Browsing category

ମନୋରଞ୍ଜନ

୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର,୩।୧(ଏସଏସନିଉଜ)ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍।ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ।୧୦ତାରିଖ ପରେ କରିଲେ PUC ଟେଷ୍ଟିଂ ସେଣ୍ଟରରେ ମିଳିବ।ସବୁ RTOରେ ଖୋଲାହେବ ସ୍ପେଶାଲ୍ କାଉଣ୍ଟର ।ଷ୍ଟିକର୍ ଦେବା ଆଗରୁ ଚେକ୍ ହେବ ପଲ୍ୟୁସନ୍ ସାର୍ଟିଫିକେଟ୍।RC ଏବଂ ବାହନ ଡାଟାବେସ୍ ଯାଞ୍ଚ କରାଯିବ।ଅରିଜିନାଲ୍ PUCC, RC କପି ଦେଖାଇବାକୁ ପଡ଼ିବ।ଗାଡ଼ିମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ।

କ୍ରିକେଟ ପଡ଼ିଆ ପାଲିଟିଲା ରଣକ୍ଷେତ୍ର

କଟକ, ୨।୧(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଶୁକ୍ରବାର ଚାଲିଥିବା କ୍ରିକେଟ ଟୁର୍ଣ୍ଣମେଣ୍ଟରେ ହାରଜିତକୁ ନେଇଗଣ୍ଡଗୋଳ ଘଟିଛି।ଏଥିରେ ୪ଜଣ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରକାଶଯେ, ଶୁକ୍ରବାର ଅପରାହ୍ନରେ ରତାଗଡ ଗ୍ରାମର ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣା ମେଣ୍ଟରେ ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ସହିତ ରତାଗଡ ନୂଆସାହି ମଧ୍ୟରେ ଖେଳ ହୋଇଥିଲା। ଖେଳର ଶେଷ ପର୍ଯ୍ୟାୟରେ ପାଟେଣୀ ଗାଁ ବିଜୟୀ ହୋଇଥିଲା। […]

ମକରମେଳା ପାଇଁ ଟି-ସେତୁ ମନା

କଟକ,୨।୧(ଏସଏସନିଉଜ) ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଳା ବଡମ୍ବା ତହସିଲ ଅନ୍ତର୍ଗତ ସିଂହନାଥ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହନାଥ ପୀଠରେ ମକର ମେଳା ଅନୁଷ୍ଠିତ ହେବ । ମେଳା ଅବସରରେ ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ସୁଚାରୂ ରୁପେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ବଡମ୍ବା ବିଧାୟକ ଶ୍ରୀ […]

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

୨୦୨୬ ମସିହା କିପରି କଟିବ ଜାଣନ୍ତୁ ?

ବର୍ଷକ ଯାକ କିପରି କଟିବ ଜାଣନ୍ତୁ? ଓଁ ଜଗନ୍ନାଥଂ ମହାବିଷ୍ଣୁଂ ବଳଭଦ୍ରଂସଦାଶିବଂ।ସୁଭଦ୍ରାଂବ୍ରହ୍ମଂଶକ୍ତିଂ ଚ ପ୍ରଣମାମିପୁନଃ ପୁନଃ।ଇଂ ୨୦୨୬ ମସିହାରେ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗୋଚରରେ ଗ୍ରହମାନଙ୍କର ସ୍ଥିତିକୁ ଅନୁଧ୍ୟାନକଲେ ବର୍ଷପ୍ରାରମ୍ଭରେ ରବି ଧନୁରାଶିରେ । ଚନ୍ଦ୍ରମା ବୃଷରାଶିରେ ।ମଙ୍ଗଳ ଧନୁରାଶିରେ । ବୁଧ ଧନୁରାଶିରେ ।ବୃହସ୍ପତି ମିଥୁନ ରାଶିରେ ।ଶୁକ୍ର ଧନୁରାଶିରେ । ଶନି ମୀନରାଶିରେ ,ରାହୁ କୁମ୍ଭରାଶିରେ ରହିବେ । କେତୁ ସିଂହରାଶିରେ ଅବସ୍ଥାନ କରିଛନ୍ତି ।ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲୋଜି। ଗୁରୁ ୨।୬।୨୦୨୬ […]

ଅଫିସକୁ ଫୁଲତୋଡ଼ା ଓ ଡାଏରୀ ମନା

ଭଦ୍ରକ,୩୧।୧୨(ଏସଏସନିଉଜ) ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ମନା କରାଯାଇଛି।ଇଂରାଜୀ ନୂତନବର୍ଷ ପାଇଁ ଭଦ୍ରକ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି।ପୋଲିସ ଅଧିକାରୀ କିମ୍ୱା ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।ଏଥିପାଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ଲାଗିଛି ତାଗିଦ୍ ପୋଷ୍ଟର୍।ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି କରାଯାଇଛି।

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି !

ପୁରୀ,୩୧।୧୨(ଏସଏସନିଉଜ)ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି।ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ରହିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି।ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଦେଇଛିପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଥିବାର ଅଭିଯୋଗ […]

ଶ୍ରୀକ୍ଷେତ୍ର ଜଗିବେ ୭୦ପ୍ଲାଟୁନ

ପୁରୀ,୩୦।୧୨(ଏସଏସନିଉଜ) ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ପଟ ରହିବ ବୋଲିସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି।ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ।ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା।ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ […]

୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍‌ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ […]

ନୃତ୍ୟଶିଳ୍ପୀଙ୍କ ଶାସ୍ତ୍ରୀୟ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ ୧୯ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ସୋମବାର ଆଜି ଥିଲା ପ୍ରଥମ ଦିବସ ।୨ଦିନଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମଦିବସରେ ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସନ୍ଧ୍ୟାବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପାଲିତ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅତିଥି ରୂପେ […]