟାୟ ଓ ସ୍ୱବଲମ୍ବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବିଜ୍ଞାନପୁସ୍ତକ ରଚନାପାଇଁ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ସହକାରୀ ଶିକ୍ଷୟିତ୍ରୀ ରୋଜାଲିନସ୍ୱାଇଁ ଏବଂ […]

ନୂଆ ବର୍ଷରେ ଭାରତକୁ ଫେରିବPUBG

ଭୁବନେଶ୍ୱର,୩୦ା୧୨(ଏସଏସନିଉଜ)ପୁଣି ଥରେ ଭାରତକୁ ରିଟର୍ଣ୍ଣ କରୁଛି ପବଜୀ ମୋବାଇଲ୍।ଦାବି ହେଉଛି ଯେBGMI ଭାରତରେ ଜାନୁୟାରୀ ୨୦୨୩ ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଏହା ଗୁଗୁଲ୍ ପ୍ଲେଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଖେଳ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ହେବ ।ଏହି ନିଷେଧାଦେଶ ପରେ କ୍ରାଫ୍ଟନ୍ ଭାରତୀୟ ୟୁଜର୍ସଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ BGMI ଶୀଘ୍ର ଫେରିବ।

ପୁରୁଷ ହକି ବିଶ୍ୱକପ ପାଇଁ ଆସନ୍ତାକାଲିଠାରୁ ଟିକେଟବିକ୍ରି

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ୧୧ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଆସନ୍ତାକାଲି ଦିନ୧୨ଟାରୁ ଉଦଘାଟନୀ ଉତ୍ସବର ଟିକେଟ ଅନଲାଇନରେ ମିଳିବ । ଦର୍ଶକମାନେ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ।କଳିଙ୍ଗ ଷ୍ଟାଡିୟମରେ ୨୪ଟି ମ୍ୟାଚ ଓ ବିର୍ସାମୁଣ୍ଡା […]

ରଥକାଠ ଅନୁକୂଳପାଇଁ ଗଲାମାଳ

ପୁରୀ,୨୭ା୧୨(ଏସଏସନିଉଜ) ଆଜିଠାରୁ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ଆସନ୍ତାବର୍ଷର ରଥଯାତ୍ରାପାଇଁ ଆବଶ୍ୟକ ରଥକାଠକାଟିବାର ଅନୁମତିମାଗିବାକୁ ଶ୍ରୀମନ୍ଦିରପ୍ରଶାସନର ୪ଜଣିଆଦଳ ସୋମବାରଦିନ ମହାପ୍ରଭୁଙ୍କମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆଆଦିନେଇ ନୟାଗଡ଼ଜିଲ୍ଲା ଗସ୍ତ କରିଛନ୍ତି। ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହିଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରି ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନି […]

ପ୍ରସିଦ୍ଧ ଶୁଲିଆଯାତ୍ରାରେ ବଳିପଡ଼ିଲେ ହଜାରହଜାର ପଶୁପକ୍ଷୀ

ଦେଓଗାଁ,୨୭ା୧୨(ଏସଏସନିଉଜ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ମଙ୍ଗଳବାରସକାଳୁ ଆରମ୍ଭ ହୋଇଯାଇଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ ବଡ଼ଖଳା ଓ ସାନଖଳାରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼,୨୭ା୧୨(ଏସଏସନିଉଜ) କମ୍ପିବ ବରଗଡ଼, ଶୁଭିବ କଂସଙ୍କ ଅଟ୍ଟହାସ୍ୟ । ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି। ସଜେଇ ହୋଇଛି ମଥୁରା ଓ ଗୋପପୁର। ଆଜିଠାରୁ ୧୧ଦିନ ଧରି ବରଗଡ଼ରେହେବ ବିଶ୍ଵପ୍ରସିଦ୍ଧଧନୁଯାତ୍ରା ଏଥିପାଇଁ ସବୁପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁରରେ ଯାତ୍ରା ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଧନୁଯାତ୍ରାପାଇଁ ସହର ଏବେ ଆଲୋକମାଳାରେ ଝଲସୁଛି। ମୁଖ୍ୟତୋରଣ ଅତିଥିଙ୍କୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହୋଇସାରିଛି। ସହରକୁ ସଂଯୋଗ କରୁଥିବା ସବୁରାସ୍ତାରେ ଆଲୋକ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୫ା୧୨(ଏସଏସନିଉଜ)ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲଟର୍ଣ୍ଣାମେଟଂର ଆଜି ଖେଳାଯାଇଥିବା ଫାଇନାଲମ୍ୟାଚରେ କଟକର ମଙ୍ଗଳାକ୍ଲବ ଚମ୍ପିଆନ ହୋଇଛି । ଦଳ ୩-୦ ଗୋଲରେ ଅନୁଗୁଳରଏକେ ପତାକାକୁ ହରାଇ ଚମ୍ପିଆନଆଖ୍ୟା ଅର୍ଜନକରିଛି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ଏହିମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟଭାବେଶେଷ ହୋଇଥିଲା । ମଙ୍ଗଳାକ୍ଲବ ତାର ରଣନୀତିବଦଳାଇ ଖେଳର ୪୬ମିନିଟରେ ବବୁଲରାଉତଙ୍କ ଦ୍ୱାରା ଗୋଟିଏ ୬୫ ଓ ୬୬ମିନିଟରେ ରାକେଶସାହୁଙ୍କ ଦ୍ୱାରା ୨ଟିଗୋଲ ସ୍କୋର କରିଥିଲା । […]