Browsing category

ମନୋରଞ୍ଜନ

କଟକରେ ବର୍ଷାରେ ଭାଙ୍ଗିଲା ଲାଇଟଗେଟ୍

କଟକ,୧।୧୦(ଏସଏସନିଉଜ)ବୁଧବାର ଦିହିପହରରେ ବର୍ଷା ଓ ପବନ ଯୋଗୁ କଟକରେ କେତେକମଣ୍ଡପ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଜି ଥିଲା କଟକ ଗ୍ରସ୍ତ।ସେ ବିଭିନ୍ନ ପୂଜାମଣ୍ଡପକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।ମୁଖ୍ୟମନ୍ତ୍ରୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଆଗକୁ ଯଦି ଏହିଭଳି ବର୍ଷା ହେବ ତେବେ କଟକରେ ଦଶହରା ଫିକା […]

ବୃକ୍ଷରୋପଣ କଲେ କର୍ପୋରେଟର

ଚନ୍ଦ୍ରଶେଖରପୁର,୩୦।୯(ଏସଏସ ନିଉଜ)ମଙ୍ଗଳବାରଦିନ ବିଏମ୍ସିର ୩ନମ୍ୱର ୱାର୍ଡ କର୍ପୋରେଟରଲକ୍ଷ୍ମୀପ୍ରିୟା ପରିଡ଼ା ବୃକ୍ଷରୋପଣ କରିଛନ୍ତି।ଏହି ଉପଲକ୍ଷେ ବରଦେବି କଲୋନୀ ବାସିନ୍ଦାମାନଙ୍କ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶସ୍ମାନରେ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଯୋଗାଉଥିବା ବୃକ୍ଷସବୁ ଉପସ୍ଥିତ ଥିବା ଅନ୍ୟତମ ଅତିଥି ବିଜେପି ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସମ୍ପାଦକ ତଥା ପଟିଆ ଗ୍ରାମମଙ୍ଗଳ ସମିତି ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ଓ ବରିଷ୍ଟ ନାଗରିକ, […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ଅଷ୍ଟମୀ ସନ୍ଧ୍ୟା ଘ୦୬/୧୦ ଗତେ ନବମୀ ,ନକ୍ଷତ୍ର- ମୂଳା ଦିବା ଘ୦୭/୦୮ ଗତେ ପୂର୍ବା ଷାଢ଼ା ,ଅଦ୍ୟ ପୀଠେ ମହାନବମୀ ଓ ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ଓ ସନ୍ଧିପୂଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୨ ,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୬/୧୦ ଗତେ ପୂର୍ବେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର , ମକରରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୧/୦୪ଗତେ ଘ […]

କଟକ ଦୁର୍ଗାପୂଜା ଜଗିବେ ୧୨୨ପ୍ଲାଟୁନ୍‌ ଫୋର୍ସ

କଟକ,୨୮।୯(ଏସଏସନିଉଜ)କଟକ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ,ଏଥର୧୨୨ ପ୍ଲାଟୁନ୍‌ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ।୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ।ସୁରକ୍ଷା ପାଇଁ CCTV ଓ ଡ୍ରୋନ୍‌ର ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୮ତାରିଖ ୨୦୨୫ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଷଷ୍ଠୀ ଦିବା ଘ୦୨/୨୧ ଗତେ ସପ୍ତମୀ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୪/୪୦ ଗତେ ମୂଳା,ଅଦ୍ୟ ପୀଠେ ତ୍ରୀଦିନାତ୍ମକ ମହାସପ୍ତମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ବିଲ୍ଵାଧିବାସ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫ /୩୭,ଯୋଗିନୀ ପଶ୍ଚିମେ ଦିବା ଘ୦୧/୨୧ ଗତେ ବାୟବ୍ୟେ,ମେଷରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୧୦/୧୦ଗତେ ଘ ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ଗତେ ଘ୦୮/୫୩ ମଧ୍ୟେ ଓ ଘ ୧୨/୦୪ ଗତେ […]

ମହାବିଦ୍ୟାଳୟ ପରିସର ସଫା କଲେ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର,୨୬।୯(ଏସଏସ ନିଉଜ)ପଟିଆସ୍ଥିତ ରାଜା ମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନଏସଏସ)ଶାଖା ତରଫରୁ ରାଷ୍ଟ୍ରୀୟସ୍ତର କାର୍ୟ୍ୟକ୍ରମ ଆଧାରରେ ସ୍ୱଚ୍ଛତା ହିଁ ସେବା ପର୍ବ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି।ସେପ୍ଟେମ୍ବର ୧୭ରୁ ଗାନ୍ଧୀଜୟନ୍ତୀ ଅକ୍ଟୋବର ୨ପର୍ୟ୍ୟନ୍ତ ପାକ୍ଷିକ ଯୋଜନାରେ ଶତାଧିକ ଛାତ୍ରୀଛାତ୍ର ,ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇ କଲେଜପରିସରକୁ ସଫାକରିଥିଲେ।ପରିସର ମଧ୍ୟରେଥିବା ସମସ୍ତ ବୃକ୍ଷରାଜିମୁଳ, ଶିକ୍ଷାଗୃହ, ଖେଳପଡିଆ ଆଦିସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ।ଭାରତୀୟ ଯୋଗ ସଂସ୍ଥାନର ନଗରମୁଖ୍ୟ ପରମାନନ୍ଦ ସାହୁ ଏହି ସ୍ୱଚ୍ଛତା ପର୍ବକୁ ଆନୁଷ୍ଠାନିକ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୭ତାରିଖ ୨୦୨୫ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳ ,ତିଥି-ପଞ୍ଚମୀ ଦିବା ଘ୧୧/୪୮ଗତେ ଷଷ୍ଠୀ ,ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୧/୪୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୭ ,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୪୮ଗତେ ପଶ୍ଚିମେ.ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଷଷ୍ଠୀର ପାର୍ବଣଶ୍ରାଦ୍ଧ ,ଅଦ୍ୟ ତପଷଷ୍ଠୀ ,କାଳବେଳା-ଦିବା ଘ୦୭/୧୧ ମଧ୍ୟେ ଓ ଘ ଲ୦୪/୦୮ଗତେ ଘ୦୫/୩୭ମଧ୍ୟେ ,ବାରବେଳା-ଦିବା ଘ ୦୧/୦୫ଗତେ ଘ୦୨/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ ୦୭/୧୬ଗତେ ଘ୦୯/୪୦ମଧ୍ୟେ ଓ ଘ ୦୨/୩୬ ଗତେ ଘ୦୩/୧୭ମଧ୍ୟେ ଓ ରାତ୍ରି ଘ୧୨/୪୮ ଗତେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୫ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ତୃତୀୟା,ନକ୍ଷତ୍ର- ବିଶାଖା ଫା ରାତ୍ରି ଘ୦୭/୩୮ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୧୭,ଯୋଗିନୀ ନୈରୁତେ ଦିବା ଘ୦୬/୪୫ ଗତେ ନୈରୁତେ,ବିଛା,ଧନୁ ଓ ମୀନ ରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୦୨/୪୦ ଗତେ ଘ ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୫ ମଧ୍ୟେ ଓ ଘ ୦୨/୪୦ଗତେ ଘ୦୨/୩୯ ମଧ୍ୟେ ଓ ରାତ୍ରି […]

ମହାପ୍ରଭୁଙ୍କ ରତ୍ନ ସ୍ଥାନାନ୍ତର ଶେଷ

ପୁରୀ,୨୩।୯(ଏସଏସନିଉଜ) ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର।ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ।୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ।ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି।ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ପଡ଼ିଛି , ଟ୍ରେଜେରୀକୁ ହସ୍ତାନ୍ତର ହେବ।ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି।SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି।ଗଣତି ମଣତି […]

ନଭେମ୍ବର ୩ରେ ବଡ଼ଓଷା

ଭୁବନେଶ୍ୱର,୨୩।୯(ଏସଏସନିଉଜ)ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ।ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ ।ନଭେମ୍ବର ୫ରେ ଡ଼ଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ।ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ।ନଭେମ୍ବର ୧ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।