Browsing category

ମନୋରଞ୍ଜନ

ବ୍ରାହ୍ମଣୀଗାଁରେ ସରିଲା ମା ଗଜଲକ୍ଷ୍ମୀଙ୍କ ଭସାଣି

କଟକ, ୧୦।୧୦ (ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇଁପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଗୁରୁବାର ଶେଷ ହୋଇଛି । ଗୁରୁବାର ଗୋ ପୂଜା ଓ ଯଜ୍ଞ ପୂର୍ଣାହୁତି କରାଯାଇଥିବା ବେଳେ ଶୁକ୍ରବାର ଦିନ ମା ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟର ଶୋଭାଯାତ୍ରାରେ ଗ୍ରାମର ଯୁବକମାନଙ୍କ ନୃତ୍ୟ ଦେଖଣାହାରୀଙ୍କୁ ବେଶ ମନଲୋଭା କରିଥିଲା ।ପୂଜା ଚାଲିଥିବା ବେଳେ ପ୍ରତ୍ୟହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜ୍ୟ ପୂଜାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ […]

ଝଲସୁଛି ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ରସାହି

ମେଣ୍ଢାଶାଳ,୧୦।୧୦( ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ର ସାହିରେ ୩୭ ତମ ଗଜଲକ୍ଷ୍ମୀପୂଜା ଧୁମ୍ ଧାମର ସହ ପାଳିତ ହେଉଛି ।ସନ୍ଧ୍ୟା ହେବା ମାତ୍ରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳ ଦେଖଣାହାରୀଙ୍କୁ ବିମୋହିତ କରିଛି।ସାତଦିନ ଧରି ଆୟୋଜିତ ଏହି ପୂଜାସବ ରେ ସୋମବାରଠାରୁ କୁମାର ପୁର୍ଣିମା ଅବସରରେ ମାଙ୍କୁ ସ୍ଥାପନା ସହ କଳସ ଶୋଭାଯାତ୍ରା ,ଷୋଡଶଚାର ପୂଜା, ସର୍ବ ଦେବଦେବୀ ଆବାହନ, ଆହୁତି ପ୍ରଦାନ, ଅଗ୍ନିସ୍ଥାପନ ଓ ହୋମ ଯଂଜ୍ଞ ହୋଇଥିଲା ।ସୋମବାରଠାରୁ ରବିବାର ପର୍ଯ୍ୟନ୍ତ ସାତ ଦିନଧରି […]

ମରିଗଲା ନା ମାରିଦେଲେ!

ଭୁବନେଶ୍ୱର,୯।୧୦(ଏସଏସନିଉଜ ) ପ୍ରାଣିଉଦ୍ୟାନ ନନ୍ଦନକାନନର ୧୨ ନମ୍ବର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓର ବୁଧବାର ମୃତ୍ୟୁହୋଇଛି । ମୃତୁର ପକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ କିଛିଦିନ ହେବ ଏହି ମାକାଓଟି ଅସୁସ୍ଥ ରହିଥିଲା ।ଦୀର୍ଘଦିନ ଧରି ସାଥିକୁ ହରାଇ ଏକୁଟିଆ ନିସଂଗ ଜୀବନ ନିର୍ବାହ କରିଥିଲା।ଠିକଭାବେ ଖାଦ୍ୟ ଖାଉ ନଥିବାବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ରହି […]

ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ପରିଧି

କଟକ,୦୮।୧୦(ଏସଏସନିଉଜ)କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରାମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ […]

ବିରାଜମାନ କଲେ ମା ଗଜଲକ୍ଷ୍ମୀ

ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ଭୁବନେଶ୍ୱରବ୍ଲକ ଅନ୍ତର୍ଗତ ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ୟୁଥ୍ କ୍ଲବ୍ ତରଫରୁ ଚଳିତବର୍ଷ ମହସମାରୋହରେ ମାଙ୍କପୂଜା ଆରମ୍ଭ ହୋଇଛି।୩୪ବର୍ଷରେ ପଦାର୍ପଣ କରିଥିବା ଏହି ପୂଜାସବର ପ୍ରତ୍ୟହ ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।ଏକ ବିରାଟ ପଟୁଆରରେ କଳସ ଯାତ୍ରା କରାଯାଇ ମାଙ୍କ ମଣ୍ଡପପାଖକୁ ଅଣାଯାଇଥିଲା।ଏହାପରେ ପୂଜା ଆରମ୍ଭ କରାଯାଇଥିଲା।ପ୍ରତ୍ୟହ ସନ୍ଧ୍ୟା ସମୟରେ ଆଖପାଖରୁ ଭକ୍ତମାନଙ୍କ ଭିଡ଼ ମାଙ୍କ ଦର୍ଶନ ପାଇଁ ଲାଗିରହିଥିବାର ଦେଖିବାକୁ ମିଳିଛି।ସନ୍ଧ୍ୟା ହେବା ମାତ୍ରେ […]

ସମୃଦ୍ଧ ଓଡ଼ିଶା-୨୦୩୬ ଗଠନ ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ବାଙ୍କୀ,୭।୧୦(ଏସଏସନିଉଜ)ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାଙ୍କୀସ୍ଥିତ ବରେନ୍ଦ୍ରକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉଦ୍‍ଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି।ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଗଠନ ଆମର ଲକ୍ଷ୍ୟ। ଏଥିରେ ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସଫଳ ହୋଇ ନିଜ ତଥା ପରିବାରର ଉନ୍ନତି ସହ ସମୃଦ୍ଧ ରାଜ୍ୟ ଏବଂ ଦେଶ ଗଠନରେ ବହୁମୂଲ୍ୟ ଯୋଗଦାନ ରଖିବାକୁ […]

କଟକରେ ଇଣ୍ଟରନେଟ୍ ସେବା ସ୍ଵାଭାବିକ

କଟକ,୭।୧୦(ଏସଏସନିଉଜ)କଟକରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ସେବା ପାଇଲେ କଟକବାସୀ।ମେଢ଼ଭସାଣ ବେଳେ ଉପୁଜିଥିବା ବିଶୃଙ୍ଖଳାରୁ ଲାଗିଥିଲା କଟକଣା।ସ୍ଥିତିଉପରେ ନଜର ରଖିଛି କମିଶନରେଟ୍ ପୋଲିସ।ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିବା ସହ ଭଙ୍ଗ କଲେ ଆକ୍ସନ୍ ଚେତାବନୀ ମଧ୍ୟ ଦିଆଯାଇଛି।

ଆଜିର ରାଶିଫଳ

ଅକ୍ଟୋବରମାସ ୦୭ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ପୂର୍ଣ୍ଣିମା ଦିବା ଘ୦୯/୧୬ ଗତେ ପ୍ରତିପଦ ,ନକ୍ଷତ୍ର- ରେବତୀ ରାତ୍ରି ଘ୦୨/୦୨ ଗତେ ଅଶ୍ଵିନୀ ,ଚନ୍ଦ୍ର- ମୀନ ରାତ୍ରି ଘ୦୨/୦୨ ଗତେ ମେଷ ,ସୁର୍ୟୋଦୟ-ପ୍ରାତଃଘ୦୫/୪୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୫୭ ,ଯୋଗିନୀ ବୟବ୍ୟେ ଦିବାଘ୦୯/୧୬ଗତେ ପୂର୍ବେ ,ଧନୁରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବାଘ୦୧/୦୨ଗତେ ଘ ୦୨/୩୨ମଧ୍ୟେ ,ବାରବେଳା- ଦିବା ଘ୦୭/୧୦ ଗତେଘ ୦୮/୪୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୮/୪୩ଗତେ ଘ୧୧/୧୮ ମଧ୍ୟେ […]

ମେଣ୍ଢାଶାଳରେ ଶାରଦୀୟ ଦୂର୍ଗାଉତ୍ସବ ଉଦଯାପିତ

ମେଣ୍ଢାଶାଳ,୩।୧୦(ଏସଏସନିଉଜ) ମେଣ୍ଢାଶାଳରେ ଥିବା ବିଭିନ୍ନ ମନ୍ଦିର ଓ ମେଣ୍ଢାଶାଳ ବଜାରରେ ଥିବା ଦୁର୍ଗାପୂଜା କମିଟି ମାଧ୍ୟମରେ ୨୬ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜି ସନ୍ଧ୍ୟାରେ ବଜାରକମିଟି ସଭ୍ୟମାନଙ୍କ ଦ୍ଵାରା ଦୁର୍ଗାମୂର୍ତ୍ତି ବିସର୍ଜନ କରାଯାଇଛି।ଗ୍ରାମର ବାସନ୍ତୀସାମନ୍ତରାଙ୍କ ବାଡି ରେ ମାଟିତଳୁ ବାହାରି ଥିବା ବାନଦୂର୍ଗାପୀଠକୁ ମଙ୍ଗଳବାରଠାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ସେହିପରି ଶାନ୍ତିକୌଶଲ୍ୟା କଲ୍ୟାଣମଣ୍ଡପ ଠାରେ ଥିବା ମାଦୁର୍ଗାଣୀଙ୍କ ଠାରେ ମହାଷ୍ଟମୀଦିନ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା। ଶ୍ମଶାନ […]

ନନ୍ଦନକାନନ ଖୋଲିବାର ନୁଆ ନିୟମ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଖୋଲିବାର ସମୟ ସୀମା ଆଜିଠାରୁ ବଦଳିଛି। ପ୍ରତିବର୍ଷ ପରି ଏଥର ଅକ୍ଟୋବର ୧ ତାରିଖରୁ ୩୧ମାର୍ଚ୍ଚ୨୦୨୬ ପର୍ଯ୍ୟନ୍ତ (୬ମାସ) ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।ଏହି ୬ମାସ ସକାଳ ୮ଟାରୁ ଉଭୟପାର୍କ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ।ଶୀତଦିନେ ସାଧାରଣତଃ ଦିନ ଛୋଟ ରହୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଅଧିକ ରାତି ଭଳି ଅନୁମାନ କରାଯାଇଥାଏ।ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ନନ୍ଦନକାନନ ଏହି ନିୟମାନୁସାରେ ଖୋଲିବା ଓ ବନ୍ଦ୍ ହେବା […]