Browsing category

ମନୋରଞ୍ଜନ

ମୋଦିଙ୍କ ମୁହଁରେ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଇଣ୍ତୋନେସିଆ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।ସେଠାରେ ପହଁଚି ବ୍ରିଟେନ୍‌ର ନୂଆପ୍ରଧାନମନ୍ତ୍ରୀ ରିଷିସୁନକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ତୋନେସିଆ ବାଲିରେ ପ୍ରବାସୀଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଦେଇ କଟକର ଐତିହାସିକ ବାଲିଯାତ୍ରା କଥା କହିଛନ୍ତି । ବାଲିରେ ଏତେ ବଡ଼ଯାତ୍ରା ଧୂମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ଇତିହାସ ରଚିଲା ରୌପ୍ୟ ନଗରୀ

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି […]

ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି […]

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]

ମଝି ଆକାଶରେ ବିମାନ ଧକ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ) ଏୟାରସୋ ବେଳେ ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା ହୋଇଛି । ଆମେରିକାର ଡଲାସ ସହରରେ ଏହି ଦୁର୍ଘଟଣା ଘଟିଛି ।ଧକ୍କା ହେବାପରେ ଜଳିଯାଇଛି ୨ ବିମାନ ।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି ।ଦ୍ଵିତୀୟବିଶ୍ଵଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଏକ ଏୟାରଶୋର ଆୟୋଜନ ବେଳେ ଦୁର୍ଘଟଣା ଘଟିଥିଲା ।    

ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ […]

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା

କଟକ,୭/୧୧(ଏସଏସନିଉଜ)ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା ।ଚଳିତଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାରପ୍ରସାରପାଇଁ ପ୍ରଜ୍ଞାପନ ଶୋଭାଯାତ୍ରା। ଏହା କଟକ , ପୁରୀ , ଭୁବନେଶ୍ବର , ଖୋର୍ଦ୍ଧା , ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବାକୁ ସନ୍ଦେଶ ବାଣ୍ଟିବ ବୋଲି କୁହାଯାଇଛି ।  

ଏଲ୍ଇଡି ପର୍ଦ୍ଦାରେ ବାବାଙ୍କ ଦର୍ଶନ

ଆଠଗଡ଼,୪/୧୧(ଏସଏସ ନିଉଜ)ପଞ୍ଚକର ପ୍ରଥମ ପାଳିରେ ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।ପ୍ରଥମଥର ପାଇଁ ଏଲ୍ଇଡି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳଙ୍କ ନୂଆ ଠିକଣା

ଭୁବନେଶ୍ୱର,୩୧/୧୦(ଏସଏସ ନିଉଜ) ଯାତ୍ରାମଞ୍ଚରେ ସମସ୍ତଙ୍କୁ ହସାଇହସାଇ ବେଦମ କରୁଥିବା କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳ ଆଜି ନିଜେ ନିଜେ କାନ୍ଦୁଛନ୍ତି ।ରାତିଅନିଦ୍ରା ହୋଇ ମୁହଁରେ ପାଉଡରମାରି ନିଜ ପିଲାମାନଙ୍କୁ ମଣିଷ କରିବାପାଇଁ ଟଙ୍କା ରୋଜଗାର କରୁଥିଲେ ।କିନ୍ତୁ ସେହି ପୁଆ ଆଜି ପର କରିଦେଲା ।ପୁଅ ନିର୍ଯାତନା ଦେଇ ଘରୁ ତଡ଼ିଦେବାରୁ ତାଙ୍କର ନୂଆ ଠିକଣା ଏବେ ପାରାଦୀପ ଗଡ ରତ୍ନମାଳୀ ଜେମା ଜରାଶ୍ରମ ହୋଇଛି।

ଦିନଟିଏ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ,୩୧/୧୦(ଏସଏସ ନିଉଜ)କାଲିଠାରୁ ଗୋଟିଏଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ।ଏନେଇ କଟକ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ।ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ ବୋଲି କଗିଛନ୍ତି।ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ ।ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ।ପୋଲ ନିକଟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ମୁତୟନ ରହିବେ।ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କହିବୁ, ଅସୁବିଧା ହୋଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ।