Browsing category

ମନୋରଞ୍ଜନ

ଦମନଫିଲ୍ମ ଦେଖିବେ ସରକାରୀ ବାବୁ

ସୁନ୍ଦରଗଡ,୨୫/୧୧(ଏସଏସ ନିଉଜ)ବହୁଚର୍ଚ୍ଚିତ ଦମନ ଚଳଚ୍ଚିତ୍ର ଦେଖିବେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ବାବୁ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟା୬ଟାରେ ସ୍ଥାନୀୟ ଏକ ମଲ୍ଟିଲେକ୍ସରେ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବସି ଦମନ ଫିଲ୍ମର ମଜା ନେବେ । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ଟିକେଟ୍ କିଣିଲେ ନବୀନ !

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱକପ୍ ହକି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପତିର୍କୀଙ୍କଠାରୁ ପ୍ରଥମ ଟିକେଟକୁ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ୫୦୦ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଓମାଳିରେ ଲାଗିଲା ୧୪୪

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଆସନ୍ତା ୬୦ଦିନପର‌୍ୟ୍ୟନ୍ତ ରାତି୯ରୁ ସକାଳ୮ ପର‌୍ୟ୍ୟନ୍ତ ଜାରିରହିବ ଏହି କଟକଣା ।ରାତ୍ରିଯାପନ କିମ୍ବା ସଂଧ୍ୟାପରେ ବୁଲିବାଉପରେ ଲାଗିଲା ଏହି କଟକଣା ।ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

ସାଙ୍ଗିଆ ବଦଳାଇବାକୁ କୁକୁରଭଳି ଭୁକିଲେ

ଭୂବନେଶ୍ୱର,୨୧/୧୧(ଏସଏସନିଉଜ)ରାସନକାର୍ଡରେ ନାମ ସଂଶୋଧନ ପାଇଁ କୁକୁର ପରି ଭୁକି ପ୍ରତିବାଦ ଜଣାଇଛନ୍ତି ପଶ୍ଚିମବଙ୍ଗର ଶ୍ରୀକାନ୍ତ ଦତ୍ତା । ଶ୍ରୀକାନ୍ତ ଦତ୍ତା ବଦଳରେ ରାସନ କାର୍ଡରେ ଲେଖା ହୋଇଥିଲା ଶ୍ରୀକାନ୍ତ କୁତ୍ତା। ଏହାକୁ ବଦଳାଇବାପାଇଁ ସରକାରୀ ଅଧିକାରୀଙ୍କ ଆଗରେ କୁକୁରଭଳି ଭୁକି ପ୍ରତିବାଦ କରିବା ଘଟଣା ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।ଶେଷରେ ନାଁଟି ସଂଶୋଧନ ହୋଇଛି ।ପ୍ରଥମଥି ମିଳିଥିବା ରାସନକାର୍ଡରେ ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା ।ସଂଶୋଧନପାଇଁ ଆବେଦନ କରିବାପରେ ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା । ଏହାପରେ […]

ନୂଆ ରୂପପାଇବ ଲୋକନାଥମନ୍ଦିର ଓ ଅଲାରନାଥପୀଠ

ପୁରୀ,୨୧/୧୧(ଏସଏସନିଉଜ) ନୂଆ ରୂପପାଇବ ପୁରୀର ଲୋକନାଥମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥପୀଠ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃଉନ୍ନୟନ କାର‌୍ୟ୍ୟ ୧ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।

ଥାନାରେ କଲେ ଏତଲା

ପୁରୀ,୨୦/୧୧(ଏସ ଏସ ନିଉଜ)ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ୍ ଘଟଣା। ଘଟଣାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। ନିଜ ଆଡୁ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେବ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଦେବେ ଏତଲା। ଆକାଶ ଚୌଧୁରୀ ନାମକ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ କରିଥିଲେ ଭାଇରାଲ୍!.*

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ,୧୭/୧୧(ଏସଏସ ନିଉଜ)ବାଲିଯାତ୍ରାର ଶେଷ ରାତ୍ରୀରେ ବି ପ୍ରବଳ ଭିଡ।କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ଼ ସୃଷ୍ଟି ହୋଇଛି । ଆକର୍ଷଣୀୟ ଲେଜର ସୋ ତାସାଙ୍ଗକୁବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ […]

ଖାଉନି ଅନିତା,ବଢୁଛି ଚିନ୍ତା

ବାରଙ୍ଗ,୧୭/୧୧ (ଏସଏସନିଉଜ) ଏବେ ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଖାଇବା ଛାଡ଼ିଦେଇଛି । ସେ ଦୁଇଦିନ ହେବ କିଛି ଖାଉଛି ନା ଠିକ୍ ସେ ଚଲାବୁଲା କରୁଛି । ସେ ଏବେ ଗୁରୁତର ହୋଇ ତାର ଚିକିତ୍ସା ଚାଲିଛି । କିଛିଦିନ ଖାଦ୍ୟ ଖାଉନଥିବା ବେଳେ ମଳତ୍ୟାଗ କରୁନାହିଁ । ତେବେ ପ୍ରାଣୀ ଚିକିତ୍ସକ ତାର ଅଲଟ୍ରାସାଉଣ୍ଡ କରିବା ପରେ ତାର ପେଟରେ ପାଣି ଜମିବା ସହିତ ଲିଭର୍ ସଂକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ […]

ଆଉ ଗୋଟେଦିନ ବଢିଲା କଟକବାଲିଯାତ୍ରା

କଟକ, ୧୫/୧୧(ଏସଏସନିଉଜ) ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ଶେଷ ହେଵ ବାଲିଯାତ୍ରା ।ବାଲିଯାତ୍ରା ଦିନଟିଏ ବଢ଼ିଲା ।ଐତିହାସିକ କଟକବାଲିଯାତ୍ରା ଗୋଟିଏଦିନ ବଢ଼ିଲା। ଗୋଟିଏଦିନ ବୃଦ୍ଧିନେଇ କଟକଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା କିନ୍ତୁ ଗୁରୁବାର ସରିବ ବାଲିଯାତ୍ରା ।