ଏକାଠି ହେଲେ ସୋମନାଥ ଭକ୍ତ
ବାରଙ୍ଗ,୧/୮ (ଏସଏସନିଜ) ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥ ମନ୍ଦିର ପରିସରରେ ଶ୍ରାବଣମାସ ର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥ ପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ ଏକାଠି ହୋଇ ବାବା ସୋମନାଥଙ୍କର ଜୟଗାନ କରି ସୋମନାଥଙ୍କ ମହିମା ପ୍ରଚାର ସହ ବାନା ଟେକ ରହିବା ପାଇଁ ଆଲୋଚନା କରିଥିଲେ ।ଏହି ଅବସରରେ ସେନାର ସଭାପତି […]