Browsing category

ମନୋରଞ୍ଜନ

ଆଜି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୯/୪(ଏସ ଏସ ନିଉଜ) ଆଜି ପବିତ୍ର ଅଶୋକାଷ୍ଟମୀ ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ ।ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ୫ ଦିନ ଧରି ହେବାକୁ ଥିବା ରୁକୁଣା ରଥଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ।

୯ରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, ୬/୪(ଏସଏସନିଉଜ) ଏପ୍ରିଲ ୯ରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ।ଏଥିପାଇଁ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ମଙ୍ଗଳବାରଦିନ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ,ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ ଓ ୧୩ରେ ବାହୁଡ଼ା ଯାତ୍ରା ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।  

ଏପ୍ରିଲ ପହିଲାରୁ ସାଢେ ୭ରେ ଖୋଲିବ ନନ୍ଦନକାନନ

ବାରଙ୍ଗ ୩୧/୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଖୋଲିବା ସମୟସୀମାରେ ପରିବର୍ତନ ହେବାକୁ ଯାଉଛି ।ଏପ୍ରିଲ ପହିଲାରୁ ଏହି ନୁଆ ସମୟ ସୀମାରେ ଉଭୟପାର୍କ ଖୋଲିବ ।ଏବେ ୮ଟା ପରିବର୍ତେ ସକାଳ ସାଢେ୭ରେ ଉଭୟପାର୍କ ଖୋଲିବ । ଖରାଦିନ ପାଇଁ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ସକାଳ ସାଢେ୭ରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲାଯାଇ ସନ୍ଧ୍ୟା ସାଢେ୫ ରେ ବନ୍ଦ କରାଯିବ ।ଏହି ସମୟଭିତରେ ପର‌୍ୟ୍ୟଟକମାନେ କୋଭିଡ ନୀୟାମା ନୁସାରେ ଉଭୟପାର୍କ ବୁଲିପାରିବେ ବୋଲି ଉପ-ନିର୍ଦ୍ଦେଶକ ସଞିତକୁମାର […]

ଉଦଯାପିତ ହେଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଡେଲାଙ୍ଗ,୨୭/୩(ଏସ ଏସ ନିଉଜ)ଓଡ଼ିଶାର ପ୍ରସିଦ୍ଧ ହରିରାଜ ପୁର ପଞ୍ଚୁଦୋଳ ମେଳଣ ଉଦଯାପିତ ହୋଇଯାଇଛି।୨୪ତାରିଖ ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ମେଳଣ ରବିବାର ରାତିରେ ଗୋଧୂଳି ଲଗ୍ନରେ ଉଦଯାପିତ ହୋଇଯାଇଛି।ଠାକୁରଙ୍କ ହରିହର ଭେଟ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା ।ସନ୍ଧ୍ୟ।ରେ ହରିହର ଭେଟ ପରେ ନିମନ୍ତ୍ରିତ ହୋଇ ଆସିଥିବା ଠାକୁର ଙ୍କ ଦୋଳବିମାନ ନିଜ ଗ୍ରାମମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।ନିମନ୍ତ୍ରିତ ଦୋଳବିମାନ ଯିବା ପର୍ଯ୍ୟନ୍ତ ଥାନପତି ଶ୍ରୀ ପଶ୍ଚିମାସମ୍ଭୁ ସୋମନଥ ଓ ଭସର […]

ଜୁନ ୩୦ରୁ ଅମରନାଥ ଯାତ୍ରା

ଭୁବନେଶ୍ୱର,୨୭/୩(ଏସ ଏସ ନିଉଜ)କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବାକୁ ଯାଉଛି । କରୋନା କଟକଣା ମଧ୍ୟରେ ୪୭ ଦିନ ଧରି ଚାଲିବାକୁ ଥିବା ଏହି ଅମରନାଥ ଯାତ୍ରାପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ପାଳନ କରି ଶ୍ରଦ୍ଧାଳୁ ମାନଙ୍କୁ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରବିବାର ଦିନ ଅମରନାଥ […]

୨୯ରେ ବାରୁଣୀ ବୁଡ଼

  ସାକ୍ଷୀଗୋପାଳ,୨୭/୩(ଏସ ଏସ ନିଉଜ) ଏହି ଥାନା ଅନ୍ତର୍ଗତ ସାଗରସ୍ନାନ ଯାତ୍ରା ବା ବାରୁଣୀବୁଡ଼ ୨୯ତାରିଖରେ ହେବ ବୋଲି ନିଷ୍ପତି ହୋଇଛି।ଏଥିନିମନ୍ତେ ଆୟୋଜିତ ବୈଠକରେ ବରାଳ ବାଲୁଙ୍କେଶ୍ୱର ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ଦାସଙ୍କ ଆହ୍ୱାନକ୍ରମେ ତହସିଲଦାର,ବିଡ଼ିଓ,ବ୍ଲକ ଅଧକ୍ଷ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ବିଭିର୍ଣ ବିଷୟରେ ସବିଶେଷ ଆଲୋଚନା ହେବାସହ ବିଭିର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଦୁଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରୁଣୀ ସ୍ନାନର ତାରିଖକୁ ନେଇ ମତପାର୍ଥକ୍ୟ ଦେଖାଦେବାରୁ ପୁରୀ ମୁକ୍ତିମଣ୍ଡପର […]

ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମହୋସ୍‌ବ

ଚନ୍ଦକା, ୨୩/୩(ଏସଏସନିଉଜ)ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୂ ପରମେଶ୍ୱର ଙ୍କ ପଂଚୁଦୋଳ ମହୋସ୍‌ବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ମହୋସ୍‌ବକୁ ଅତି ଛୋଟଆକାରରେ କରାଯାଇଛି । ୭ଟିସାହି ମହୋସ୍‌ବରେ ଭାଗନେଇ ସାମୁହିକଭାବେ ଏକ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିବେ ।ଅନ୍ୟପଟେ ପ୍ରଭୂ ପରମେଶ୍ୱର ଆଜି ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରିଛନ୍ତି ।ପରମ୍ପରା ଅନୁଯାୟୀ ଏହି ଯାତ୍ରାରେ ନୁଆଠାକୁର ରାଧାକୃଷ୍ନ, ଚନ୍ଦ୍ରଶେଖରଦେବ, ଗୋପାଳ ଦେବଜିୟୁ, କଂଟାବାଡର ଗୋପିନାଥଦେବ ବିମାନରେ ଆସି […]

ଆଜିର ଅନୁଚିନ୍ତା

ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ ସ୍ବାର୍ଥପର ସେ ହିଁ ଖୁସିରେ ଜୀବନ କାଟିଥାଏ ,କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ । 🦋ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କୌଣସି ପରିସ୍ଥିତିର ମୁକାବିଲା କରିଲାବେଳେ ସବୁବେଳେ ସତ୍ ପଥରେ ହିଁ ଆଗକୁ ବଢ଼ିବା ଉଚିତ୍ । 🦋ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ […]

ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ

ଡେଲାଙ୍ଗ,୧୮/୩(ଏସ ଏସ ନିଉଜ) ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ । ଘଣ୍ଟଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠୁଛି ମେଳଣ ପଡିଆ। ହାତୀ ଘୋଡା ସଖୀ ନାଚ ସହ ଫଗୁ ଖେଳରେ ସମସ୍ତେ ମସଗୁଲ।ଭଗବାନ। ଭାବ ଭକ୍ତିମୟ ପରିବେଶ । ଏହି ମେଳଣରେ କଟକ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ ବିମାନ ଯୋଗ ଦେଇଛନ୍ତି ।ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକୃଷ୍ଣ। ଭକ୍ତମାନଙ୍କ ସହ ଫଗୁ ଖେଳୁଛନ୍ତି ।ଏହି ପୁରାଣ ପ୍ରସିଦ୍ଧ ମେଳଣ […]

ଭୋଗ ଖାଇବାକୁ ବାହାରିଲେ ବାବାସୋମନାଥ

ବାରଙ୍ଗ,୧୭/୩(ଏସ୍‌ଏସ୍‌ନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ […]