ଭୁବନେଶ୍ୱର,୭।୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା ବାଣପୁର ମାଟିରୁ ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୂର ଓ ବରିମୁଣ୍ଡ ପଞ୍ଚାୟତର ମଧ୍ୟଭାଗ ନୁଆବନ୍ତଗ୍ରାମ ପଡିଆରେଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି।ଏହି ବିଦ୍ୟାଳୟ ହେଲେକଲ୍ୟାଣପୁର ଓ ବରୀମୁଣ୍ଡ ପଞ୍ଚାୟତବାସି ବିଶେଷ କରି ଉପକୃତ ହେବେ ।ତେଣୁ ଉଭୟ ପଞ୍ଚାୟତରେ ଏଥିପାଇଁ ବେଶ୍ ଉସାହ୍ ଦେଖାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଉଭୟ ପଞ୍ଚାୟତର ଲୋକପ୍ରତିନିଧି ଓ ମୂରବୀମାନେ ଯୋଗଦେଇ ନଡ଼ିଆ ବାଡେଇ ଏହି ଯୋଜନାର ଶୁଭାରମ୍ଭ କରିବା ସହ ସରକାର ଓ ମୂଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।