Browsing category

ମନୋରଞ୍ଜନ

୧୭ପର୍ଯ୍ୟଟନସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସୁଛି ପର୍ଯ୍ୟଟଜ ରୁତୁ ।ପର୍ଯ୍ୟଟନଋତୁ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିହେବ ସେଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ଡିସେମ୍ବର ପହିଲାରୁ ୭ଟିସ୍ଥାନରେ ଇକୋ-ରି‌ଟ୍ରିଟ୍ ହେବ ।ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ବୋଲି ଜଣାପଡିଛି ।

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଦୀର୍ଘଦିନର ବନ୍ଦ ପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳା ନଭେମ୍ବର ୧ରୁ ପର‌୍ୟ୍ୟଟକଙ୍କ ପାଇଁ ଖୋଲିବ ଅଭୟାରଣ୍ୟ । ରାତ୍ରିଯାପନ ପାଇଁ ଅନ୍ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ବାରିପଦା ଆଡୁ ୨୫ ଓ ଯଶୀପୁର ଆଡ଼ୁ ୩୫ଟି ବସ୍‌କୁ ଅନୁମତି ମିଳିବ ବୋଲ କୁହାଯାଇଛି ।

ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା ସୂଚନାମିଳିଛି । ଏହାପରେ ଇଡି ହାତରେ ଅର୍ଚ୍ଚନା ମାମଲା। ୨ଟି ଏତଲା କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କଲା କମିସନରେଟ ପୁଲିସ। ଖଣ୍ଡଗିରି ଓ ନୟାପଲ୍ଲୀ ଥାନାର ଏତଲା କପିକୁ ନେଇ ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି।

କୋଣାର୍କ ହେବ ସର୍ବପ୍ରଥମ ସୋଲାରସିଟି

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)କୋଣାର୍କ ହେବ ରାଜ୍ୟର ସର୍ବପ୍ରଥମ ସୋଲାର ସିଟି । ୨୦୨୩ ଶେଷ ସୁଦ୍ଧା ସୋଲାର୍ ପ୍ରୋଜେକ୍ଟ କାର‌୍ୟ୍ୟକ୍ଷମ ହେବ । କୋଣାର୍କ ସୂର‌୍ୟ୍ୟମନ୍ଦିର ସମେତ ପୂରାସହର ସୌରଶକ୍ତିରେ ଆଲୋକିତ ହେବ ।ଏଥିଲାଗି ଜୁନାଗଡ଼ ତେନ୍ତୁଳିପଦାରେ ୧୦ମେଗାୱାଟର ସୌରପ୍ରକଳ୍ପ ହେବ ବୋଲି ଜଣାପଡିଛି ।

ଭୋଟିଂରେ ହେବ କଳାକାର ଚୟନ

ବରଗଡ଼,୨୧/୧୦(ଏସଏସ ନିଉଜ)ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିପାଇଁ ପ୍ରସ୍ତୁତିପର୍ବ ରେ ଲାଗିପଡିଛି କମିଟି। ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ମହାରାଜ କଂସଙ୍କ ସହ ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଆବେଦନ ପତ୍ର ଗ୍ରହଣ କରାଯିବ । ଜଣେ […]

ଆତ୍ମହତ୍ୟା କଲେ ଅଭିନେତ୍ରୀ !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ) ଆତ୍ମହତ୍ୟା କଲେ ହିନ୍ଦୀଧାରାବାହିକ ଅଭିନେତ୍ରୀ ବୈଶାଳୀ ଠକ୍କର ।ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇନ୍ଦୋର ସ୍ଥିତ ତାଙ୍କଘରୁ ବୈଶାଳୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର ହେବା ସହ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ। ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସସୁରାଲ ସିମର କା’ ସମେତ ଅନେକ ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ପାଖରେ ବେଶ ପରିଚିତ ଥିଲେ।

ଅନୁମତିବିନା କଟକରେ ବାଣଦୋକାନ ମନା

କଟକ,୧୬/୧୦(ଏସଏସ ନିଉଜ)ବାଣଦୋକାନ ଖୋଲିବା ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି। ବିନା ଲାଇସେନ୍ସରେ ବାଣ ଦୋକାନ ଖୋଲି ହେବନି କହିଲେ ଡିସିପି।କଟକରେ ବାଣ ଦୋକାନ ଖୋଲିବାକୁ ଆବେଦନ କରିବାକୁ ପଡ଼ିବ।

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ବାରିପଦା,୧୬/୧୦(ଏସଏସ ନିଉଜ)ବର୍ଷାଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବ । ଏବେ ମୌସୁମୀ ଯିବା ପରେ ରାସ୍ତା ଓ ପୋଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ।

୭ଟିସ୍ଥାନରେ ବିକ୍ରିହେବ ବାଣ

ଭୁବନେଶ୍ୱର,୧୫/୧୦(ଏସଏସ ନିଉଜ)ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ଦେଇଛି।ସେଗୁଡ଼ିକ ହେଲା ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀ ନଗର, ଲକ୍ଷ୍ମୀସାଗର।ଏହାସହ ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ହେବ।

ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

ବାରଙ୍ଗ,୧୧/୧୦ (ଏସଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡର ଲକ୍ଷ୍ମୀଦେବୀବଣିକ ସଂଘ ପକ୍ଷରୁ ୩୭ତମ ଗଜଲକ୍ଷ୍ମୀ ପୁଜା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଛି ।କୋଭିଡ କଟକଣା ହଟିବାପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ପୁଜାର୍ଜନା କରାଯାଉଥିବାରୁ ବ୍ୟବସାୟୀମାନେ ବେଶ ଉତ୍ସାହିତ ଅଛନ୍ତି ।ତିନିଦିନଧରି ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ବ୍ୟବସାୟୀମାନେ। ସୋମବାର ରାତିରେ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ପୁଜା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ବଣିକ ସଂଘପକ୍ଷରୁ ତାଙ୍କୁ ଭବ୍ୟମ୍ବର୍ଦ୍ଧନାଦେବା ସହ ବଜା ବଜାଇ ବାଣ ଫୁଟାଇ ସ୍ଲୋଗାନ […]