କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ ବିକାଶ ତରଫରୁ ଆସିଥିବା ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦାଢାପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ସାମ୍ବାଦିକ ଜଗନ୍ନାଥ ଭଞ,ସମାଜସେବୀ ମୁରଲୀଧର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ କେନ୍ଦ୍ରରେ ପଢୁଥିବା ୯ଜଣ କୁନିକୁନି ଛାତ୍ରଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ମାଗଣା ପୋଷାକ ବଣ୍ଟନ କରିଥିଲେ।ସେହିପରି ଦାଢା,ମରିଚିଆ,ଝିଙ୍କରଡିହୀ,କେନ୍ଦୁପାଟଣା,ଗଣ୍ଡରପୁର,କଲ୍ୟାଣପୁର,ଇଞଣା,ରଘୁନାଥପୁର,ବରିମୁଣ୍ଡ,ପଦାସାହି,ଆଦି ସରକାରୀ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।

Comments (0)
Add Comment