ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ
ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।
Browsing category
ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।
ଭୁବନେଶ୍ୱର, ୭/୬(ଏସଏସନିଉଜ) କଟକ ବାରବାଟୀରେ ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ନବୀନ ନିବାସରେ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକଟ ପ୍ରଦାନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ସହିତ ଏଚ୍ଡିଏଫ୍ସି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୀପକ ସିଂହ ଓ ଉପସଭାପତି ଅନିମେଷ […]
ଭୁବନେଶ୍ୱର,୬/୬(ଏସ ଏସ ନିଉଜ) ପ୍ରସିଦ୍ଧ ଗାୟକ କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ୍ ହେବାକୁ ଯାଉଛି । କେକେ ଶେଷ ଗୀତ ଫିଲ୍ମ ଶେରଦିଲ ଦ ପିଲିଭାତ ସାଗା ପାଇଁ ଗାଇ ଥିଲେ। ଏହି ଗୀତର ଲିରିକ୍ସ ଗୁଲଜାର ଲେଖିଛନ୍ତି ଏବଂ କମ୍ପୋଜ କରିଛନ୍ତି ଶାନ୍ତନୁ ମୋଇତ୍ରା। ଏହ ଗୀତର ନାଁ ଧୂପ ପାନି ବହେନ ଦୋ ରହିଛି।
ପୁରୀ,୧/୬(ଏସ ଏସ ନିଉଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଶେଷ ହୋଇଛି । ଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିବାର ଜଣାପଡିଛି ।
ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣକୁମାର କୁନ୍ନାଟ ଓରଫ କକ କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନ୍ସ ।ପଞ୍ଚନାମା ବେଳେ କେକେଙ୍କ ମୁହଁ, ମୁଣ୍ଡରେ ଆଘାତ ଚିହ୍ନ […]
କଟକ,୧/୬(ଏସ ଏସ ନିଉଜ) ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଛି ।ମ୍ୟାଚ୍ ବନ୍ଦ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିବାବେଳେ ରାଜ୍ୟ ସରକାର, ଈଉଉଓ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିବାର ଜଣାପଡିଛି ।
କଟକ,୩୦/୫(ଏସ ଏସ ନିଉଜ)କଟକ ବାରବାଟିରେ ହେବାକୁ ଥିବା ଟି -୨୦ ମ୍ୟାଚ ପାଇଁ ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ଅନଲାଇନ୍ ଟିକେଟ ବୁକିଂ ।୮ ତାରିଖ ଦିନ ଟିକେଟ ରିଡେମ୍ପସନ୍ କାଉଣ୍ଟରରୁ ସଂଗ୍ରହ କରିପାରିବେ ଦର୍ଶକ । ଅନଲାଇନ୍ ରେ ସମୁଦାୟ ୫ ହଜାର ଟିକେଟ ଉପଲବ୍ଧ ରହିବାସହ ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବ ବୋଲି ଜଣାପଡିଛି ।
ବାରଙ୍ଗ,୨୨/୫(ଏସଏସନିୟୁଜ) ବାରଙ୍ଗଅଂଚଳର ଅଗ୍ରଣୀ ରାମଳିଳା ଅନୁଷ୍ଠାନ ମଧୁପୁରର ଶ୍ରୀଶ୍ରୀସୀତାକାନ୍ତ ରାମଳୀଳାସମିତି ପାଇଁ ମଧୁପୁର ଗ୍ରାମ୍ୟକମିଟି ତରଫରୁ ରବିବାର ସକାଳେ ଶ୍ରୀରାମଲୀଳା ମଣ୍ଡପର ଭୁମିପୁଜା ଉସ୍ବ ଅନୁଷ୍ଠିତହୋଇଯାଇଛି ।ଏହି ଭୁମିପୁଜା ଉସ୍ବରେ ଗାଁର ମୁରବୀମାନେ ଯୋଗଦେଇଥିଲେ ।ଭାସ୍କର ଚନ୍ଦ୍ର ପ୍ରଧାନ କର୍ତା ରୂପେ ଯୋଗଦେଇ ପୂଜର୍ଜନା କରିଥିଲେ।ସନ୍ଧ୍ୟାରେ ଗ୍ରାମ୍ୟକମିଟି ତରଫରୁ ରାମଳୀଳାସମିତିର ଯୁବକମାନଙ୍କଦ୍ୱାରା ଗ୍ରାମବାସୀ ମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରିଥିଲେ ।ଏଥିରେ ବହୁ ଲୋକପ୍ରତିନିଧିମାନଙ୍କ ସହ ଆଖପାଖ ଗାଁର ବହୁ ମୁରବୀମାନେ ଯୋଗଦଇଥିଲେ ।ସନ୍ଧ୍ୟା ସମୟରେ ଗ୍ରାମର […]
ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର […]
ବ୍ରହ୍ମଗିରି,୨୨/୫(ଏସଏସନିଉଜ) ଆଜି ପବିତ୍ର ଭଉଁରି ।ଆରମ୍ଭ ହୋଇଛି ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ । କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ଚନ୍ଦନ ଘୋରା ଆରମ୍ଭ କରିଛନ୍ତି ୧୧ ଜଣ ବିମାନବଡୁ ସେବାୟତ ଓ ଶ୍ରୀ ଜୀଉଙ୍କ ବେଶ ୫ଜଣ ସେବାୟତ କରୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।