ଖାଉନି ଅନିତା,ବଢୁଛି ଚିନ୍ତା

ବାରଙ୍ଗ,୧୭/୧୧ (ଏସଏସନିଉଜ) ଏବେ ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଖାଇବା ଛାଡ଼ିଦେଇଛି । ସେ ଦୁଇଦିନ ହେବ କିଛି ଖାଉଛି ନା ଠିକ୍ ସେ ଚଲାବୁଲା କରୁଛି । ସେ ଏବେ ଗୁରୁତର ହୋଇ ତାର ଚିକିତ୍ସା ଚାଲିଛି । କିଛିଦିନ ଖାଦ୍ୟ ଖାଉନଥିବା ବେଳେ ମଳତ୍ୟାଗ କରୁନାହିଁ । ତେବେ ପ୍ରାଣୀ ଚିକିତ୍ସକ ତାର ଅଲଟ୍ରାସାଉଣ୍ଡ କରିବା ପରେ ତାର ପେଟରେ ପାଣି ଜମିବା ସହିତ ଲିଭର୍ ସଂକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ତାକୁ ବର୍ତ୍ତମାନ ଆଇସୋଲେସନ ୱାର୍ଡ ରେ ରଖି ଚିକିତ୍ସା କରାଯାଉଛି । ଅନିତାକୁ ୨୫ମାର୍ଚ୍ଚ ୨୦୧୩ ମସିହାରେ ସାକରବାଗ ଜୁନାଗଡ଼ ,ଗୁଜୁରାଟରୁ ଅଣା ଯାଇଥିଲା । ତେବେ ସେ ବାର୍ଦ୍ଧକ୍ୟରେ ପଦାର୍ପଣ କରିଥିଲେ ମଧ୍ୟ ତାକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ନନ୍ଦନ କାନନ ଉପ ନିର୍ଦ୍ଦେଶକ ସଂଜିତ୍ କୁମାର କହିଛନ୍ତି । ତେବେ ବାଘୁଣୀ ଅନିତାର ଚିକିତ୍ସା ବି ଚାଲିଛି । ଏନେଇ ଅନେକ ପଶୁପ୍ରେମୀଙ୍କ ମହଲରେ ଆଶଙ୍କା ରହିଛି ଯେ, ନନ୍ଦନକାନନ ଇତିହାସ ପୃଷ୍ଠାରେ ରହିଛି ଯେଉଁ ଜନ୍ତୁ ରୋଗାଗ୍ରାସ୍ତ ହୋଇ ଅସୁସ୍ଥ ହେଉଛନ୍ତି ସେ ସୁସ୍ଥ ହୋଇ ଫେରନ୍ତିନାହିଁ । କିନ୍ତୁ କର୍ତ୍ତୁପକ୍ଷ କିଛି ନା କିଛି ବାହାନା ବାଜୀକରି କୁହନ୍ତି ଏ ରୋଗରେ ପଡି ମୃତ୍ୟୁ ହେଲା , ବାର୍ଦ୍ଦକ୍ୟରେ ମୃତ୍ୟୁ ହେଲା କହି ନିଜ ଦୋଷକୁ ସ୍ବିକାର ନକରି ଏଡାଇ ଦିଅନ୍ତି । ତେବେ ଅନିତା କେବେ ସୁସ୍ଥ ହେବ ନା ଅନ୍ୟ ଜନ୍ତୁପରି ଆଖିବୁଜିବ ତାହା ପଶୁପ୍ରେମୀଙ୍କ ମହଲରେ ଆଶଙ୍କା ଦେଖାଦେଇଛି ।ନନ୍ଦନକାନ ନରେ ମାଳମାଳ ଡାକ୍ତର ଥିବାବେଳେ ଅନିତାର ସ୍ୱାସ୍ତ୍ୟରେ ଉର୍ଣ୍ଣତି ହେଉଛି ନା ଅବନତି ହେଉଛି ତାହା ସମୟ କହିବ।

Comments (0)
Add Comment