Browsing category

ମନୋରଞ୍ଜନ

ଆରପାରିରେ ରାଇମୋହନ ପରିଡା

ଭୁବନେଶ୍ୱର,୨୪/୬(ଏସ ଏସ ନିଉଜ)ସିନେମା ଜଗତ, ଯାତ୍ରା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ବେକରେ ଶାଢୀ କପଡା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।ଅନ୍ୟପଟେ ପୋଲିସ ତାଙ୍କ ପଳାଶୁଣୀ ସ୍ଥିତ ପ୍ରାଚୀ ବିହାର ନିକଟ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଓଲିଉଡ ଠାରୁ ଆରମ୍ଭ କରି ଜଲିଉଡ ସବୁଠି ଶୋକର ଛାୟା ଖେଳିଯାଇଛି ।

ଚଳଚଞ୍ଚଳ ରଥଖଳା

ପୁରୀ,୨୩/୬(ଏସ ଏସ ନିଉଜ) ମହାପ୍ରଭୁଙ୍କ ପ୍ରଭା ନିର୍ମାଣ ଶେଷ ହୋଇଛି ।ଦୁଆରଘଡ଼ାରେ ଶେଷ ସ୍ପର୍ଷ ଦେଉଛନ୍ତି ରୂପକାର ।ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ତିଆରିବେ ।ଠାକୁରେ ଚକା ସିଂହାସନରେ ହେବେ ବିଜେ । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ। ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ରଥର ଏହା ଏକ ଆକର୍ଷଣୀୟ ଅଂଶ। ପ୍ରତି ରଥର […]

ଏଥର ରଥ ଉପରେ ସେଲଫି ମନା 

ପୁରୀ,୨୧/୬(ଏସ ଏସ ନିଉଜ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ରଥ ଉପରେ ସେଲଫି ନେବାକୁ ବାରଣ କରାଯାଉଛି ।ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ ପାଇଁ ହେବ ପାସ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ପୁଣି ଆସିବ ଶକ୍ତିମାନ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପୁଣି ନିର୍ମାଣ ହେବ ଶକ୍ତିମାନ ଫିଲ୍ମ ।୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’ ।୧୯୯୭ ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ।ଏବେ ୧୭ ବର୍ଷ ପରେ ଏହି ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି ।ଅତିକମରେ ୩୦୦ କୋଟି ଟଙ୍କା ବଜେଟ୍ ରଖାଯାଇଥିବାବେଳେ ଏହା ଏକ ବଡ […]

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ କି ପୋଲିକୁ ମଧ୍ୟ ଏ ନେଇ ଅଭିଯୋଗ […]

୪ ମାସ ପାଇଁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ଆଜିଠୁ ୪ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଛି ।ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ। ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ ସୂଚନା ଦେଇଛନ୍ତି ।

ରାତାରାତି ବଦଳାଇଦେଲେ ଲେଖା

ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ ଅଣାଯାଇ ଏ ସକ୍ରାନ୍ତରେ ଖବର ପ୍ରକାସ କରାଯାଇଥିଲା । ଘଟଣା ଥିଲା ଏମିତି ।ରବିବାରଦିନ ବାରଙ୍ଗ ପ୍ରେସକ୍ଳବ ସାମ୍ନା ବାରଙ୍ଗ-କଟକ ମୁଖ୍ୟରାସ୍ତାରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ସୂଚନା ଫଳକ […]

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ […]

ଏଥର ଜମିବ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୩/୬(ଏସନିଉଜ) ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଏଥର ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ।ଏଥର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବବୋଲି କହିଛନ୍ତି ।

ଖୋଲିଲା ଷ୍ଟାଡିୟମର ଗେଟ୍

କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍ ରହିଛି ।