Browsing category

ମନୋରଞ୍ଜନ

କୃଷ୍ଣଚନ୍ଦ୍ରପୁରରେ ବୃକ୍ଷରୋପଣ କଲେ ବିଜେପି ରାଜ୍ୟ ସଭାପତି

କଟକ,୨୧।୯(ଏସଏସନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଜନ୍ମଦିନ ଅବସରରେ ମାପାଇଁ ଗଛଟିଏ ଆହ୍ବାନରେ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ପକ୍ଷରୁ ବାରଙ୍ଗ ବ୍ଲକ ଅଧୀନ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୋମବାର ସକାଳେ ବାରଙ୍ଗର ବିଜେପି କର୍ମୀମାନେ ନନ୍ଦନକାନନ ଛକରୁ ଏକ ବିଶାଳ ଶୋଭଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,କଟକ ସାଂସଦ ଭତୃହରି ମହତାବଙ୍କୁ ବୃକ୍ଷରୋପଣ ସ୍ଥଳକୁ ଆଣିଥିଲେ। ସେଠାରେ ସେ ବୃକ୍ଷରୋପଣ କରିଥିଲେ। ସାମଲ କହିଥିଲେ ବିଭିନ୍ନ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୩ ତାରିଖ ୨୦୨୫ ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଦ୍ଵିତୀୟା ରାତ୍ରି ଘ୦୪/୨୭ ଗତେ ତୃତୀୟା,ନକ୍ଷତ୍ର- ହସ୍ତା ଫା ଦିବା ଘ୦୨/୦୮ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୩,ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୨୭ ଗତେ ଅଗ୍ନିକୋଣେ, ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ ୦୧/୦୭ ଗତେ ଘ ୦୨/୪୦ ମଧ୍ୟେ,ବାରବେଳା – ଦିବା ଘ ୦୭/୧୦ ଗତେ ଘ ୦୮/୪୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ ମଧ୍ୟେ […]

ଆଜିର ରାଶିଫଳ

ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ।ତୃତୀୟଂ ଚନ୍ଦ୍ରଘଣ୍ଟେତି କୂଷ୍ମାଣ୍ଡେତି ଚତୁର୍ଥକମ୍।।ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ।ସପ୍ତମଂ କାଳରାତ୍ରୀତି ମହାଗୌରୀତି ଚାଷ୍ଟମମ୍।।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ।ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା।।ଦେବୀଙ୍କର ନଅଟି ସ୍ୱରୂପ ରହିଛି, ତାହାକୁ “ନବଦୁର୍ଗା” କହନ୍ତି। ତାଙ୍କର ପୃଥକପୃଥକ୍ ନାମ ମଧ୍ୟ ରହିଛି । ପ୍ରଥମନାମ ଶୈଳପୁତ୍ରୀ, ଦ୍ୱିତୀୟନାମ ବ୍ରହ୍ମଚାରିଣୀ, ତୃତୀୟନାମ ଚନ୍ଦ୍ରଘଣ୍ଟା, ଚତୁର୍ଥନାମ କୁଷ୍ମାଣ୍ଡା, ପଞ୍ଚମନାମ ସ୍କନ୍ଦମାତା, ଷଷ୍ଠନାମ କାତ୍ୟାୟନୀ, ସପ୍ତମନାମ କାଳରାତ୍ରୀ, ଅଷ୍ଟମନାମ ମହାଗୌରୀ, ନବମନାମ ସିଦ୍ଧିଦାତ୍ରୀ ଅଟେ। ଏହି ସବୁନାମ […]

ଶସ୍ତା ହେଲା ରେଳ ନୀର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍‌ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍‌ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।

ପାସିଂ ଆଉଟ୍ ଯବାନଙ୍କୁ ମିଳିଲା ମାନପତ୍ର

କଟକ, ୨୦।୯(ଏସଏସନିଉଜ) ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାହୀନିରେ ତାଲିମ ନେଉଥିବା ଓଡ଼ିଶା ଅଗ୍ନିଶମ ବାହିନୀର ସିଏସଏସଆର ପ୍ରଥମ ବ୍ୟାଚର ଉଦଯାପନୀ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପାସିଂ ଆଉଟ୍ ହୋଇଥିବା ଯବାନଙ୍କୁ ମାନପତ୍ର ଓ ବ୍ୟାଚ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚରେ ୪୦ ଜଣ ପ୍ରଶିକ୍ଷାର୍ଥି ୨୧ଦିନ ଧରି ତାଲିମ ନେଇଥିଲେ। ଅଗ୍ନିଶମ […]

ଯୁବତୀଙ୍କ ରିଲ୍ସ କରି ଅଡ଼ୁଆରେ ୩ ଯୁବକ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ […]

ବିପଦପୂର୍ଣ୍ଣ ଗାଡ଼ି ଚାଳନା

ଭୁବନେଶ୍ୱର ,୧୫ା୯(ଏସଏସନିଉଜ)ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର ।ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ […]

ବାଙ୍କି ମହୋତ୍ସବ ରୋପ୍ୟଜୟନ୍ତି ପାଇଁ

କଟକ,୧୪।୯(ଏସଏସନିଉଜ)ଚଳିତବର୍ଷ ବାଙ୍କୀମହୋତ୍ସବ କମିଟିର ରୌପ୍ୟଜୟନ୍ତୀ ପାଳନ ଅବସରରେ ଜୋନ ସ୍ତରୀୟ ଆଲୋଚନାଚକ୍ରର ଅନ୍ତିମ ପର୍ୟ୍ୟାୟରେ ବାରଙ୍ଗ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ଏକ କଲ୍ୟାଣ ମଣ୍ଡପରେ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଆଞ୍ଚଳିକ ଶାନ୍ତିକମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଆଲୋଚନାଚକ୍ରରେ ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି ସଭାପତିତ୍ଵ କରିଥିଲେ। ।ଆଧୁନିକ ବାରଙ୍ଗର ଏତିହ୍ୟ ଓ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବାଙ୍କୀମହୋତ୍ସବ କମିଟି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ […]

ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ସମୟରେ କହିଛନ୍ତିଯେ,ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ପରିବର୍ତ୍ତନ ହେବ।ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ଏହାସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ […]

ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା

କଟକ,୧୨।୯(ଏସଏସନିଉଜ) ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରାଆରମ୍ଭ ହେବ।ନଭେମ୍ବର ୫ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଚଳିତଥର ବାଲିଯାତ୍ରା ହେବ।ଆଗରୁ ୩୪ ଏକର ପରିମିତ ତଳ ପଡ଼ିଆର ଜଗାରେ ବାଲିଯାତ୍ରା ହେଉଥିଲା। ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ।