ଭୁବନେଶ୍ୱର,୨୧।୧୨(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁରର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୩ତମ ସର୍ବଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଛି।ଆଜି ୬ଟିଦଳ ୩ଟି ଫାଇନାଲ ମ୍ୟାଚ ଖେଳିଥିଲେ। ସହରାଞ୍ଚଳରେ ମାମଙ୍ଗଳା ଢେଙ୍କାନାଳ ଦଳ ୨/୦ଗୋଲରେ ଜଗା ଯୁନାଇଟେଡ଼ ଭୁବନେଶ୍ୱରକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା।ଏଥିରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଦିଲ୍ଲୀପ ଦେହୁରୀ ପଲସର ଗାଡି ପାଇଥିଲେ।
ଗ୍ରାମାଞ୍ଚଳ – ଏ -ବିଭାଗରେ ମାମଙ୍ଗଳା ଗୋଠପୁର ୫/୪ଟାଇବ୍ରେକର ଗୋଲ ଜରିଆରେ ପ୍ରତାପକ୍ଲବ ପ୍ରତାପନଗରୀକୁ ପରାସ୍ତ କରିଥିଲା।ଅଜିତ ରାଉତ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ପଲସର ଗାଡି ପାଇଥିଲେ।
ଗ୍ରାମାଞ୍ଚଳ ବି ବିଭାଗରେ ତଣ୍ଡିକଣାର କୃଷକବନ୍ଧୁ କ୍ଲବ ୧/୦ଗୋଲରେ ବାରଙ୍ଗ ବାୟାର ଦଳକୁ ପରାସ୍ତ କରିଥିଲେ।
ଏଥିରେ ତଣ୍ଡିକଣାର ରାଜା ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ଏକ ଇଲେକ୍ଟ୍ରି ବାଇକ ପାଇଥିଲେ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣି ଉସବରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ନାନୀତ ଅତିଥିଭାବେ ବିଜେପିର ବରିଷ୍ଠନେତା ଗୋଲକ ପ୍ରସାଦ ମହାପାତ୍ର,ପୂର୍ବତନ ମତ୍ସ୍ୟ ନିଗମ ଅଧକ୍ଷ ସୁବାସ ଚନ୍ଦ୍ର ପାତ୍ର, ଦୌଡରାଣୀ ଦୂତୀ ଚାନ୍ଦ,ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ,ସନ୍ତୋଷ ନାଥ, ପିଙ୍କି ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଜେତାମାନଙ୍କୁ ଟ୍ରଫି ଓ ପୁରସ୍କାରରାଶି ପ୍ରଦାନ କରିଥିଲେ। ସହରାଞ୍ଚଳର ମାମଙ୍ଗଳା ଢେଙ୍କାନାଳ ଚମ୍ପିୟାନଦଳଙ୍କୁ ୭୫ ହଜାର ଟଙ୍କା, ରନର୍ସ ଅପ ଜଗା ଯୁନାଇଟେଡ଼ ଭୁବନେଶ୍ୱର ଦଳକୁ ୫୦ ହଜାର ଟଙ୍କା,ଗ୍ରାମାଞ୍ଚଳ- ଏ- ରେ ମାମଙ୍ଗଳା ଗୋଠପୁର ଚମ୍ପିୟାନ ଦଳକୁ ୧ଲକ୍ଷଟଙ୍କା ଏବଂ ରନର୍ସଅପ ପ୍ରତାପକ୍ଲବ ପ୍ରତାପ ନଗରୀକୁ ୭୫ହଜାରଟଙ୍କା,ଓ ଗ୍ରାମାଞ୍ଚଳ- ବି- ରେ ଚମ୍ପିୟାନ କୃଷକବନ୍ଧୁକ୍ଲବ ତଣ୍ଡିକଣାକୁ ୪୦ହଜାରଟଙ୍କା ଏବଂ ରନର୍ସଅପ ବାରଙ୍ଗବେୟାର ଦଳକୁ ୩୦ହଜାରଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ଆୟୋଜକ ଗଣ୍ଡରପୁର ଯୁନାଇଟେଡ଼ ୟୁଥସ୍ପୋର୍ଟ୍ସ କ୍ଲବର ସଦସ୍ୟମାନଙ୍କ ସମେତ ଗ୍ରାମ କମିଟିର ମୁଖ୍ୟମାନେ ଖେଳକୁ ୭ଦିନ ଧରି ସୂଚାରୁ ରୂପେ ପରିଚାଳନା କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)