Browsing category

ଜଣା ଅଜଣା

ଆସିଲା ନୂଆଁଖାଇ ଲଗ୍ନ

ବଲାଙ୍ଗିର,୭।୮(ଏସଏସନିଉଜ)ପାଖେଇ ଆସୁଛି ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ।ପଶ୍ଚିମ ଓଡ଼ିଶାର ମହାନଗଣପର୍ବ ନୂଆଁଖାଇପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।ବଲାଙ୍ଗୀରଜିଲା ପାଇଁ ପାଟଣାମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ଶୁକ୍ରବାର ଘୋଷଣା କରାଯାଇଛି ନୂଆଖାଇଁଲଗ୍ନ।ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସକାଳ ୯ଟା ୩୬ମିନିଟରୁ ୧୦ଟା ୧୦ମିନିଟ ଯାଏ ଅମୃତବେଳା ଥିବାରୁ ଏହି ସମୟମଧ୍ୟରେ ସମସ୍ତ ଦେବାଦେବୀଙ୍କଠାରେ ନୂଆଁଅର୍ପଣ କରାଯିବବୋଲି ରାଜପୁରୋହିତ ସନ୍ତୋଷକୁମାରଦାଶ ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨ତାରିଖ,ରବିବାର,ବିବିଧ-ଦିବା ଘ୩/୫୩ମି ମଧ୍ୟେ ଶରଣ ପଞ୍ଚକଶେଷ,ଋତୁ-ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୧୮,🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୨୪, ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଚତୁର୍ଥୀ ରାତ୍ରି ଘ୧୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧ମିପରେ ଦକ୍ଷିଣଦିଗରେ,ରିକ୍ତାତିଥି,ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୩/୫୩ମିପରେ ମେଷ,ବୃଷ,ମିଥୁନ, କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ଦିବା ଘ୩/୫୩ମିପରେ ଧନୁରାଶିର ଘାତଚନ୍ଦ୍ର,ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୫ମିପରେ […]

ଆଜି ସମ୍ବଲପୁରୀ ପୋଷାକ ପରିଧାନ..

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ `ସମ୍ବଲପୁରୀ ଦିନ’।ବିଶିଷ୍ଟ ଲେଖକ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ପାଳନ ହେଉଛି।ପାରମ୍ପରିକ ଦୁଲଦୁଲି ବାଜାର ତାଳେ ତାଳେ ନାଚିଗାଈ ପାଳନ କରନ୍ତି ଉତ୍ସବ।ଆଜି ସରକାରୀକର୍ମଚାରୀ ପିନ୍ଧିବେ ସମ୍ବଲପୁରୀ ପୋଷାକ।ସମ୍ବଲପୁରୀ ଦିନରେ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ।

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧ତାରିଖ,ଶନିବାର,ଋତୁ-ବର୍ଷାଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟ.🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୫/୫୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୫୩,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରିବାସ ,ତିଥି- ତୃତୀୟା ରାତ୍ରିଘ୧୦/୫୭ମିପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ ।ନକ୍ଷତ୍ର-ଶତଭିଷାନକ୍ଷତ୍ର ରାତ୍ରି ଘ୯/୧୮ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧୦/୫୭ମିପରେ ନୈର୍ଋତ କୋଣରେ । ଶନିବାର, ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର-ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୭।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୯/୧୮ମି ପରେ ୨।୪।୫।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

ହୀରାକୁଦ- ଖୋଲିଲା ୧୪ ଗେଟ୍

ଭୁବନେଶ୍ବର,୩୧।୭(ଏସଏସନିଉଜ)ହୀରାକୁଦରୁ ୧୪ଗେଟ୍ ଖୋଲିଛି।ତେବେ ଏଥିପାଇଁ ତଳିଆ ଅଞ୍ଚଳବାସୀ ସତର୍କରହିବାକୁ ନିର୍ଦେଶ ଦିଆଯାଇଛି।ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୩.୫୨ଫୁଟ୍‌ ରହିଥିବା ବେଳେ ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨କ୍ୟୁସେକ ଜଳ ପ୍ରବେଶ କରୁଛି ।ବୌଦ୍ଧଠାରେ ହ୍ରାସ ପାଉଛି ମହାନଦୀ ଜଳସ୍ତର। ଆଜି ସକାଳ ୯ଘଂଟା ସମୟରେ ମହାନଦୀର ବନ୍ୟାଜଳ ସ୍ତର୮୬.୩୫ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ୮୭.୭୦ ମିଟର ରହିଅଛି ।

ଆସୁଛି ବୋଲ୍‌-ବମ୍

କଟକ,୩୦ା୭(ଏସଏସନିଉଜ) ବଡ଼ ଧରଣର ଧାର୍ମିକ ସମାବେଶ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏନ୍‌ଡିଆର୍‌ଏଫ୍ ସଦାସର୍ବଦା ସଙ୍କଳ୍ପବଦ୍ଧ ଥିବାବେଳେ ଆଗାମୀ ବୋଲ୍‌-ବମ୍ ଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ଏକ ସ୍ୱତନ୍ତ୍ର ବନ୍ୟା ଜଳ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଏବଂ ଆଧୁନିକ ଜଳ ଉଦ୍ଧାର ଉପକରଣ, […]

ମହିଳାଙ୍କ ଜୀବନ ନେଲା ଟ୍ରକ୍

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ପନଖିମାଲ ଠାରେ ଘଟିଛି ଏହି ଦୁର୍ଘଟଣା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଆଜିର ରାଶିଫଳ

୨୦୨ ମସିହା,ଜୁଲାଇମାସ,୨୬ତାରିଖ,ରବିବାର,ରଥଉପରେ ଶ୍ରୀଜୀଉଙ୍କର ଅଧରପଣା,ଶ୍ରୀଗରୁଡଶୟନ,କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ଶ୍ରୀରଘୁନାଥ ବେଶ।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୩/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୨/୧୭,ଆଷାଢ଼ମାସ, ଶୁକ୍ଳପକ୍ଷ, ଆଦିତ୍ୟବାସ,ତିଥି-ଦ୍ବାଦଶୀ ଦିବାଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର-ଜ୍ୟେଷ୍ଠାନକ୍ଷତ୍ର ମଳ ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଚନ୍ଦ୍ର-ବିଛାଚନ୍ଦ୍ର ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ଧନୁଚନ୍ଦ୍ର।ସୌର ଚଳନେ – କର୍କଟ ଦିନ ୧୦।ଈନ୍ଦ୍ରଯୋଗ ରାତ୍ରି ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ବୈଧୃତିଯୋଗ । କରଣ- ବାଳବକରଣ ଦିବା ଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୩/୮ମିପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧/୫୬ମି ପରେ ଦକ୍ଷିଣ ଦିଗରେ।ଅଗନ୍ତବ୍ୟ ତିଥି, ବୈଧୃତିଯୋଗ, ପାପସପ୍ତ […]

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।

ରାଷ୍ଟ୍ରଦୂତଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨ା୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେଏଥିରେ ରାଜ୍ୟର ୧୧ଟି ଜିଲ୍ଲାର ୪୧ଟି ସ୍କୁଲରୁ ନୂତନ ଭାବରେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତମାନେ ଯୋଗଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା.ଗୁରୁତ୍ଵ ଓ ସମୋନଙ୍କ ଦାୟିତ୍ୱ ଉପରେ ଭଲଭାବରେ ବୁଝିବା ଲକ୍ଷରେ ୨୦୨୩ ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୬ ଡିସେମ୍ବର, ୨୦୨୫ରେ ଚିଡ଼ିଆଖାନା ରାଷ୍ଟ୍ରଦୂତ ଚୟନ ପରୀକ୍ଷା ପରେ ୧୧୦ ରାଷ୍ଟ୍ରଦୂତଙ୍କୁ ମନୋନୀତ କରାଯାଇ […]