Browsing category

ମନୋରଞ୍ଜନ

ଉଦଯାପିତହେଲା ଲୋକକଳା ପ୍ରଶିକ୍ଷଣଶିବିର

ଆସିକା,୩୦।୯(ଏସଏସନିଉଜ)ଲୋକକଳାର ପ୍ରୟୋଗକୁ ନେଇ ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକର ସମ୍ମିଳନୀକକ୍ଷରେ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥିରେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ […]

ନନ୍ଦନକାନନରୁ ଚାଲିଗଲେ-୨

ବାରଙ୍ଗ,୨୭ା୯(ଏସଏସନିଉଜ)ଗତକିଛିଦିନଧରି ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ ମାନଙ୍କର ମୃତ୍ୟୁ ଘଟିବାରେ ଲାଗିଛି। କୁଜିହରିଣ,ଚିତ୍ରାହରିଣ,ଦୁଇନୀଳଗାଈ,ବଜ୍ରକାପ୍ତା,କଳାହଂସ ଆଦି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାରଦିନ ଏକ ମାଇନୀଳଗାଈ ଓ ଦେଶୀଭାଲୁ ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରକାସ ଯେ,ନନ୍ଦନକାନନର ୬୫ନମ୍ବର ଏନକ୍ଲୋଜରରେ ରହୁଥିବା ୪/୫ବର୍ଷରଏକ ମାଇନୀଳଗାଈ ଗତକିଛିଦିନ ଧରି ପଛପଟ ଗୋଡଖୋରାରେ କ୍ଷତସୃଷ୍ଟିହୋଇଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା ।ଯାହାଫଳରେ ଏଠାକାରଡାକ୍ତରମାନେ ତାର ଚିକିସ୍‌।କରୁଥିବାବେଳେ ବୁଧବାର ତାର ମୃତ୍ୟୁଘଟିଛି ।ନୀଲଗାଇଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୧୩ରେ ପହଁଚିଛି । ସେହିପରି […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ଦୁର୍ଗାପୂଜାପାଇଁ ମାଟିଅନୁକୂଳ ପର୍ବ

ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା […]

ପେଣ୍ଡାଲରୁ ଗାୟବହେଲା ଗଣେଶମୂର୍ତ୍ତି

କଣ୍ଟାବାଞ୍ଜି,୨୬ା୯(ଏସଏସନିଉଜ)ରାତାରାତି ପୂଜାମଣ୍ଡପରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଯାଇଥିବାଭଳି ଘଟଣା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ ଘଟିଛି ।ଭଷାଣି ପୁର୍ବରୁ ମୁର୍ତି ଗାଏବ ହୋଇଯାଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜାକମିଟି ।ପୂଜାକମିଟିର କର୍ମକର୍ତାମାନଙ୍କ ଅଭିଯୋଗ ହେଲାଯେ,ସେମାନେ ଗଣେଶପୂଜାରେ ଅନ୍ୟଏକ ଜାଗାରେ ହେଉଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବାକୁ ଯାଇ ଫେରିବାବେଳକୁ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା ।ତେବେ ମୂର୍ତ୍ତି ପେଣ୍ଡାଲରୁ ଗାୟାବ ନୁହେଁ ଚୋରି ହୋଇଯାଇଥିବାର ଜଣାପଡିଛି ।  

ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ

ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୂପେ ଅବସର ପ୍ରାପ୍ତ ପ୍ରଫେସର କେଦାରନାଥ ପଣ୍ଡା,ମୁଖ୍ୟବକ୍ତା ଡ. ସସ୍ମିତାପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶକୁମାର ସାହୁ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ଯୁକ୍ତତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ଅତିଥିପରିଚ଼ୟ ପ୍ରଦାନ, ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୪ତାରିଖ ରବିବାର। ଶ୍ରୀମନ୍ଦିରରେ କୃଷ୍ଣଲୀଳା, କଂସବଧପ୍ରସ୍ତାବ, ଶ୍ରୀଜୀଉଙ୍କର ଲବଣିଖିଆଠାରେ ମଥୁରାହାଟ ଜୁର, ମଙ୍ଗଳଅସ୍ତ, ତାଳନବମୀ, ସ୍ବାମୀ ଚିଦାନନ୍ଦଜୟନ୍ତୀ, ଶରଣ ଆରମ୍ଭ ।ବିବିଧ- ଅଦ୍ୟରାତ୍ରି ଘ୭/୪୯ମିପରେ ଶରଣପଞ୍ଚକ ଆରମ୍ଭ, ତୃଣ କାଷ୍ଠଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୯/୧୫ ,ସୂର୍ଯ୍ୟାସ୍ତ-ଘ୫/୩୮/୩୩ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ନବମୀ ଦିବାଘ୧୦/୧୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ୧୦/୧୯ମିପରେ ଉତ୍ତରଦିଗରେ। ରିକ୍ତାତିଥିଦୋଷ ହେତୁ ଦିବାଘ୧୦/୧୯ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ତୁଳା […]

ଉଠୁନି ବିକ୍ରମ,ପ୍ରଜ୍ଞାନ !

ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଉଠୁନି ବିକ୍ରମ, ପ୍ରଜ୍ଞାନ ।ଏବେ ଚନ୍ଦ୍ରର ଦକ୍ଷିଣମେରୁରେ ଦିନ ହୋଇଯାଇଥିବାରୁ ପ୍ରଜ୍ଞାନରୋଭର ଓ ବିକ୍ରମଲାଣ୍ଡର ସକ୍ରିୟ ହେବାର ସମୟ ଆସିଯାଇଛି । ସେମାନଙ୍କୁ ନିଦ୍ରାବସ୍ଥା ବା ସ୍ଲିପ୍ ମୋଡ୍ ରୁ ବାହାର କରିବାପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ କରାଯାଉଛି । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସେମାନଙ୍କ ସ୍ଥିତି ଓ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନସୁଦ୍ଧା କୌଣସିସଙ୍କେତ ମିଳିନଥିାବବେଳେ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ ବୋଲି ଇସ୍ରୋ ପକ୍ଷରୁ […]

ନନ୍ଦନକାନନକୁ ଆସିଲା ୪ ଓଟପକ୍ଷୀ

ବାରଙ୍ଗ,୨୧।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ୩ଟି ମାଈ ଓଟପକ୍ଷୀ ଅଣାଯାଇଛି।ଯାହା ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧିପାଇଛି।ବେଗମ୍ ପେଟ ସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୁପ ଏହି ନୂଆ ଅତିଥିଙ୍କୁ ୮ଲକ୍ଷଟଙ୍କା ଗସ୍ତ ଖର୍ଚ୍ଚ କରି ନନ୍ଦନକାନନ କର୍ତ୍ତୁପକ୍ଷ ଆଣିଛନ୍ତି।ଏହି ନୂଆ ଅତିଥି ପ୍ରାଣୀଉଦ୍ୟାନକୁ ଆସିବାପରେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ଏହାପରେ ସେମାନଙ୍କୁ ନନ୍ଦନକାନନ ନୂତନ କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛଡାଯାଇଛି।ପୂର୍ବରୁ ପ୍ରାଣୀଉଦ୍ୟାନ […]