Browsing category

ମନୋରଞ୍ଜନ

ଆକାଶରେ କମାଲ ଦେଖାଉଛି ବାୟୁସେନା

ଭୁବନେଶ୍ୱର,୧୬/୯(ଏସଏସ ନିଉଜ)ଆଜି ରାଜଧାନୀ ଆକାଶରେ କମାଲ ଦେଖାଉଛି ଭାରତୀୟ ବାୟୁସେନା। କୁଆଖାଇ ନଦୀ ପଠାରେ ପଦର୍ଶନ ହେଉଛି ସୂର୍ଯ୍ୟକିରଣ ଏୟାର ସୋ।ସାମିଲ ହୋଇଛି ୯ଟି ଯୁଧ୍ୟ ବିମାନ।ଭୁବନେଶ୍ୱର ରେ ପ୍ରଥମ କରି ହୋଇଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି।

ଆସୁଛନ୍ତି ମା’

ଭୁବନେଶ୍ୱର,୧୨/୮(ଏସଏସ ନିଉଜ)ରାଜଧାନୀରେ ୧୭୮ ମଣ୍ଡପରେ ପୂଜା ପାଇବେ ମା’ । ଶାନ୍ତିଶୃଙ୍ଖଳାରେ ପୂଜା କରିବାକୁ BMC ପକ୍ଷରୁ ବୈଠକ ହୋଇଛି।ରାତି ୧୨ଟା ଯାଏ ଚାଲିବ ମେଲୋଡି କାର୍ଯ୍ୟକ୍ରମ । ରାବଣ ପୋଡ଼ି ଅନୁମତି ଦେବ କମିଶନରେଟ ପୋଲିସ ଓ ଖାଦ୍ୟର ମାନ ଯାଞ୍ଚ କରିବେ ୭ ଜଣିଆ ଟିମ୍ ବୋଲି ବୈଠକର ନିଷ୍ପତି ହୋଇଛି।

୨୦୨୪ରେ ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।

ନଭେମ୍ବର୮ ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା

ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]

ମେଣ୍ଢାଶାଳରେ ଅତିବଡୀ ଜଗନ୍ନାଥଦାଶଙ୍କ ଜୟନ୍ତୀଉସବ

ମେଣ୍ଢାଶାଳ,୮/୯(ଏସଏସନିଉଜ) ଭାଦ୍ରବମାସ ଶୁକ୍ଳଦ୍ଵାଦଶୀ ତିଥି ବୁଧବାର ଅତିବଡ଼ି ଜଗନ୍ନାଥଦାଶ ଙ୍କ ଜୟନ୍ତୀଉସବ ମେଣ୍ଢାଶାଳସ୍ଥିତ ଭାଗବତବାସୁଦେବମନ୍ଦିର ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।ଅଖିଳ ଭାରତୀୟ ସାହିତ୍ୟପରିଷଦ ଖୋର୍ଦ୍ଧାଜିଲ୍ଲା ତରଫରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର,ନାଇଜରର କୂଳସଚିବ ଡ଼, ଅଭୟକୁମାର ନାୟକ, ଅଖିଳଭାରତୀୟ ସାହିତ୍ୟପରିଷଦର କାର୍ଯ୍ୟକାରୀସଭ୍ୟ ତଥା କିସ ଓଡ଼ିଆବିଭାଗର ଡ଼.ପ୍ରମୋଦିନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଭାଗବତଟୁଙ୍ଗି ପ୍ରତିଷ୍ଠା କରା ଯାଇ ଭାଗବତପାଠ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପାଶ୍ଚାତ୍ୟସଭ୍ୟତା […]

ଅନଲାଇନ୍‌ରେ ଦେବାଳୟ ଦର୍ଶନ

ଭୁବନେଶ୍ୱର,୮/୯(ଏସଏସନିଉଜ)ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ।ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଆରମ୍ଭ ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ କହିଲେ ମନ୍ତ୍ରୀ ।  

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢାଯିବ ବାଲି

କୋଣାର୍କ,୮/୯(ଏସଏସନିଉଜ)କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି ।ବାଲି କାଢିବା ଲାଗି ଆଜି ଏଏସଆଇ ପକ୍ଷରୁ ଭୂମିପୂଜନହୋଇଛି ।ଗର୍ଭଗୃହରୁ ବାଲିକଢା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏଏସଆଇ ।ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢାଯିବ ।ଏଥିପାଇଁ ବିଡ଼ିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ କଂପାନୀକୁ ମିଳିଛି ଟେଣ୍ଡର ।ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ଏଏସଆଇର କର୍ମଚାରୀ ନିୟୋଜିତ ହେବେ ।ପ୍ରାଥମିକ […]

ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସଏସନିଉଜ) ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏଥିପାଇଁ ୫୦ହଜାର ଲୋକ ସ୍ୱାଗତ କରିବାକୁ ଆସିବାର ସାମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିସିନେରେଟ ପୋଲିସ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଝନାପଡିଛି ।

ବାୟୁସେନା କରିବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର,୩/୯(ଏସଏସନିଉଜ)ବାୟୁସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ ।୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ସୋ ।୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ ହେବାନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।

କେନ୍ଦୁପାଟଣାରେ ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୧/୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମର ଗ୍ରାମ ସଭାପତି ପ୍ରଦୀପ୍ତ କୁମାର ବେଉରାଙ୍କ ଘର ଅଗଣାରେ ପୁଜାପାଉଥିବା ବୃନ୍ଦାବତୀଙ୍କ ନିକଟରେ ଥିବା ଏକ ସିମେଣ୍ଟ କୁଣ୍ଡରେ ଗୁରୁବାର ରାତି ୮ଟାରେ ଏକକାଳୀନ ୨ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।ଏହି ଖବର ପ୍ରଚାରିତ ହେବାପରେ ସମାଜସେବୀମାୟାଧର ନୟକ, ବସୁଦେବ ବାରିକ ଙ୍କ ସମେତ ଦାଢାପଞ୍ଚାୟତର ବହୁ ଆଧ୍ୟାତ୍ମିକ ମହିଳା ଓ ପୁରୁଷ ବେଉରାଙ୍କ ବାସଭବନରେ ପହଞ୍ଚି ବ୍ରହ୍ମକମଳ ଫୁଲ ଦେଖିଥିଲେ।ଏହି ଫୁଲଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତିପ୍ରିୟ […]